ଫ୍ରାଇଡ଼େ ରିଲିଜରେ ଧମାକେଦାର ଟକ୍କର : ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ସହ ମୁହାଁମୁହିଁ ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍

ମୁମ୍ବାଇ : ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିବ ବଲିଉଡ ମୁଭି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ସିନେମା ପର‌୍ୟ୍ୟବେଷିତ । ମୁଭିର ମୁଖ୍ୟ ଭୂମିକାରେ ଅଛନ୍ତି ଅନୁପମ ଖେର । ୨୦୧୪ରେ ସଞ୍ଜୟ ବାରୁଙ୍କ ଲିଖିତ ପୁସ୍ତକ ଦ ଆକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟରକୁ ନେଇ ଏହି ସିନେମା ତିଆରି ହୋଇଛି । ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ବିବାଦ ଦେଖାଦେଇଥିଲା ।

ur_pri_

ସେପଟେ ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟରକୁ ଟକ୍କର ଦେବ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ନିର୍ମିତ ସିନେମା ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍ । ୧୮ ସେପ୍ଟେମ୍ବର ୨୦୧୬ରେ ଜମ୍ମୁ କାଶ୍ମୀର ଉରି ବେସ୍ କ୍ୟାମ୍ପରେ ଆତଙ୍କବାଦୀମାନେ ବଡ଼ ଧରଣର ହମଲା କରିଥିଲେ । ସହିଦ ହୋଇଥିଲେ ୧୯ ଜଣ ଭାରତୀୟ ସେନା ଅଧିକାରୀ ଓ କର୍ମଚାରୀ । ଏହାପରେ ଆତଙ୍କୀଙ୍କୁ ଗୁଳିରେ ଜବାବ ଦେଇଥିଲା ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀରରେ ହୋଇଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍ । ସତ୍ୟ ଘଟଣା ଆଧାରିତ ସମସ୍ତ ଘଟଣାବଳୀକୁ ସିଲଭର ସ୍କ୍ରିନରେ ଉତାରିବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ ଧର । ମେଲ୍ ଲିଡରେ ଭିକି କୌଶାଲ ଥିବା ବେଳେ ଫିମେଲ୍ ଲିଡରେ ଅଭିନୟ କରିଛନ୍ତି ୟାମି ଗୌତମ । ଦୀର୍ଘ ବର୍ଷ ପରେ ସିଲଭର ସ୍କ୍ରିନ୍କୁ ବ୍ୟାକ କରିଛନ୍ତି ପରେଶ ରାୱଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.