କ’ଣ ଆମକୁ ସେଲ୍ଫି ନେବାକୁ ବି ଦେବ ନାହିଁ; ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ମୋବାଇଲ ବ୍ୟାନ୍‌କୁ ନେଇ ରାଗିଗଲେ ଏହି ଅଭିନେତା, କହି ଦେଲେ ଏମିତି କଥା

ବଲିଉଡ୍‌ର ଜଣାଶୁଣା ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି। ପ୍ରତିଦିନ ଦୁଇଜଣଙ୍କ ବିବାହକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏତିକି ନୁହେଁ, ଭିକ୍କି-କ୍ୟାଟ୍‌ଙ୍କ ବିବାହରେ ସାମିଲ ହେବା ଉପରେ ମଧ୍ୟ ଅନେକ ନିୟମ କରାଯାଇଛି। ଏଥିରେ ଅତିଥି ତାଲିକାଠାରୁ ଆରମ୍ଭ କରି ମୋବାଇଲ ଫୋନ୍‌ ବ୍ୟାନ୍‌ ପର୍ଯ୍ୟନ୍ତ, ସବୁକିଛି ରହିଛି। ଏହାରି ଭିତରେ ‘ବଧାଇ ହୋ’ ଫେମ୍‌ ଗଜରାଜ ରାଓଙ୍କର ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କର ଏହି ପୋଷ୍ଟ କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହ ସହ ଜଡ଼ିତ ରହିଛି।

ଆକ୍ଟର ଗଜରାଜ ରାଓ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ। ଏହି ଷ୍ଟୋରୀରେ ସେ ନିଜେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଉତ୍ସବରେ ସାମିଲ ହେଉ ନ ଥିବା କଥା ଲେଖିଥିଲେ। ଯଦିଓ ଏହି କଥା ମଜାଳିଆ ଅନ୍ଦାଜରେ ସେ କହିଥିଲେ। ବାସ୍ତବରେ, ଖବର ଆସିଛି କି, ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହରେ ମୋବାଇଲ ଫୋନ୍‌ ବ୍ୟାନ୍‌ ରହିବ। ଏହାକୁ ନେଇ ଗଜରାଜ ରାଓ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଦୁଇ ଜଣଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ କି, ‘ସେଲ୍ଫି ନେବାକୁ ଦେବ ନାହିଁ ତ ମୁଁ ଯାଉନି ବିବାହରେ’। ଗଜରାଜଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ରିପୋର୍ଟ ଅନୁଯାୟୀ, ଭିକ୍କି-କ୍ୟାଟ୍‌ଙ୍କ ବିବାହରେ ଯଦିଓ କିଛି ସ୍ପେଶାଲ ଅତିଥିଙ୍କୁ ନିମନ୍ତ୍ରଣ ମିଳିବ। କିନ୍ତୁ ଭିକ୍କି କୌଶଲ ବିବାହ ନିମନ୍ତ୍ରଣରେ ମୋବାଇଲ ନ ଆଣିବା ପ୍ରସଙ୍ଗ ଉଠାଇଛନ୍ତି। ଏଥିପାଇଁ ମ୍ୟାନେଜମେଣ୍ଟ ଏଜେନ୍ସିକୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି। ସବୁ ଅତିଥିଙ୍କ ଉପରେ ସିକ୍ୟୁରିଟି ଟିମ୍‌ କଡା ନଜର ରଖିବାକୁ ଉଭୟ ଭିକ୍କି ଓ କ୍ୟାଟ୍‌ଙ୍କ ପରିବାର ଲୋକ କହିଥିବା ସୂଚନା ମିଳିଛି। ଏହା ପଛର କାରଣ ହେଲା, ଏହି ଯୋଡି ବିବାହ ବେଳର କୌଣସି ଫଟୋ କିମ୍ବା ଭିଡିଓ ଭାଇରାଲ କରିବାକୁ ଚାହୁଁନାହାନ୍ତି। ଏଥିପାଇଁ ଏକ ସ୍ପେଶାଲ ଟିମ ପ୍ରସ୍ତୁତ କରାଯାଇଛି। ଏକ ସ୍ୱତନ୍ତ୍ର ସ୍ଥାନ ଠିକ କରାଯାଇଛି, ଯେଉଁଠାରେ ମୋବାଇଲ୍ ଫୋନ୍ ରଖାଯିବ। ବଲିଉଡ ସେଲିବ୍ରିଟିଙ୍କ ବ୍ୟତୀତ ଉଭୟ ପକ୍ଷ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଏହି ନିୟମ ପାଳନ କରିବାକୁ ହେବ।

mobile
photo: digihunt

ମିଡିଆ ରିପୋର୍ଟସ୍‌ ଅନୁସାରେ, ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଚଳିତ ମାସ ଅର୍ଥାତ୍‌ ୯ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦୁଇ ଜଣଙ୍କର ବିବାହ ରାଜସ୍ଥାନର ସବାଇ ମାଧୋପୁରରେ ଧୁମ୍‌ଧାମରେ ହେବ। ଏହି ବିବାହରେ ବଲିଉଡ୍‌ର ଅନେକ ସେଲିବ୍ରିଟି ସାମିଲ ହେବାର ଖବର ସାମ୍ନାକୁ ଆସୁଛି। କହି ରଖୁଛୁ, ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହ ଉତ୍ସବ ୭ ଡିସେମ୍ବରରୁ ଆରମ୍ଭ ହୋଇଯିବ। ଏଥିପାଇଁ ରାଜସ୍ଥାନର ୪୫ ବଡ଼ ହୋଟେଲକୁ ବୁକ୍‌ କରି ଦିଆଯାଇଛି। ଏକ ଗଣମାଧ୍ୟମର କହିବା ହେଲା, ରଣନ୍ଥଭୌରର କୌଣସି ବି ହୋଟେଲକୁ ଯଦି ଆପଣ କଲ୍‌ କରି ୭ ଡିସେମ୍ବରକୁ ବୁକ୍‌ କରିବା କଥା କହିବେ, ତ ଉତ୍ତର ଆସିବ ଯେ ଏଠାରେ ସମସ୍ତ ହୋଟେଲ ବୁକ୍‌ ଅଛି, ଏକ ବଡ଼ ବିବାହ ଆୟୋଜନ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.