ଘରେ ବସି ଆପଣଙ୍କୁ ମଧ୍ୟ ମିଳିପାରେ କେବିସି ହଟସିଟରେ ବସିବାର ସୁଯୋଗ, ଜିତି ପାରିବେ କ୍ୟାସ୍ ପ୍ରାଇଜ୍
କେବିସି ବର୍ତ୍ତମାନ ଦର୍ଶକଙ୍କର ଲୋକପ୍ରିୟ ରିୟଲିଟୀ ଶୋ ହୋଇଯାଇଛି। କାରଣ ଏହି ଶୋରେ ଜ୍ଞାନ ବଢ଼ିବା ସହିତ ଘରେ ବସି ବହୁତ ସାରା ପୁରଷ୍କାର ଜିତିବାର ସୁଯୋଗ ମଧ୍ୟ ମିଳିଥାଏ। ଆଜ୍ଞା ହଁ କେବିସି play along ଜରିଆରେ ଆପଣ ମଧ୍ୟ ଜିତି ପାରିବେ କ୍ୟାସ ପ୍ରାଇଜ୍ ଏବଂ ପୁରଷ୍କାର। ଏହାସହିତ ବିଗ୍ ବିଙ୍କ ସହିତ ଭେଟିବାର ମୌକା ଏବଂ ହଟସିଟ୍ ଉପରେ ବସି ଖେଳିବାର ସୁଯୋଗ ମଧ୍ୟ ମିଳିପାରିବ। କିନ୍ତୁ ଏଥିପାଇଁ ଆପଣଙ୍କୁ ରାତି ୯ ଟାରେ କେବିସି ଶୋକୁ ଦେଖିବା ସହିତ ନିଜ ଫୋନରେ ଖେଳିବାକୁ ହେବ କେବିସି ପ୍ଲେ ଆଲଙ୍ଗ।
ଏବେ ଏହାକୁ ଖେଳିବା ପାଇଁ ଅଧିକ ପରିଶ୍ରମ କରିବାର ମଧ୍ୟ ଆବଶ୍ୟକ ପଡିବ ନାହିଁ। ଆପଣଙ୍କୁ କେବଳ ନିଜ ଫୋନରେ ଡାଉନଲୋଡ୍ କରିବାକୁ ହେବ ଆପ୍। ଏହାକୁ ଡାଉନଲୋଡ୍ କରିବା ପରେ ଆପଣ କେବିସି ଖେଳିପାରିବେ। ଘରେ ବସି ଆପଣ ଏହି ଶୋକୁ ଆସିବାର ସ୍ବପ୍ନକୁ ନିଜ ଫୋନ ଜରିଆରେ ପୂରା କରିପାରିବେ।
ଯଦି ଆପଣ ଲଗାତାର ଏହି ଶୋ ସହିତ ଯୋଡି ରହି ସବୁ ପ୍ରଶ୍ନର ଉତ୍ତର ପ୍ଲେ ଅଲୋଙ୍ଗ ଜରିଆରେ ଦେବେ ତେବେ ସେହି ଲକି ବିଜେତା ଆପଣ ମଧ୍ୟ ହୋଇପାରନ୍ତି। ଏହାପରେ କେବିସି ମଞ୍ଚକୁ ଆମନ୍ତ୍ରିତ କରାଯାଇପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଘରେ ବସି ପ୍ଲେ ଅଲୋଙ୍ଗରେ ଖେଳୁଥିବା କେବିସି ଶୋରେ ସବୁଦିନ ୧୦ ଜଣ ବିଜେତାଙ୍କ ନାମ ଘୋଷଣା କରାଯାଉଛି।
ଏହାସହ ପଢ଼ନ୍ତୁ : ଦିନେ ମୃତ ଭାବି ଅଳିଆଗଦାକୁ ଫିଙ୍ଗି ଦେଇଥିଲେ ଡାକ୍ତର, ଆଜି ସେହି ଶିଶୁ ହେଲେ ‘କୌନ୍ ବନେଗା କରୋଡପତି’ର ବିଜେତା
ଏହି ଆପକୁ ଫୋନରେ ଡାଉନଲୋଡ୍ କରିବା ବହୁତ ସହଜ। ପ୍ଲେ ଷ୍ଟୋରକୁ ଯାଇ ଆପଣ ସୋନି ଲିଭ ଆପ ଲେଖିବାକୁ ହେବ। ଅପ୍ସନରେ ସୋନି ଲିଭ ଆପ ଆସିଯିବ। ଏହାପରେ ଏହାକୁ ଡାଉନଲୋଡ୍ କରି ନିଜର ଠିକ ନାମ, ଠିକଣା ଏବଂ ଫୋନ ନମ୍ବର ଦେଇ ଗୁରୁତ୍ବପୂଣ୍ଣ ବିବରଣୀ ଦିଅନ୍ତୁ। ରାତି ୯ଟାରୁ ୧୦.୩୦ ମିନିଟ୍ ପର୍ଯ୍ଯନ୍ତ ସବୁ ପ୍ରଶ୍ନର ଠିକ ଉତ୍ତର ଦିଅନ୍ତୁ।