ବସ୍ତିରେ ରହୁଥିବା ଜଣେ ସାଧାରଣ ଯୁବକଙ୍କ ସ୍ୱପ୍ନ ଓ ସଂଘର୍ଷର କାହାଣୀକୁ ନେଇ ହଲ୍‌କୁ ଆସିଲା ଫିଲ୍ମ ‘ଗଲିବୟ’

ହଲ୍‌କୁ ଆସିଲା ଫିଲ୍ମ ଗଲିବୟ। ଲିଡ୍‌ ରୋଲ୍‌ରେ ଅଛନ୍ତି ରଣବୀର ସିଂ ଓ ଆଲିୟା ଭଟ୍ଟ। ଏଥିରେ ରହିଛି ବସ୍ତିରେ ରହୁଥିବା ଜଣେ ସାଧାରଣ ଯୁବକର ସ୍ୱପ୍ନ ଓ ସଂଘର୍ଷର କାହାଣୀ। ବିଲ୍‌କୁଲ୍‌ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି ରଣବୀରଙ୍କୁ । ପ୍ରଥମ ଥର ପାଇଁ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଆଲିୟା ଭଟ୍ଟ। ର‍୍ୟାପର ଭୂମିକାରେ ରଣବୀରଙ୍କ ଦମ୍‌ଦାର ଅଭିନୟ ବି ଦେଖିବାକୁ ମିଳିଛି। କଲ୍‌କୀ କୋଚଲିନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତାର।