ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ଅମିତାଭ ଓ ରଶ୍ମିକାଙ୍କ ଅଭିନୀତ ” ଗୁଡ଼ ବାୟ”

ଅମିତାଭ ବଚନ ଓ ରଶ୍ମିକା ମାନ୍ଧାନାଙ୍କ ଅଭିନୀତ ଫିଲ୍ମ “ଗୁଡ଼ବାୟ” ର ରିଲିଜ ତାରିଖ ଘୋଷଣା ହୋଇଯାଇଛି । ଏହି ଫିଲ୍ମ ଅକ୍ଟୋବର ୭ ତାରିଖରେ ବିଶ୍ଵବ୍ୟାପୀ ରିଲିଜ ହେବା ଅପେକ୍ଷାରେ ଅଛି । ବିଗ ବି, ରଶ୍ମିକା ମନ୍ଦାନାଙ୍କ ବ୍ୟତୀତ ଏହି ଫିଲ୍ମରେ ନିନା ଗୁପ୍ତା, ପାବେଲ ଗୁଳାଟି, ଏଲି ଅବିରାମ, ସୁନୀଲ ଗ୍ରୋବର, ସାହିଲ ମେହତା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । କହିରଖିବା ଉଚିତ ହେବକି “ଗୁଡ଼ ବାୟ”ର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ବିକାଶ ବହଲ । ଯେବେକି ଗୁଡ଼କୋ ସହିତ ମିଶି ଏକତା କପୁର ଏହି ଫିଲ୍ମର ପ୍ରଡ୍ୟୁସର ଦାୟିତ୍ୱରେ ଅଛନ୍ତି ।

ଏହାର ନିର୍ମାତା ମାନେ ଏହାର ରିଲିଜ ତାରିଖ ବାବଦରେ ଘୋଷଣା କରିବା ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫିଲ୍ମରେ ସମ୍ପୂର୍ଣ୍ଣ କାଷ୍ଟ ନଜର ଆସିଛନ୍ତି । ଚେହେରାରେ ତ୍ରିରଙ୍ଗାର ଚିତ୍ର କରି ପୁରା ପରିବାର ଟିଭିରେ କିଛି ଦେଖାଉଥିବା ନଜର ଆସିଛନ୍ତି । ଏହି ଫଟୋରେ ସୁପରଷ୍ଟାର ଅମିତାଭ ବଚନ ସୋଫାରେ ବସିଥିବା ବେଳେ ସୋଫା କଡରେ ରଶ୍ମିକା ପ୍ରଫର୍ମ କରୁଛନ୍ତି । ଯେବେକି ନିନା ଗୁପ୍ତା ସୋଫା ତଳେ ବସିଥିବା ଦେଖାଦେଇଛନ୍ତି । ପରିବାରର ଅନ୍ୟ ସଦସ୍ୟ ମାନେ ବି ତଳେ ବସିଥିବା ନଜର ଆସିଛନ୍ତି । ସୋଫା ପଛ କାନ୍ଥରେ ଗୁଡ଼ାଏ ଫଟୋ ଲାଗିଥିବା ଦେଖାଦେଇଛି । ଫଟୋଟି ଏମିତି ଉଠାଯାଇଛି ଯେମିତିକି ଏକ ସାଧାରଣ ଘଟଣା ।

ସବୁଠାରୁ ଖାସ କଥା ହେଉଛି ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ ରଶ୍ମିକା ମାନ୍ଧାନା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।ଏହି ଫିଲ୍ମଟି ସମ୍ପୂର୍ଣ୍ଣ ରୂପେ ଜୀବନ, ପରିବାର ତଥା ସମ୍ପର୍କ ଉପରେ ଆଧାରିତ । ଏଥିରେ ଇମୋସନ ଯେମିତି ଭର୍ତ୍ତି ହୋଇରହିଛି । ଯାହାକି ଦର୍ଶକ ମାନଙ୍କୁ ହସାଇବା ସହିତ କନ୍ଦାଇବ ମଧ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.