Categories: ମନୋରଂଜନ

“୧୫ ବର୍ଷ ବୟସରେ ପଇସା ନେଇ ମା କରାଇଥିଲେ ରେପ”, ଏହି ପ୍ରଖ୍ୟାତ ଅଭିନେତ୍ରୀ କଲେ ବଡ଼ ଖୁଲାସା

“୧୫ ବର୍ଷ ବୟସରେ ପଇସା ନେଇ ମା କରାଇଥିଲେ ରେପ” । ଏହି ପ୍ରଖ୍ୟାତ ଅଭିନେତ୍ରୀ ଜଣକ ତାଙ୍କ ଲିଖିତ ‘Inside Out’ ନାମକ ଏକ ବହିରେ କହିଥିଲେ ଯେ ଯେତେବେଳେ ସେ ବହୁତ ଛୋଟ ଥିଲେ ସେତେବେଳେ ତାଙ୍କ ମା ତାଙ୍କୁ ବାର ନେଇ ଯାଉଥିଲେ କାରଣ ସେ ଚାଁହୁଥିଲେ କି ପୁରୁଷମାନଙ୍କର ଧ୍ୟାନ ତାଙ୍କ ଉପରକୁ ଯାଉ । ‘Good Morning America’ ସାକ୍ଷାତକାର ସମୟରେ ଅଭିନେତ୍ରୀ ଡେମି ମୁରି(Demi Moore) କହିଥିଲେ ଯେ ତାଙ୍କ ମା’ ଙ୍କୁ ମଦ ପିଇବାର ଅଭ୍ୟାସ ଥିଲା । ଯେତେବେଳେ ସେ ମାତ୍ର ୧୫ ବର୍ଷ ବୟସର ହୋଇଥିଲେ ସେତେବେଳେ ଜଣେ ବ୍ୟକ୍ତି ତାଙ୍କ ମାଙ୍କୁ ମଦ ପିଇବା ପାଇଁ ୫୦୦ ଡଲାର ଦେଇଥିଲେ ଏବଂ ତା ପ୍ରତିବଦଳରେ ମୋ ସହିତ ଦୁଷ୍କର୍ମ କରିଥିଲେ ।

ସୂଚନା ଅନୁଯାୟୀ ଡେମି ମୁରି ହଲିଉଡ଼ର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ଅଟନ୍ତି । ସେ ଟମ କ୍ରୁଜଙ୍କ ଭଳି ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି । ଡେମି ମୁରି Ghost, Striptease, Incedent Proposal ଭଳି ହଲିଉଡ଼ ମୁଭିରେ ମଧ୍ୟ କାମ କରିଛନ୍ତି । ନ୍ୟୁ ମେକ୍ସିକୋର ରୋସବେଲରେ ଜନ୍ମ ନେଇଥିବା ଏହି ଅଭିନେତ୍ରୀ ଗୀତିକାର ଏବଂ ଜଣେ ମଡେଲ ମଧ୍ୟ ଅଟନ୍ତି । ୧୯୯୦ ମସିହାରେ ପ୍ୟାଟ୍ରିକ ସ୍ବେଜ(Patrick Swayze)ଙ୍କ ସହିତ ଆସିଥିବା ତାଙ୍କ ଫିଲ୍ମ ‘Ghost’ ସେତେବେଳେ ସୁପରହିଟ ହୋଇଥିଲା ।

ଏହାସହ ପଢନ୍ତୁ ବ୍ରୁନା ସେୟାର କଲେ ପ୍ରସବ ଅନୁଭୂତି, ପାଣିରେ ଜନ୍ମ କରିଥିଲେ ପିଲା

ଅଭିନେତ୍ରୀ ଜଣକ ନିଜ ବହିରେ ଲେଖିଛନ୍ତି, ଥରେ ରାତିରେ ଘରକୁ ଫେରିବା ସମୟରେ ସେ ଦେଖିଲେ ଯେ ତାଙ୍କ ମା ଜଣେ ବୟସ୍କଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ । ଏହାପରେ ବୟସ୍କ ଜଣକ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ବହୁତ ଖରାପ କଥା ମଧ୍ୟ କହିଥିଲେ । ଏହାସହିତ ସେ କହିଥିଲେ ଯେ ତାଙ୍କ ମାଙ୍କୁ ସେ ମଦ ପାଇଁ ୫୦୦ ଡଲାର ଦେଇଛନ୍ତି ଓ ଏହାପରେ ଅଭିନେତ୍ରୀ ଜଣକ ବହୁତ ଭାଙ୍ଗି ପଡ଼ିଥିଲେ ।

ଡେମି ମୁରିଙ୍କ କହିବା ଅନୁଯାୟୀ ୧୬ ବର୍ଷ ବୟସରେ ସେ ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ ଓ ତାଙ୍କ ବାପା ମା’ ବହୁତ ମଦ ପିଉଥିଲେ । ଅନେକ ସମମୟରେ ସେମାନେ ସହର ବାହାରକୁ ମଧ୍ୟ ଯାଉଥିଲେ । ଏହା ବ୍ୟତୀତ ସେ କହିଥିଲେ କି ସେ ୧୨ ବର୍ଷ ବୟସର ହୋଇଥିବା ସମୟରେ ତାଙ୍କ ମା ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ଏବଂ କିଛି ଔଷଧ ତାଙ୍କ ହାତରେ ନିଜ ମୁଁହରେ ରଖାଇଥିଲେ । ଅଭିନେତ୍ରୀ ଜଣକ ନିଜ ପ୍ରକୃତ ବାପାଙ୍କ ବିଷୟରେ ଜାଣିନଥିବାରୁ ନିଜ ମାଙ୍କ ଦ୍ଵିତୀୟ ପତିଙ୍କୁ ତାଙ୍କ ବାପା ବୋଲି ମାନୁଥିଲେ କିନ୍ତୁ ଜନ୍ମ ପ୍ରମାଣ ପତ୍ରରୁ ସେ ତାଙ୍କ ପ୍ରକୃତ ବାପାଙ୍କର ପରିଚୟ ପାଇଥିଲେ ।

KNews Bureau

Recent Posts

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

2 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

3 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

17 mins ago

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

49 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

51 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

1 hour ago