୫୪ ବର୍ଷ ବୟସରେ ଲିଭ୍ ଇନ୍ ପାର୍ଟନରଙ୍କୁ ବିବାହ କଲେ ହଂସଲ ମେହେତା, ୪ ପିଲାଙ୍କ ଉପସ୍ଥିତିରେ ସମ୍ପର୍କରେ ମାରିଲେ ମୋହର

ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ହଂସଲ ମେହେତା ନିଜ ପାର୍ଟନର ସଫିନା ହୁସେନ୍ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟେ ସମସ୍ତଙ୍କ ଠାରୁ ଦୂରରେ ଲିଫୋର୍ଣ୍ଣିୟାରେ ଏକ ଛୋଟ ଉତ୍ସବ ଆୟୋଜନ କରି ବିବାହ କରିଛନ୍ତି। ହଂସଲ ମେହେତା ଓ ସଫିନା ହୁସେନ୍ଙ୍କ ବିବାହ ବେଳର ଫଟୋ ସୋସିଆଲ ମିଡିଆେରେ ଖୁବ୍ ଭାଇରାଲ ହେଉଛି। ଫ୍ୟାନ୍ଙ୍କ ସମେତ ବଲିଉଡ୍ର ବହୁ ବଡ଼ ବଡ଼ କଳାକାର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
Many congratulations to @mehtahansal and #SafeenaHusain on your wedding. I wish you guys a lifetime of happiness!#HansalMehta #ModernLoveMumbai https://t.co/yKEEL5SxPG
— MissMalini (@MissMalini) May 25, 2022
ପୋଷ୍ଟ ସେୟାର କରି ହଂସଲ ମେହେତା ଲେଖିଛନ୍ତି- ତେବେ ୧୭ ବର୍ଷ ପରେ ଦୁଇ ଜଣ ନିଜ ପିଲାଙ୍କୁ ବଡ଼ ହେବାର ଦେଖିଲେ ଓ ନିଜ ସ୍ୱପ୍ନକୁ ପିଛା କରି ବିବାହ କରିବାକୁ ନିଷ୍ପତ୍ତି ନେଲେ। ଜୀବନରେ ଅନ୍ୟ ସବୁ ଜିନିଷ ଭଳି ଏ ଘଟଣା ବି ଅଚାନକ ଓ ଅନିୟୋଜିତ ଥିଲା। କିନ୍ତୁ ଆମ ପ୍ରତିଜ୍ଞା ଓ ପ୍ରତିଶ୍ରୁତି ସତ ଥିଲା। ଶେଷରେ ଭଲ ପାଇବା ବାକି ସବୁ ଜିନିଷ ଉପରେ ଭାରି ପଡ଼ିଥାଏ ଓ ଏଥିରେ ବି ସେଇୟା ହେଲା…
View this post on Instagram
ସୂଚନାଯୋଗ୍ୟ ଯେ ୫୪ ବର୍ଷୀୟ ହଂସଲ ମେହେତାଙ୍କର ଏହା ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ୧୯୮୯ରେ ସୁନୀତାଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କର ଏହି ବିବାହ ଅଧିକ ଦିନ ତିଷ୍ଠି ନଥିଲା। ହଂସଲଙ୍କ ପ୍ରଥମ ବିବାହ ମାତ୍ର ୧୧ ବର୍ଷ ଚାଲିଥିଲା। ସୁନୀତା ଓ ହଂସଲଙ୍କର ଦୁଇ ପୁଅ ଜୟ ଓ ପଲ୍ଲବ ଅଛନ୍ତି। ଅନ୍ୟପଟେ ହଂସଲ ମେହେତା ଓ ସଫିନା ହୁସେନ୍ଙ୍କର ଦୁଇ ଝିଅ କିମାୟା ଓ ରିହାନା ଅଛନ୍ତି। ଅର୍ଥାତ୍ ହଂସଲ ମେହେତା ମୋଟ ୪ଟି ସନ୍ତାନର ବାପା।
Overwhelmed with all the good wishes and love showered. Both @safeenahusain and I are touched and very grateful for all the messages we have received and continue to receive. pic.twitter.com/JVBXkSyXf2
— Hansal Mehta (@mehtahansal) May 26, 2022
Also Read: ଭାଗ୍ୟ ହେବ ତ ଏମିତି! ଖଣି ଖୋଳିବା ବେଳେ ମିଳିଲା ଦାମୀ ହୀରା, ରାତାରାତି ବଦଳିଗଲା ମହିଳାଙ୍କ ଜୀବନ