ଗୁଗଲ୍ ବନାଇଲା ଲୋକପ୍ରିୟ ଗାୟକ KKଙ୍କ ଖାସ୍‌ ଡୁଡଲ୍, ଆଜିର ଦିନରେ କରିଥିଲେ ବଲିଉଡରେ ଡେବ୍ୟୁ

ଗୁଗଲ ଆଜି ପ୍ରସ୍ତୁତ କରିଛି ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣାକୁମାର କୁନ୍ନଥ ଓରଫ୍‌ କେକେଙ୍କ ଡୁଡଲ୍ । ସ୍ୱର୍ଗତ ଭାରତୀୟ ଗାୟକ KK (କୃଷ୍ଣକୁମାର କୁନ୍ନଥ) ବଲିଉଡ ଡେବ୍ୟୁର ବାର୍ଷିକୀ ପାଳନ କରିବା ପାଇଁ ଏକ ଖାସ୍ ଆନିମେଟେଡ୍ ଡୁଡଲ୍ ପ୍ରସ୍ତୁତ କରିଛି । ୧୯୯୬ ରେ ଏହି ଦିନ, ସେ ଗୁଲଜାରଙ୍କ ରାଜନୈତିକ ଥ୍ରୀଲର ମାଚିସ୍ ପାଇଁ ତାଙ୍କର ପ୍ରଥମ ବଲିଉଡ ଗୀତ ‘ଛୋଡ୍ ଆଏ ହମ୍’ ଗାଇଥିଲେ । ଗୁଗୁଲର ଏହି ଆନିମେଟେଡ୍ ଡୁଡଲ୍ ରେ KK ଛିଡା ହୋଇ ହାତରେ ମାଇକ୍ ଧରି ଗୀତ ଗାଉଛନ୍ତି । ଆପଣମାନେ ଏହି ଚିତ୍ରରେ କ୍ଲିକ୍ କରିବା ଦ୍ୱାରା KK ଙ୍କ ସହ ଜଡିତ ସମସ୍ତ ତଥ୍ୟ ପାଇପାରିବେ ।

ଏହି ଡୁଡଲ୍ ବିଷୟରେ ଏକ ନୋଟରେ ଗୁଗୁଲ ୱେବସାଇଟରେ କହିଛି ଯେ, “ଏହି ଡୁଡଲ୍ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନ୍ନାଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି, ଯିଏକି KK ନାମରେ ଜଣାଶୁଣା । ଜଣେ ସଫଳ ଭାରତୀୟ ପ୍ଲେବ୍ୟାକ୍ ସିଙ୍ଗର ଯିଏକି ନିଜ ଭର୍ସାଟାଇଲ୍ ଭଏସ୍ ପାଇଁ ବେଶ ଲୋକପ୍ରିୟ । ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ବଙ୍ଗାଳୀ, ଆସାମ ଏବଂ ଗୁଜରାଟୀ ଏଭଳି ଅନେକ ଭାଷାରେ KK ଅନେକ ଗୀତ ଗାଇଛନ୍ତି । ଯେଉଁଥିପାଇଁ ସେ ଖୁବ ପ୍ରସିଦ୍ଧି ଲାଭ କରିଥିଲେ ​​।

କେକେ ଅଗଷ୍ଟ ୨୩, ୧୯୬୮ ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ବ୍ୟବସାୟିକ ଜିଙ୍ଗଲ୍ସ ପରଫର୍ମ କରି ସେ ତାଙ୍କର ସଙ୍ଗୀତ ଦୁନିଆରେ ନିଜର ଯାତ୍ରା ଆରମ୍ଭ କରିଥିଲେ । ସେ ୧୧ ଟି ଭାଷାରେ ପ୍ରାୟ ୩୫୦୦ ଜିଙ୍ଗଲ୍ ଗାଇଥିଲେ । ଏହି ଗାୟକ ୧୯୯୯ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର “ତଡପ ତଡପ” ଗୀତ ସହିତ ହିନ୍ଦୀ ସିନେମାରେ ସୁନାମ ଅର୍ଜନ କରିଥିଲେ । ସେହି ବର୍ଷ ସେ ତାଙ୍କର ପ୍ରଥମ ଆଲବମ୍ ‘ପଲ୍’ ଲଞ୍ଚ କରିଥିଲେ, ଯାହା ତାଙ୍କୁ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଥିଲା ​​।

ପ୍ରାୟ ତିନି ଦଶନ୍ଧି ଧରି ଚାଲିଥିବା ତାଙ୍କ ସଫଳ କ୍ୟାରିଅରରେ କେ.କେ ହିନ୍ଦୀରେ ୫୦୦ ରୁ ଅଧିକ ଏବଂ ତେଲୁଗୁ, ବଙ୍ଗାଳୀ, କନ୍ନଡ ଏବଂ ମାଲାୟାଲମରେ ୨୦୦ ରୁ ଅଧିକ ଗୀତ ଗାଇଥିଲେ । ତାଙ୍କର କେତେକ ଲୋକପ୍ରିୟ ଗୀତ ମଧ୍ୟରେ “ଖୁଦା ଜାନେ”, “ବିତେ ଲମହେ”, “ଆଖୋ ମେ ତେରୀ” ଏବଂ “ତୁ ହି ମେରୀ ଶବ୍ ହେ” ସାମିଲ ରହିଛି । ମେ’ ୩୧ରେ ହାର୍ଟ ଆଟାକ୍‌ ଯୋଗୁ ମାତ୍ର ୫୩ ବର୍ଷ ବୟସରେ ତାଙ୍କ ନିଧନ ହୋଇଥିଲା ।

You might also like