ସବୁବେଳେ କମେଣ୍ଟ କରୁଥିବାରୁ ଭଣଜା କ୍ରିଷ୍ଣା ଅଭିଷେକଙ୍କ ଉପରେ ବର୍ଷିଲେ ଗୋବିନ୍ଦା

୮୦-୯୦ ଦଶକର ସୁପରଷ୍ଟାର ଗୋବିନ୍ଦା ଏବେ ଫିଲ୍ମ ଦୁନିଆରୁ ଦୂରେଇ ଯାଇ ପରିବାର ସହ ସମୟ କାଟୁଛନ୍ତି। କିନ୍ତୁ ସେ ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି। ସୋସିଆଲ ମିଡିଆରେ ହେଉ କିମ୍ବା କୌଣସି ଟିଭି ଶୋ ସବୁଆଡ଼େ ଗୋବିନ୍ଦାଙ୍କର ହିଁ ଚର୍ଚ୍ଚା। ନିକଟରେ ଏକ ଇଣ୍ଟରଭ୍ୟୁରେ ସେ ଭଣଜା କ୍ରିଷ୍ଣାଙ୍କ ସହ ହୋଇଥିବା ବିବାଦକୁ ନେଇ କିଛି ଖୁଲାସା କରିଛନ୍ତି।

ଏକ ଇଣ୍ଟରଭ୍ୟୁରେ ଗୋବିନ୍ଦାଙ୍କୁ କୃଷ୍ଣା ଅଭିଷେକ ସବୁବେଳେ ତାଙ୍କର ମଜାକ୍‌ ଉଡ଼ାଉଥିବାରୁ ତାଙ୍କୁ କେମିତି ଲାଗେ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ଗୋବିନ୍ଦା କହିଥିଲେ, ମୁଁ ବି ଦେଖିକି ସତରେ ବିଶ୍ୱାସ କରିପାରୁନାହିଁ। ମୁଁ ଜାଣିନି ସେ ଏମିତି କାହିଁକି କରୁଛି କିମ୍ବା କେହି ତା’ ଦ୍ୱାରା କରାଉଛି। ସେ ଏକ ଭଲ ପିଲା। କିନ୍ତୁ ସେ ଜାଣିନି ଏମିତି କରିବା ଦ୍ୱାରା ମୋ ଇମେଜ୍‌ କେତେ ଖରାପ ହେଉଛି।

ତେବେ ନିଜ ଫିଲ୍ମ କ୍ୟାରିୟରକୁ ନେଇ ଗୋବିନ୍ଦା କହିଛନ୍ତି, ତାଙ୍କ ପାଖକୁ ଅନେକ ଫିଲ୍ମର ଅଫର ଆସୁଛି। କିଛିରେ ସେ ସାଇନ୍‌ ବି କରିବାକୁ ଚିନ୍ତା କରୁଥିଲେ। ସେ ନିଜେ ବି ଫିଲ୍ମ ତିଆରି କରିବାକୁ ଭାବୁଥିଲେ, କିନ୍ତୁ ୨୦୨୦ରେ କରୋନା ଯୋଗୁ ସବୁ ପ୍ଲାନ୍‌ ଏବେ ସ୍ଥଗିତ ରଖିଛନ୍ତି। କରୋନା ପାଇଁ କିଛି କରିବା ସମ୍ଭବ ହେଲାନାହିଁ। ତେବେ ସେ ଖୁବ୍‌ଶୀଘ୍ର କିଛି ନୂଆ ନେଇ ଲୋକଙ୍କୁ ପାଖକୁ ଆସୁଛନ୍ତି ବୋଲି କହିଛନ୍ତି ଗୋବିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.