ଦୀର୍ଘ ଦିନ ପରେ ବଡ ପରଦାରେ ନଜର ଆସିବେ ଗୋବିନ୍ଦା ଓ ରବୀନା ଟଣ୍ଡନ 

ରବୀନା ଟଣ୍ଡନ ଓ ଗୋବିନ୍ଦଙ୍କ ଯୋଡି ବଲିଉଡର ଆଇକନ ଯୋଡି ମାନନା ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ । ଏହି ଯୋଡି ଅନେକ ସିନେମାରେ ଜଲୱା ଦେଖାଇ ସାରିଛନ୍ତି। ଏବେ ଖୁବଶୀଘ୍ର ଏହି ଯୋଡ଼ି ବଡ଼ ପରଦାରେ କମାଲ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ରବୀନା ନିଜ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି । ଗୋବିନ୍ଦାଙ୍କ ସହ ନିଜର କେତେକ ଫଟୋ ଶେୟାର କରି ପୁଣିଥରେ ସେମାନେ ଏକାଠି କାମ କରିବେ ବୋଲି ସୂଚନା ଦେଇଛନ୍ତି। ରବୀନା ସୋସାଲ ମିଡିଆରେ ଖୁବ ଆକ୍ଟିଭ। ଗୋବିନ୍ଦାଙ୍କ ସହ ନିଜର ନୂଆ ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରି ପ୍ରଶଂସକମାନଙ୍କୁ ଏକ ସୁନ୍ଦର ସରପ୍ରାଇଜ ଦେଇଛନ୍ତି। ଇନଷ୍ଟାଗ୍ରାମରେ ଗୋବିନ୍ଦାଙ୍କ ସହ ଫଟୋ ଶେୟାର କରି ରବୀନା ଲେଖିଛନ୍ତି ଯେ ଗ୍ରାଣ୍ଡ ରି-ୟୁନିୟନ ହେବାକୁ ଯାଉଛି। ସେମାନେ ପୁଣିଥରେ ପରଦାରେ ଏକାଠି ନଜର ଆସିବେ। କିନ୍ତୁ କେବେ, କେମିତି, କେଉଁଠି? ତେବେ ଖୁବଶୀଘ୍ର ଆସିବେ ବୋଲି ରବୀନା ଲେଖିଛନ୍ତି। ରବୀନାଙ୍କ ଏହି ଘୋଷଣା ପରେ ପ୍ରଶଂସକ ସେମାନଙ୍କ ଆଗାମୀ ପ୍ରୋଜେକ୍ଟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ସୋସାଲ ମିଡିଆରେ ମେସେଜର ସୁଅ ଛୁଟୁଛି। ଏ ପ୍ରୋଜେକ୍ଟ ସମ୍ପର୍କରେ ଜାଣିବାକୁ ପ୍ରଶଂସକ ଖୁବ ଉତ୍ସାହିତ ଅଛନ୍ତି।

raveena tandon

ସୂଚନାଯୋଗ୍ୟ ଯେ ଗୋବିନ୍ଦା ଓ ରବୀନା ବଡ଼େ ମିଆଁ-ଛୋଟେ ମିଆଁ, ଦୁଲହେ ରାଜା, ଅଖିୟୋଁ ସେ ଗୋଲି ମାରେ, ରାଜାଜୀ, ଆଣ୍ଟି ନମ୍ବର ୧ ଭଳି ହିଟ ଫିଲ୍ମ ଦେଇଛନ୍ତି। ଏତେ ବର୍ଷ ପରେ ଏହି ଯୋଡ଼ିଙ୍କୁ ପରଦାରେ ଦେଖିବା ପ୍ରଶଂସକମାନଙ୍କ ପାଇଁ କୌଣସି ଟ୍ରିଟ ଠାରୁ କମ ନୁହେଁ।

Leave A Reply

Your email address will not be published.