୩ ବର୍ଷରେ ୩୦ ରୁ ଅଧିକ ଫିଲ୍ମ ପ୍ରତ୍ୟାଖାନ କରିଛନ୍ତି ଏହି ଫିଲ୍ମ ଅଭିନେତ୍ରୀ, ୨୦୧୫ ରେ ହୋଇଥିଲା ଡେବ୍ୟୁ

ଯଦି ବଲିଉଡ ଷ୍ଟାରଙ୍କ ପିଲାଙ୍କ କଥା କହିବା ସେ ମଧ୍ୟରେ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ମଧ୍ୟ ଆସିବେ । ୨୦୧୫ ରେ ସେ ଡେବ୍ୟୁ ମଧ୍ୟ କରିସାରିଛନ୍ତି । ହେଲେ ଆପଣ ଜାଣନ୍ତି କି ୩ ବର୍ଷ ବୟସ ମଧ୍ୟରେ ସେ ୩୦ ରୁ ଅଧିକ ଫିଲ୍ମ ପ୍ରତ୍ୟାଖାନ କରିସାରିଛନ୍ତି ।
ଗୋବିନ୍ଦା ତାଙ୍କ ସମୟରେ ଜଣେ ସୁପରଷ୍ଟାର ଥିଲେ । ୮୦ ରୁ ୯୦ ଦଶକ ମଧ୍ୟରେ ସେ ବଲିଉଡକୁ ବହୁତ ଭଲ ଫିଲ୍ମ ଦେଇଛନ୍ତି । ଯାହାର ଚର୍ଚ୍ଚା ଆଜି ବି ରହିଛି । ହେଲେ ସେହି ପ୍ରଶଂସା ତାଙ୍କ ଝିଅ ଟିନା ଆହୁଜାଙ୍କୁ ମିଳିନାହିଁ । ୨୦୧୫ ରେ ସେ ଡେବ୍ୟୁ କରିଥିଲେ ମଧ୍ୟ ଆଜି ଯାଏ କିଛି ଖାସ କରି ପାରିନାହାଁନ୍ତି ।

tina ahuja.
photo credit : zeenews.india.com

୨୦୧୫ ରେ ଟିନା ‘ସେକେଣ୍ଡ ହ୍ୟାଣ୍ଡ ହଜବ୍ୟାଣ୍ଡ’ ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିଲେ । ହେଲେ ଏଥିରେ ଟିନା କିଛି ଖାସ କରିପାରି ନଥିଲେ । ଏହାଛଡା ଟିନାଙ୍କର କିଛି ଭିଡଓ ଆଲବମ ମଧ୍ୟ ଆସିଛି । ହେଲେ ଏଥିରେ ମଧ୍ୟ ସେ ଏତେଟା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରି ପାରି ନାହାଁନ୍ତି । ଯେତିକି ସେ ପାଇବା କଥା ।

ହେଲେ ସବୁଠୁ ବଡ଼ କଥା ଯେ ଗତ ୩ ବର୍ଷରେ ଟିନା ପ୍ରାୟ ୩୦ ଟି ଫିଲ୍ମକୁ ପ୍ରତ୍ୟାଖାନ କରିସାରିଲେଣି । ରିପୋର୍ଟ ଅନୁଯାୟୀ ଟିନା ମଧ୍ୟ ତାଙ୍କ ବାପାଙ୍କ ଭଳି କମେଡି ଫିଲ୍ମ କରିବାକୁ ଚାହୁଁଛନ୍ତି । ହେଲେ ଏଯାଏ ତାଙ୍କୁ ସେପରି କିଛି ସ୍କ୍ରିପ୍ଟ ମିଳିନାହିଁ ବୋଲି ସେ ଫିଲ୍ମ କରିନାହାଁନ୍ତି । ଗୋବିନ୍ଦାଙ୍କ ଗେଲ୍ହା ଝିଅ ଟିନା ନିଜର ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ଥିଲେ ମଧ୍ୟ ଏଯାଏ ତାଙ୍କର କୌଣସି ଫିଲ୍ମ ଦର୍ଶକଙ୍କ ନଜରକୁ ଆସିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.