ବିବାହ ବନ୍ଧନରେ ବାନ୍ଧି ହେଲେ ଗୌହର ଖାନ୍‌, ଦେଖନ୍ତୁ ବାହାଘରର କିଛି ଖାସ୍‌ ମୁହୂର୍ତ୍ତ

ବଲିଉଡ୍‌ ଆକ୍ଟ୍ରେସ୍‌ ଗୌହର ଖାନ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗୌହର ଏବଂ ଜୈଦ ଦରବାରଙ୍କ ବିବାହ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କେବଳ ଫଟୋ ନୁହେଁ ଅନେକ ଭିଡିଓ ବି ଖୁବ୍‌ ଭାଇରାଲ ହେଉଛି।

 

 

View this post on Instagram

 

A post shared by Voompla (@voompla)


ଗୌହର ଖାନଙ୍କ ବିବାହ ରସମ୍‌ ସବୁ ୨୨ ଡିସେମ୍ବରରୁ ଆରମ୍ଭ ହୋଇଯାଇଥିଲା। ସୋସିଆଲ ମିଡିଆରେ ତାଙ୍କର ମେହେନ୍ଦୀ, ସଂଗୀତ ଏବଂ ହଳଦି ସେରେମୋନି ସହିତ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୂର୍ବରୁ ଭାଇରାଲ ହେଉଛି। ଏବେ ଭୁମ୍ପଲା ଦୁହିଁଙ୍କର ଏହି ଖାସ୍‌ ମୂହୁର୍ତ୍ତର ମେମୋରୀକୁ ଇଣ୍ଟରନେଟରେ ୟୁଜର୍ସଙ୍କ ପାଖକୁ ସେୟାର କରିଛି।

 

 

View this post on Instagram

 

A post shared by Voompla (@voompla)


ଗୌହର ଖାନ୍‌ ଏବଂ ଜୈଦ୍‌ ଦରବାରଙ୍କ ବିବାହ ବେଳର ଭିଡିଓ ମଧ୍ୟ ଭୁମ୍ପଲା ସେୟାର କରିଛି। ଯେଉଁଥିରେ ଉଭୟେ ଫଟୋ ସେସନ୍‌ କରୁଥିବା ନଜର ଆସୁଛି। ଗୌହର ଖାନ୍‌ ଏଥିରେ କ୍ରୀମ କଲରର ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ଜୈଦ ଦରବାର ମଧ୍ୟ ସେରଓ୍ଵାନୀରେ ଆକର୍ଷକ ଦେଖାଯାଉଛନ୍ତି। ତେବେ ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନବଦମ୍ପତିଙ୍କୁ ଶୁଭକାମନା ଜଣାଉଛନ୍ତି ଫ୍ୟାନ୍ସ।

 

View this post on Instagram

 

A post shared by Voompla (@voompla)

Leave A Reply

Your email address will not be published.