ଝିଅର ବିଫଳତା ପରେ ଏବେ ପୁଅକୁ ବଲିଉଡ଼ରେ ଲଞ୍ଚ କରିବେ ଗୋବିନ୍ଦା

ମୁମ୍ବାଇ : ବଲିଉଡ଼ ଅଭିନେତା ଗୋବିନ୍ଦା ନିଜର ଅଭିନୟରେ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଛନ୍ତି। କିନ୍ତୁ ଏହି ତୁଳନାରେ ଦେଖିବାକୁ ଗଲେ ଅଭିନୟରେ ଫେଲ ମାରିଲେ ଗୋବିନ୍ଦାଙ୍କ ଝିଅ ଟିନା। ଏବେ କିନ୍ତୁ ଗୋବିନ୍ଦାଙ୍କ ଝିଅ ନୁହଁ ବରଂ ପୁଅ ୟର୍ଷବର୍ଦ୍ଦନ ବଲିଉଡ଼ରେ ଏଣ୍ଟ୍ରି କରିବା ନେଇ ଖବର ରହିଛି। ଏନେଇ ସେ ବର୍ତ୍ତମାନ ଖୁବ୍ ଜୋରସୋରରେ ନେଉଛନ୍ତି ଟ୍ରେନିଂ। କାରଣ ସେ ଏକ ସଫଳ ଡେବ୍ୟୁ କରବାକୁ ଚାହୁଁଛନ୍ତି।

yashwardhan-ahuja

ୟର୍ଷବର୍ଦ୍ଦନଙ୍କ ବଲିଉଡ଼ରେ ଏଣ୍ଟ୍ରିର ଖବର ତାଙ୍କର ସୋସିଆଲ ମିଡ଼ିଆରେ ଶେୟାର ହୋଇଥିବା ଫଟୋରୁ ଜଣାପଡ଼ୁଛି। ଏନେଇ ସେ ଖୁବ ପ୍ରସ୍ତୁତି କରୁଥିବା ମଧ୍ୟ ଜଣାପଡ଼ିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ୨୦୧୫ ମସିହାରେ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ସେକେଣ୍ଡ ହ୍ୟାଣ୍ଡ ହସବ୍ୟାଣ୍ଡ ଜରିଆରେ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ। କିନ୍ତୁ ଫିଲ୍ମଟି ବକ୍ସଅଫିସରେ ଫ୍ଳପ୍ ହୋଇଥିଲା। ଟିନାଙ୍କ ବାସ୍ତବ ନା ନର୍ମଦା ରହିଥିବା ବେଳେ ବଲିଉଡ଼ରେ ପାଦ ରଖିବା ଆଗରୁ ସେ ପିତାଙ୍କ ଭଳି ନିଜ ନାଁ ପରିବର୍ତ୍ତନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.