‘ଅପନା ଟାଇମ୍ ଭି ଆୟେଗା’ ରାପ୍ ସହ ରିଲିଜ୍ ହେଲା ଗଲିବଏର ଟ୍ରେଲର୍

ମୁମ୍ବାଇ : ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ଗଲିବଏର ଟ୍ରେଲର। ଟ୍ରେଲରରେ ବିଲକୁଲ୍ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି ରଣବୀର ସିଂଙ୍କୁ। ଫିଲ୍ମରେ ରହିଛି ବସ୍ତିରେ ରହୁଥିବା ଜଣେ ସାଧାରଣ ଯୁବକର ସ୍ୱପ୍ନ ଓ ସଂଘର୍ଷର କାହାଣୀ। ଟ୍ରେଲରରେ ରାପର ଭୂମିକାରେ ରଣବୀରଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଛି।
ପ୍ରଥମ ଥର ରଣବୀର ସିଂଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ଆଲିୟା ଭଟ୍ଟ। ଆଲିଆ ମଧ୍ୟ ଜଣେ ବିନଦାସ ମୁସଲିମ୍ ଝିଅ ଭୂମିକାରେ ନଜର ଆସିଛନ୍ତି। ତେବେ ଏଥିରେ କଲକୀ କୋଚଲିନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତାର। ଫେବ୍ରୁଆରୀ ୧୪ରେ ବଡ ପରଦାକୁ ଆସିବ ଗଲିବୟ।