ଜନ୍ମଦିନର କେକ୍ କାଟୁଥିବା ବେଳେ ଅଚାନକ ଅଭିନେତ୍ରୀଙ୍କ ଚୁଟିରେ ଲାଗିଗଲା ନିଆଁ , ଏବେ ଭାଇରାଲ ହେଉଛି ଭିଡ଼ିଓ

ଆମେରିକାନ ଟିଭି ଷ୍ଟାର ନିକୋଲ ରିଚି ନିକଟରେ ନିଜ ୪୦ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । କିନ୍ତୁ ଏସମୟରେ ତାଙ୍କ ସହିତ ଏକ ଭୟାନକ ଘଟଣା ଘଟିଯାଇଛି । ଘଟଣାଟି ଭୟାନକ ହୋଇଥିଲେ ମଧ୍ୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଅଭିନେତ୍ରୀ ଜଣଙ୍କ । ପ୍ରକୃତରେ ସେଲିବ୍ରେସନ ସମୟରେ ନିକୋଲ ନିଜ ଜନ୍ମ ଦିନ କେକର ମହମବତୀ ଲିଭାଉଥିଲେ । ଆଉ ଏହି ସମୟରେ ତାଙ୍କ କେଶରେ ଅଚାନକ ନିଆଁ ଲାଗିଯାଇଥିଲା । ଭାଗ୍ୟ ଭଲଯେ ତାଙ୍କ ନିକଟରେ ଛିଡା ହୋଇଥିବା ଲୋକେ ଏହି ନିଆଁକୁ ତତକ୍ଷଣତ ଲିଭାଇ ଦେଇଥିଲେ । ଦୃଶ୍ୟଟି ଖୁବ ଭୟଙ୍କର ଥିଲା । କିନ୍ତୁ ମଜାର କଥା ହେଉଛି ନିକୋଲଙ୍କ ଏହି ଭିଡିଓ ଟିକୁ ପୋଷ୍ଟ କରିବା ପରେ ତାଙ୍କ ସାଙ୍ଗସାଥି, ଫ୍ୟାନ୍ସ ମାନେ ଖୁବ ମଜାକିୟା ଅନ୍ଦାଜରେ କମେଣ୍ଟ ଦେଇଛନ୍ତି ।

 

View this post on Instagram

 

A post shared by NICOLE RICHIE (@nicolerichie)

କେହି କେହି ହସି ହସି ଗଡ଼ି ଯାଇଥିବା ବେଳେ କେହି କେହି “ତମେ ଖୁବ ହଟ ଦେଖାଯାଉଛ” ବୋଲି କମେଣ୍ଟରେ ଲେଖିଛନ୍ତି । ଏମିତିକି ନିକୋଲଙ୍କ ସ୍ୱାମୀ ଜୋଏଲ ମେଡନ ବି ପୋଷ୍ଟ ଉପରେ କମେଣ୍ଟ କରିଛନ୍ତି । ହଲିଉଡ ଆକ୍ଟ୍ରେସ ଏଲେନ ପୋମ୍ପି ଲେଖିଛନ୍ତିକି, “ହ୍ୟାପି ବାର୍ଥ ଡେ, ଆଶା କରୁଛିକି ତୁମେ ଠିକ ଠାକ ଥିବ ” । ଯେବେକି ଅନ୍ୟଜଣେ କହିଛନ୍ତିକି, “ମୋତେ ହସିବାକୁ ଖୁବ ଖରାପ ଲାଗୁଛି, ମୋତେ କ୍ଷମା କରିଦେବ । ହ୍ୟାପି ବାର୍ଥ ଡ଼େ ।” କେଲି ରୋଲ୍ୟାଣ୍ଡ ଲେଖିଛନ୍ତି, ” ଏ ଦୃଶ୍ୟ ମୋ ହୃଦୟକୁ ଛୁଇଁଦେଲା । କହିରଖିବା ଉଚିତ ହେବକି ନିକୋଲଙ୍କୁ ରିୟଲିଟି ସିରିଜ “ଦ ସିମ୍ପଲ ଲାଇଫ” ରୁ ହିଁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.