ଗୋବିନ୍ଦାଙ୍କ ପରି ଏକ ପୁଅ ଚାହାଁନ୍ତି ସୁନୀତା, ବିବାହର ଦୀର୍ଘ ବର୍ଷ ପରେ କହିଲେ ଏମିତି କଥା

ଗୋବିନ୍ଦା ତାଙ୍କର ପ୍ରଶଂସକଙ୍କ ପାଇଁ ଜଣେ ଭଲ ଅଭିନେତା ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ପାଇଁ ଗୋବିନ୍ଦା ଜଣେ ଭଲ ସ୍ୱାମୀ । ଖାଲି ସେତିକି ନୁହେଁ ଗୋବିନ୍ଦା ସୁନୀତାଙ୍କ ପାଇଁ ଜଣେ ଅତ୍ୟନ୍ତ ଭଲ ପାଉଥିବା ସ୍ୱାମୀ ଓ ଜଣେ ପରିବାର ମୁଖ୍ୟ ବୋଲି କୁହନ୍ତି ସୁନୀତା । ସ୍ୱାମୀ ଗୋବିନ୍ଦାଙ୍କ ଭଳି ସେ ଏକ ପୁଅ ଚାହାଁନ୍ତି ବୋଲି ଏକଦା ପତ୍ନୀ ସୁନୀତା କହିଥିଲେ ।

ସୋସିଆଲ ମିଡ଼ିଆରେ ‘କପିଲ ଶର୍ମାଙ୍କ ଶୋ’ ର ଏକ ଭିଡ଼ିଓ ଦେଖିବାକୁ ମିଳିଛି । ଯେଉଁଥିରେ ସୁନୀତା ଅଭିନେତା ସ୍ୱାମୀ ଗୋବିନ୍ଦାଙ୍କ ସମ୍ପର୍କରେ ବହୁତ ଗୋପନ କଥା ପ୍ରକାଶ କରିଛନ୍ତି । କପିଲ ଯେତେବେଳେ ସୁନୀତାଙ୍କୁ ପଚାରିଲେ ‘ ମୁଁ ଶୁଣିଛି ଆପଣ କେଉଁ ଶୋ’ ରେ କହିଥିଲେ ଯେ ଏ ଜନ୍ମରେ ଗୋବିନ୍ଦା ମୋର ସ୍ୱାମୀ, ହେଲେ ମୁଁ ଚାହୁଁଛି ଆଗାମୀ ଜନ୍ମରେ ଗୋବିନ୍ଦା ମୋର ପୁଅ ହୋଇ ଜନ୍ମ ନିଅନ୍ତୁ ।’

ସୁନୀତା ଏହି କଥା ଶୁଣିବା ପରେ ହସି ହସି କହିଥିଲେ ‘ ଏ କଥା ସତ, ସେ ଜଣେ ଭଲ ସ୍ୱାମୀ, ହେଲେ ପୁଅ ତାଙ୍କ ପରି ହେବା ଦରକାର । ଏମିତି ପୁଅ ମୁଁ ଆଜି ଯାଏ ଦେଖିନାହିଁ । ସବୁ ଜନ୍ମ ଦିନରେ ସେ ନିଜ ମା’ଙ୍କ ପାଦ ଧୋଇ ପିଅନ୍ତି ।

ଯେଉଁ ଦିନ ମୁଁ ବିବାହ କରି ତାଙ୍କ ଘରକୁ ଆସିଲି, ପ୍ରଥମ ଦିନରେ ସେ ମୋତେ କହିଥିଲେ ଯେ ଏହି ଘରେ ଏବେ ଠାରୁ ତାହା ହିଁ ହେବ ଯାହା ମୋ ମା’ ଚାହିଁବେ ।’ ମୁଁ ତାଙ୍କୁ ଏତେ ଭଲ ପାଉଥିଲି ଯେ ଏହା ବିରୋଧରେ ଗୋଟିଏ ବି ଶବ୍ଦ କହିନାହିଁ ।ପୁଅ ହେବ ତ ଠିକ୍‌ ତାଙ୍କ (ଗୋବିନ୍ଦା) ପରି ବୋଲି କହିଛନ୍ତି ପତ୍ନୀ ସୁନୀତା ।

ଗୋବିନ୍ଦା ତାଙ୍କ ମା’ଙ୍କୁ ବହୁତ ଭଲ ପାଆନ୍ତି । ସେ ସବୁବେଳେ କୁହନ୍ତି ଯେ ଆଜି ସେ ଯେଉଁଠି କେବଳ ତାଙ୍କ ମା’ଙ୍କ ପାଇଁ । ଗୋବିନ୍ଦାଙ୍କ ମା’ ନିର୍ମଳା ଦେବୀ ମଧ୍ୟ ସୁନୀତାଙ୍କୁ ବହୁତ ପସନ୍ଦ କରୁଥିଲେ । ସେ କହୁଥିଲେ ଗୋବିନ୍ଦାଙ୍କ ବିବାହ ସୁନୀତାଙ୍କ ସହ ହିଁ କରିବେ ବୋଲି କହିଛନ୍ତି ସୁନୀତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.