ଶାବନା ଆଜମୀଙ୍କ ଦୁର୍ଘଟଣା ଉପରେ ମନ୍ତବ୍ୟ ଦେବା ଶିକ୍ଷୟିତ୍ରୀଙ୍କୁ ପଡିଲା ମହଙ୍ଗା, ଚାକିରିରୁ ହେଲେ ନିଲମ୍ବିତ

ଜାଭେଦ ଅଖତାରଙ୍କ ଜନ୍ମ ଦିନ ପରଦିନ ହିଁ ଶାବନା ଆଜମୀ ଏକ ଭୟଙ୍କର ସଡକ ଦୁର୍ଘଟଣାର ସାମନା କରିଥିଲେ । ଏହି ଦୁର୍ଘଟଣା ଟିରେ ଶାବନା ମଧ୍ୟ ଗଭୀର ଭାବେ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପରେ ପରେ ବଲିଉଡ ଜଗତର ମହାନ ହସ୍ଥିମାନେ ମାନେ ତାଙ୍କ ଶୀଘ୍ର ଆରୋଗ୍ୟ ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିବା ନଜର ଆସିଥିଲା । କିନ୍ତୁ ବିଭିନ୍ନ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ନେଇ ଅନେକ ଆପତ୍ତି ଜନକ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଶାବନା ଆଜମୀଙ୍କ ଆହତ ହେବାର ଖବର ସାମ୍ନାକୁ ଆସିବା ପରେ ଟ୍ୱିଟରରେବି ଟ୍ରଲରସ ମାନେ ତାଙ୍କୁ ଅନେକ ଟ୍ରଲ କରିଥିଲେ ।

sabna ajmi

ଏହି ମାମଲାରେ ଅଭିଯୁକ୍ତ ଥିବା ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଉତ୍ତରପ୍ରଦେଶ ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ ୧୯୫୬ର ଉଲ୍ଲଙ୍ଘନ ନେଇ ଏହି ଶିକ୍ଷୟିତ୍ରୀଙ୍କୁ ବହିଷ୍କାର କରାଯାଇଛି । ଏହି ଶିକ୍ଷୟିତ୍ରୀ ଜଣଙ୍କ ନାଁ ହେଉଛି ମୃଦୁଳା ଶୁକ୍ଳ । ନିଲମ୍ବିତ ହୋଇଥିବା ଶିକ୍ଷୟିତ୍ରୀ ଜଣକ ନାଁ ରେ ଅଭିଯୋଗ ଅଛି କି ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଆପତ୍ତି ଜନକ ବାକ୍ୟ ଲେଖି କମେନ୍ଟ କରିଥିଲେ ।

ଏନେଇ ବୈଷିକ ଶିକ୍ଷା ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ପତ୍ର ମାଧ୍ୟମରେ ଅଧିକାରୀ ଜଣକ କହିଛନ୍ତି ଯେ କାହା ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ରାଜ୍ୟ ସରକାରୀ କର୍ମଚାରୀ ଆଇନକୁ ବିରୋଧ କରେ ।

You might also like