ପ୍ରଥମ ଦିନରେ ୧ କୋଟି ଟଙ୍କା ରୋଜଗାର କଲା ଗ୍ରାଉଣ୍ଡ ଜିରୋ ଫିଲ୍ମ

ଇମରାନ ହାସମୀଙ୍କ ଫିଲ୍ମ ଗ୍ରାଉଣ୍ଡ ଜିରୋ ୨୫ ଏପ୍ରିଲ ୨୦୨୫ରେ ସିନେମା ହଲରେ ରିଲିଜ ହୋଇଛି ।  ତେବେ ଫିଲ୍ମକୁ ନେଇ ସବୁଠି ବେଶ ଚର୍ଚ୍ଚା ।   ଇମରାନ ହାସମୀଙ୍କ କମବାକକୁ ନେଇ ଦର୍ଶକ ବେଶ ଖୁସି ଅଛନ୍ତି । ଏହି ଚଳଚ୍ଚିତ୍ରଟି କାଶ୍ମୀର, ସେନା ଏବଂ ଆତଙ୍କବାଦର ସତ କାହାଣୀ ଉପରେ ଆଧାରିତ ହୋଇଛି ।  ଦେଶର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ରଟି ଦର୍ଶକଙ୍କ ମନ ଜିତିବ ବୋଲି ଆଶା କରାଯାଉଛି ।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଦେଶର ଲୋକମାନେ ବହୁତ କ୍ରୋଧରେ ଅଛନ୍ତି । ସମସ୍ତେ ବଦଲା ନେବାକୁ ଚାହୁଛନ୍ତି ।  ଫିଲ୍ମର କଲେକ୍ସନ ବିଷୟରେ ଦେଖିବାକୁ ଗଲେ ପ୍ରଥମ ଦିନ ବକ୍ସ ଅଫିସରେ ଭଲ ରୋଜଗାର କରିନଥିଲା ।  ଗ୍ରାଉଣ୍ଡ ଜିରୋ ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ ୧ ରୁ ୧.୨୦ କୋଟି ଟଙ୍କା ରୋଜଗାର କରିଛି । ତେବେ ଇମ୍ରାନ ହାସମୀଙ୍କ ଫିଲ୍ମ ପାଇଁ ଏକ ବଡ଼ ସଂଖ୍ୟା ନୁହେଁ  କିନ୍ତୁ ରିଲିଜ୍ ପୂର୍ବରୁ କମ୍ ଚର୍ଚ୍ଚାକୁ ଦୃଷ୍ଟିରେ ରଖି ପ୍ରଥମ ଦିନର କଲେକ୍ସନକୁ ହାରାହାରି କୁହାଯାଇପାରେ ।

ପ୍ରଥମ ସପ୍ତାହରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବା ପାଇଁ ଫିଲ୍ମକୁ ଶନିବାର ଏବଂ ରବିବାର ଦିନ ରହିଛି ।  ଯାହାକି ଫିଲ୍ମକୁ ଏକ ଭଲ ଆୟ ହୋଇପାରିବ ।  ଇମ୍ରାନ ଇଣ୍ଡଷ୍ଟ୍ରିର ଜଣେ ଭଲ ଅଭିନେତା । ଗତ କିଛି ବର୍ଷ ଧରି ସେ କୌଣସି ହିଟ୍ ଫିଲ୍ମ ଦେଇନାହାଁନ୍ତି ।  ତାଙ୍କର ଶେଷ ହିଟ୍ ଫିଲ୍ମ ଥିଲା ରାଜ୍ ଥ୍ରୀ ଯାହା ୨୦୧୨ରେ ରିଲିଜ ହୋଇଥିଲା ।  ଏହାପରେ ଇମ୍ରାନ କିଛିଫିଲ୍ମରେ କାମ କରିଥିଲେ । କିନ୍ତୁ ଇମ୍ରାନଙ୍କ ଅଧିକ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ।

ଏକ ରିପୋର୍ଟ ଅନୁସାରେ ଦର୍ଶକ ଅଭାବରୁ ଫିଲ୍ମକୁ ଦେଶବ୍ୟାପୀ ଅନେକ ଶୋ ବାତିଲ କରିବାକୁ ପଡିଥିଲା ।  ଆଡଭାନ୍ସ ବୁକିଙ୍ଗକୁ ନେଇ ବହୁତ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ । ତେବେ ରିଲିଜ ଦିନ ଜାତୀୟ ମଲ୍ଟିପ୍ଲେକ୍ସ ଚେନରେ ମାତ୍ର ୪,୦୦୦ଟିକେଟ ବିକ୍ରି ହୋଇଥିଲା ।

Also read: ଧୋନିଙ୍କୁ ସପୋର୍ଟ କରିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ ଶୃତି ହାସନ, ହାରିଯିବାରୁ ଭୋ ଭୋ ହୋଇ କାନ୍ଦିଲେ