‘ଝଲକ୍ ଦିଖଲାଜା ୧୦’ ଶୋ ଟାଇଟଲ ଜିତିଲେ ଗୁଞ୍ଜନ ଏବଂ ତେଜସ୍, ମିଳିଲା ଟ୍ରଫି ସହିତ ୨୦ ଲକ୍ଷ ଟଙ୍କା

ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ ‘ଝଲକ ଦିଖଲାଜା-୧୦’ର ବିଜେତା ହୋଇଛନ୍ତି ୮ ବର୍ଷୀୟ ଗୁଞ୍ଜନ ଏବଂ ତେଜସ ବର୍ମା । ୮ ବର୍ଷର ଗୁଞ୍ଜନ ଏବଂ ୧୨ ବର୍ଷୀୟ ତେଜସ ବର୍ମାଙ୍କ ଡ୍ୟାନ୍ସ ଦେଖି ସମସ୍ତେ ଚକିତ ହୋଇପଡିଥିଲେ। ଶୋ’ର ଫାଇନାଲରେ ବିଜେତା ଗୁଞ୍ଜନ ସିହ୍ନା ଏବଂ ତେଜସ୍ ବର୍ମା ଶୋ’ର ଟାଇଟଲ୍ ହାସଲ କରିଛନ୍ତି। ଟାଇଟଲ ହାସଲ କରିବା ପରେ ଗୁଞ୍ଜନ ଏବଂ ତେଜସଙ୍କୁ ଟ୍ରଫି ସହିତ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି।
ଏହି ଯୋଡି ‘ଝଲକ ଦିଖଲା ଜା ୧୦’ରେ ବହୁତ ଭଲ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶୋ’ରେ ଫାଇନାଲିଷ୍ଟ ପ୍ରତିଯୋଗୀ ମଧ୍ୟରେ ରୁବିନା ଦିଲାଇକ, ଶ୍ରୀତି ଝା, ନିଶାନ୍ତ ଭଟ୍ଟ, ଫୈଜଲ ଶେଖ ଏବଂ ଗଶ୍ମୀର ମହାଜନୀ ରହିଥିଲେ । ଏସମସ୍ତଙ୍କୁ ପଛରେ ପକାଇ ଶୋ’ର ୱିନର ହେଲେ ଗୁଞ୍ଜନ ସିହ୍ନା। ଗୁଞ୍ଜନ ଶୋ’ ଜିତିବା ପରେ ସାଥି ତେଜସ ବର୍ମା ଏବଂ କୋରିଓଗ୍ରାଫର ସାଗର ବୋରାଙ୍କୁ ଧନ୍ୟବାଦ ଜଣାଇଥିଲେ ।
View this post on Instagram
ଗୁଞ୍ଜନ ସିହ୍ନା ଏବଂ ତେଜସ୍ ବର୍ମା ଖୁବ୍ କମ୍ ବୟସରେ ରିଅଲିଟି ଶୋ ଜିତିଛନ୍ତି। ଏହା ପୂର୍ବରୁ ସୋସିଆଲ ମିଡିଆରେ ଏନେଇ ଖୁବ୍ ଆଲୋଚନା ହୋଇସାରିଛି। ଶୋ ’ରେ ରୁବିନା-ଫୈସଲ ପ୍ରଥମ ଏବଂ ଦ୍ଵିତୀୟ ରନର୍ସଅପ୍ ହୋଇଥିଲେ। ୮ବର୍ଷ ଗୁଞ୍ଜନ ଗୁଆହାଟୀରେ ଜନ୍ମ। ଖୁବ୍ କମ୍ ବୟସରେ ଗୁଞ୍ଜନ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଝଲକ ଦିଖଲା ଜା ପୂର୍ବରୁ ଗୁଞ୍ଜନ ଡ୍ୟାନ୍ସ ଦିୱାନରେ ନଜର ଆସିଥିଲେ।
ଏହି ଶୋ’କୁ କରଣ ଜୋହର, ମାଧୁରୀ ଦୀକ୍ଷିତ ଏବଂ ନୋରା ଫତେହୀ ଜଜ ଭାବେ ନଜର ଆସିଥିଲେ ଆଉ ଶୋ’ର ହୋଷ୍ଟ ଥିଲେ ମନୀଷ ପଲ୍। ଶୋ’ର ଫାଇନାଲ୍ ରାଉଣ୍ଡରେ ଫିଲ୍ମ ଭେଡିଆ ଷ୍ଟାରକାଷ୍ଟ ମଧ୍ୟ ପ୍ରମୋସନ୍ରେ ଆସିଥିଲେ। ବରୁଣ ଧୱନ ଏବଂ କ୍ରିତି ସାନନ୍ ମଧ୍ୟ ଫାଇନାଲ ଏପିସୋଡରେ ଯୋଗ ଦେଇଥିଲେ ।