ଅମିତାଭଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିବ ଉପହାର, ମାତ୍ର ୮୦ ଟଙ୍କାରେ ଦେଖିପାରିବେ ଫିଲ୍ମ ‘ଗୁଡବାଏ’

ହିନ୍ଦୀ ସିନେମା ଜଗତର ମହାନାୟକ ଅମିତାଭ ବଚ୍ଚନଙ୍କ ୮୦ତମ ଜନ୍ମଦିନ ଧୁମଧାମରେ ପାଳନ କରିବା ପାଇଁ ସମଗ୍ର ଦେଶ ଜୋରସୋରରେ ପ୍ରସ୍ତୁତି କରୁଛି। ତାଙ୍କର ପ୍ରତ୍ୟେକ ଫ୍ୟାନ୍ସ ଏହି ଜନ୍ମଦିନକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି। ଏହା ମଧ୍ୟରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଗୁଡବାଏ’ ରିଲିଜ ହୋଇଛି। ଆଉ ମହାନାୟଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମକୁ ଫ୍ୟାନ୍ସ ମାତ୍ର ୮୦ ଟଙ୍କା ଦେଇ ଫିଲ୍ମ ହଲରେ ଦେଖିପାରିବେ।

ତେବେ ଖବର ମୁତାବକ, ଅମିତାଭଙ୍କ ଜନ୍ମଦିନ ଅର୍ଥାତ୍‌ ୧୧ ଅକ୍ଟୋବରରେ ଫିଲ୍ମ ଗୁଡବାଏର ଟିକେଟ ମାତ୍ର ୮୦ ଟଙ୍କାରେ ସମଗ୍ର ଦେଶରେ ମିଳିବ। ଏହାପୂର୍ବରୁ ମଲ୍ଟିପ୍ଲେକ୍ସରେ ଏହି ଫିଲ୍ମର ଟିକେଟ ଦାମ୍‌ ୧୫୦ ଟଙ୍କା ରହିଛି। କିନ୍ତୁ ଅମିତାଭଙ୍କ ଜନ୍ମଦିନରେ ଏହି ଫିଲ୍ମର ଟିକେଟ ଦାମ୍‌ ୮୦ ଟଙ୍କା କରାଯାଇଛି।

ଏହା ଏକ ପାରିବାରିକ ଫିଲ୍ମ। ଯେଉଁଥିରେ ରଶ୍ମିକା ତାଙ୍କ ଝିଅ ଭୂମିକାରେ ନଜର ଆସିବେ। ଫଟୋରେ ଆପଣ ବାପା ଓ ଝିଅର ଭଲପାଇବା ଏବଂ ସ୍ନେହ ଶ୍ରଦ୍ଧା ଦେଖିପାରିବେ। ଅମିତାଭ ବଚ୍ଚନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଅନକମିଂ ଫିଲ୍ମ ‘ଗୁଡ ବାଏ’ର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। ଯାହାର କ୍ୟାପସନରେ ଲେଖିଛନ୍ତି, ‘ ପରିବାର ସହିତ ରହିବା ସୁବଠାରୁ ଖାସ୍‌ ହୋଇଥାଏ, ଯେତେବେଳେ କେହି ପାଖରେ ନଥାନ୍ତି, ସେତେବେଳେ ଏହାର ଫରକ ଜଣାପଡିଥାଏ। ’ ଏହା ସହିତ ରେଡ ହାର୍ଟ ଇମୋଜୀ ମଧ୍ୟ ଦେଇଛନ୍ତି।

 

View this post on Instagram

 

A post shared by Amitabh Bachchan (@amitabhbachchan)


ଗତକିଛିଦିନ ତଳେ ଦେଶରେ ନ୍ୟାସନାଲ ସିନେମା ଦିବସ ପାଳନ କରାଯାଇଥିଲା। ତା’ ପରଠାରୁ ନିର୍ମାତା, ବିତରକ ଏବଂ ଥିଏଟର ମାଲିକ ଫ୍ୟାନ୍ସଙ୍କ ପାଇଁ ସମଗ୍ର ଦେଶରେ ଏମିତି ଯୋଜନା କରୁଛନ୍ତି। ଯେଉଁଥିରେ ଟିକେଟ ଦାମ୍‌ କମ୍‌ କରି ଦର୍ଶକଙ୍କୁ ସିନେମା ହଲ ପ୍ରତି ଆକୃଷ୍ଟ କରାଯାଇଛି। ଗୁଡବାଏ ଫିଲ୍ମର ଟିକେଟ ଦାମ ୧୫୦ ଟଙ୍କା ରହିଥିବା ବେଳେ ଅମିତାଭଙ୍କ ଜନ୍ମଦିନରେ ଏହା ୮୦ ଟଙ୍କାର ଉପଲବ୍ଧ ରହିଛି।

ଏହାମଧ୍ୟରେ ମୁମ୍ବାଇ ସ୍ଥିତ ଫିଲ୍ମ ହେରିଟେଜ ଫାଉଣ୍ଡେସନ ୮ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ପିଭିଆର ମଲ୍ଟିପ୍ଲେକ୍ସ ସହିତ ମିଶି ଅମିତାଭ ବଚ୍ଚନଙ୍କ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ କରିଛି। ଦେଶର ୧୭ଟି ସହରରେ ଏମାନେ ୧୧ଟି ଫିଲ୍ମର ୨୨ଟି ଶୋ କରୁଛନ୍ତି। ଏହାକୁ ନେଇ ଅମିତାଭଙ୍କ ଫ୍ୟାନ୍ସ ଜବରଦସ୍ତ ଉତ୍ସାହିତ ରହିଛନ୍ତି। ମୁମ୍ବାଇ, ଦିଲ୍ଲୀ, କାନପୁର, କୋଲାପୁର, ସୁରତ ଏବଂ ଇନ୍ଦୋର ସମେତ ଅନେକ ସହରରେ ଅମିତାଭ ବଚ୍ଚନଙ୍କ ପୁରୁଣା ଫିଲ୍ମ ସବୁ ପ୍ରଦର୍ଶିତ କରାଯିବ। ଏହି ଫିଲ୍ମ ମଧ୍ୟରେ ଡନ, କାଲାପଥର, କାଲିଆ, କଭି କଭି, ଅମର ଆକବର ଆନ୍ଥେନୀ, ନମକ ହଲାଲ, ଅଭିମାନ, ଦିଓ୍ଵାର, ସତ୍ତେ ପେ ସତ୍ତା ଭଳି ଫିଲ୍ମ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.