ଆଜି ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ର ହେବ ବିଗ୍‌ ଏଣ୍ଟ୍ରି, ୧୦୦ରୁ ଅଧିକ ଦେଶରେ ହେଉଛି ରିଲିଜ୍‌, ପ୍ରଥମ ଦିନରେ ୪ ଲକ୍ଷରୁ ଅଧିକ ଟିକେଟ୍‌ ବିକ୍ରି

ବକ୍ସ ଅଫିସରେ ଆଜି ଧମାଲ କରିବ ଶାହରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍‌’ । ୧୦୦ରୁ ଅଧିକ ଦେଶରେ ରିଲିଜ୍‌ ହେଉଛି। ବିଦେଶରେ ୨୫ ଶହରୁ ଅଧିକ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ ‘ପଠାନ୍‌’ । କୌଣସି ଭାରତୀୟ ଫିଲ୍ମ ପୂର୍ବରୁ ଶହେରୁ ଅଧିକ ଦେଶ ଓ ୨୫ ଶହ ସ୍କ୍ରିନ୍‌ରେ ଏକସଙ୍ଗେ ରିଲିଜ ହୋଇନାହିଁ । ଶାହରୁଖଙ୍କ ଏହି ଫିଲ୍ମ ରିଲିଜ ପୂର୍ବରୁ ସବୁ ରେକର୍ଡ ନିଜ ନାଁରେ କରିଛି ।

ପଠାନ ସିନେମାର ଆଡ୍‌ଭାନ୍ସ ଟିକେଟ୍‌ ବୁକିଂ ମଧ୍ୟ ସବୁ ରକର୍ଡ ଭାଙ୍ଗିଛି । ପ୍ରଥମ ଦିନ ପାଇଁ ଅନ୍‌ଲାଇନ୍‌ ଫ୍ଲାଟଫର୍ମରେ ବିକ୍ରି ସରିଛି ୪ ଲକ୍ଷରୁ ଅଧିକ ଟିକେଟ୍‌ । ଆଜି ରିଲିଜ୍‌ ହେବାକୁ ଥିବା ବେଳେ ଅଧିକ ଅଗ୍ରିମ ଟିକେଟ୍‌ ବୁକିଂ ବଢିବ ବୋଲି ଆଶା କରାଯାଉଛି । ଶାହରୁଖ ଖାନଙ୍କ ଆକ୍ସନ୍‌-ପ୍ୟାକ୍‌ ଚଳଚ୍ଚିତ୍ର ପଠାନ କେବଳ ହିନ୍ଦୀ ଭାଷା ବଜାରରେ ନୁହେଁ ଦକ୍ଷିଣ ଭାରତରେ ମଧ୍ୟ ଏକ ବ୍ଲକବଷ୍ଟର ହେବାକୁ ଯାଉଛି । ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି କିଙ୍ଗ୍‌ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ । ପ୍ରାରମ୍ଭିକ ଟିଜର ଏବଂ ବେସରମ ଗୀତ ରିଲିଜ ହେବାପରେ ଫିଲ୍ମ ବିବାଦ ଘେରକୁ ଆସିଥିଲା । ଏହାପରେ ଭାରତ ସମେତ ବିଦେଶରେ ଅଗ୍ରିମ ଟିକେଟ୍‌ ବିକ୍ରି ଦ୍ରୁତ ଗତିରେ ବଢି ଚାଲିଛି । ବିଦେଶରେ ‘ପଠାନ୍‌’ ଫିଲ୍ମ ରିଲିଜ୍‌ ହେବାରେ ବାହୁବଳୀ-୨, କେଜିଏଫ୍‌-୨କୁ ପଛରେ ପକାଇ ଦେଇଛି ।

 

Leave A Reply

Your email address will not be published.