ମନୋରଂଜନ

କୁଆଡ଼େ ଗଲା ଶିଳ୍ପାଙ୍କ ଅଧା ଚୁଟି; ନୂଆ ହେୟାର ଷ୍ଟାଇଲ ଦେଖି ମଜାକ ଉଡ଼ାଇଲେ ଫ୍ୟାନ୍ସ

ନିକଟରେ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଧରାଡିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା ସେଟ୍ଟୀ। ଶିଳ୍ପା ସେଟ୍ଟୀ ଗତ କିଛି ଦିନ ହେବେ ଖୁବ୍‌ ଟ୍ରୋଲର୍ସଙ୍କ ଶିକାର ହୋଇଥିଲେ । କିନ୍ତୁ ସେ ସୋସିଆଲ ମିଡିଆରେ ଲୋକଙ୍କୁ ତାଙ୍କ ଜୀବନ ସହ ଜଡିତ ଅନେକ କଥା ସେୟାର କରିଥା’ନ୍ତି । ହେଲେ ଏବେ ତାଙ୍କର ସ୍ଥିତି ଟିକେ ସୁଧାର ଆସିଛି । ବଲିଉଡ୍‌ ଗ୍ଲାମରସ ଗାର୍ଲ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ଥାନ୍ତି। ସେ ତାଙ୍କ ଫିଟନେସକୁ ନେଇ କିଛି ନା କିଛି ପଟୋ ବା ଭିଡିଓ ଶେୟାର କରନ୍ତି। ଏ ସବୁକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି।

ସେ ପ୍ରାୟ ସମୟରେ ନିଜର ୱାର୍କଆଉଟ୍ ଭିଡିଓ ଶେୟାର କରନ୍ତି। କିନ୍ତୁ ବର୍ତ୍ତମାନ ଶୀଳ୍ପା ଯେଉଁ ୱାର୍କଆଉଟ ଭିଡିଓ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଏହି ଭିଡିଓରେ ଶିଳ୍ପା ବ୍ୟାୟାମ୍ କରୁଥିବା ଦେଖାଯାଏ। ବ୍ୟାୟାମ କରିବା ପୂର୍ବରୁ ଶିଳ୍ପା ତାଙ୍କ ପଛପଟ ଚୁଟିକୁ ବାନ୍ଧୁଥିବା ଦେଖାଯାଏ। ସେ ଯେତେବେଳେ ଚୁଟିକୁ ଗଣ୍ଠି କରିବା ନେଇ ଉପରକୁ ଉଠାଉଛନ୍ତି ସ୍ପଷ୍ଟ ଦେଖାଯାଉଛି ସେ ତାଙ୍କ ପଛପଟ ଚୁଟିର ତଳ ଭାଗକୁ କଟିଂ କରିଛନ୍ତି। ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି।

ଶିଳ୍ପା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ରିଲ୍‌ ଭିଡିଓ ଶେୟାର କରିଛନ୍ତି। ଅଭିନେତ୍ରୀ ଏହି ଭିଡିଓ ଶେୟାର୍ କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ତୁମେ ପ୍ରତିଦିନ ବିନା ରିସ୍କରେ କିମ୍ବା ନିଜର କମ୍ଫର୍ଟ ଜୋନ୍‌ରୁ ବାହାରକୁ ଆସି ବଞ୍ଚିପାରିବ ନାହିଁ ,ଏହା ଅଣ୍ଡରକଟ୍ ବଜ୍ ହେଉ ବା ମୋର ନୂଆ ଏରୋବିକ୍ ୱାର୍କଆଉଟ୍ ହେଉ ,ଟ୍ରାଇବାଲ୍ ସ୍କ୍ୱାର୍ଟ୍ସ। ଏ ସବୁ ଲୋୟର ବଡି ମସଲ୍ସ, କାନ୍ଧ, ହାତ-ପାଦର ସମନ୍ୱତ, ଗତି ଓ ଚଳଚଞ୍ଚଳତା ଉପରେ କାମ କରେ; ବିଶେଷ କରି ଆମ ମସ୍ତିଷ୍କ ଓ ଶରୀର କ୍ଷେତ୍ରରେ। ପ୍ରତିଦିନ ୩୦ ସେକେଣ୍ଡ ବିଶ୍ରାମରେ ୬୦ ସେକେଣ୍ଡ ୪ ସେଟ୍ କରିବାର ଅଛି।”

ଶିଳ୍ପାଙ୍କ ଏହି ହେୟାର ଷ୍ଟାଇଲ୍ ସ୍ୱତନ୍ତ୍ର ଥିଲାବେଳେ, ତାଙ୍କର ଏଭଳି ରୂପ ଦେଖି ଲୋକେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି। ଏହି ହେୟାର ଷ୍ଟାଇଲକୁ ସେ ଅଣ୍ଡରକଟ ବଜ କଟ ନାମ ଦେଇଛନ୍ତି। ତାଙ୍କ ଅନୁସାରେ ଏହି ହେୟାର୍‌ଷ୍ଟାଇଲ୍ ତାଙ୍କୁ ଜୀବନ୍ତ ଅନୁଭବ କରଉଛି। ଏହି ଭିଡିଓରେ ଶୀଳ୍ପା ବହୁତ ଖୁସି ଥିବା ଦେଖାଯାଉଥିବା ବେଳେ ସେ ୱାର୍କଆଉଟ୍‌କୁ ବହୁତ ଉପଭୋଗ ମଧ୍ୟ କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ କିଛି ଲୋକ ଶୀଳ୍ପାଙ୍କ ଏହି ୟୁନିକ୍ ହେୟାର୍‌କଟ୍‌କୁ ପ୍ରଶଂସା କରୁଥିବା ବେଳେ କିଛି ତାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି। ଲୋକେ କମେଣ୍ଟ ଦେଇ ଶିଳ୍ପାଙ୍କୁ ଥଟ୍ଟା କରୁଥିବା ଦେଖାଯାଏ।

ଶିଳ୍ପାଙ୍କ ଏହି ପୋଷ୍ଟରେ ଜଣେ ଉପଭୋକ୍ତା କମେଣ୍ଟ କରି ଲେଖିଛନ୍ତି ଯେ “ଲାଗୁଛି କରେଣ୍ଟ ଲାଗିଛି ବୋଧେ।” ସେହିପରେ ଅନ୍ୟଜଣେ ଅଧା ଚନ୍ଦା ହୋଇଯିବା ଲେଖିଥିବା ବେଳେ ଆଉ ଜଣେ ଏହା ଭଲ ଲାଗୁନି ବୋଲି ଲେଖିଛନ୍ତି । କିଛି ମଧ୍ୟ ଶୀଳ୍ପାଙ୍କୁ ରାଜ କୁନ୍ଦ୍ରାଙ୍କ ବିଷୟରେ ପ୍ରଶ୍ନ କରୁଥିବା ଦେଖାଯାଏ। ତେବେ ଶୀଳ୍ପାଙ୍କ ଏହି ଭିଡିଓ ପୋଷ୍ଟରେ ସେଲିବ୍ରିଟିମାନେ ବହୁତ ଲାଇକ କରିଛନ୍ତି।

Barsha

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

9 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

41 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

43 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

46 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

52 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago