ବିବାହ ସମୟ ବିଳମ୍ବ କଲେ ପ୍ରତି ମିନିଟ୍ ପିଛା ୫ ଲକ୍ଷ ଟଙ୍କା, ବର ଘର ଉପରେ ଏମିତି କିଛି ଦାବି ରଖିଥିଲେ ଏହି ଅଭିନେତ୍ରୀଙ୍କ ମା’

ଖୁବ୍ ଧୁମଧାମ୍ ସହକାରେ ସମ୍ପନ୍ନ ହୋଇଥିଲା ଅଭିନେତ୍ରୀ ହନସିକା ମୋଟୱାନୀଙ୍କ ବିବାହ। ତେବେ ବିବାହ ସମୟ ବିଳମ୍ବ କଲେ ପ୍ରତି ମିନିଟ୍ ପିଛା ୫ ଲକ୍ଷ ଟଙ୍କା ଦେବାକୁ ପଡିବ! ବର ଘର ଉପରେ ଏମିତି କିଛି ଦାବି ରଖିଥିଲେ ଏହି ଅଭିନେତ୍ରୀଙ୍କ ମା' ।

ନିକଟରେ ଖୁବ୍ ଧୁମଧାମ୍ ସହକାରେ ସମ୍ପନ୍ନ ହୋଇଥିଲା ଅଭିନେତ୍ରୀ ହନସିକା ମୋଟୱାନୀଙ୍କ ବିବାହ। ସୋହେଲ କାଥୁରିଆଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଏହି ଦମ୍ପତି ଡିସେମ୍ବର ୨୦୨୨ରେ ରାଜସ୍ଥାନର ଜୟପୁରର ମୁଣ୍ଡୋଟା ଦୁର୍ଗ ଓ ପ୍ୟାଲେସରେ କେବଳ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାରବର୍ଗଙ୍କ ଉପସ୍ଥିତିରେ ବିବାହ କରିଥିଲେ। ହନସିକାଙ୍କ ୱେବ୍ ସିରିଜ୍ ‘ଲଭ୍ ସାଦୀ ଡ୍ରାମା’ର ଶେଷ ଏପିସୋଡରେ ଅଭିନେତ୍ରୀଙ୍କ ମା ମୋନା ମୋଟୱାନୀ ବରର ପରିବାର ସଦସ୍ୟଙ୍କୁ ସମାରୋହରେ ବିଳମ୍ବ କରିବା ହେତୁ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରୁଥିବା ଦେଖିବାକୁ ମିଳିଥିଲା।

ଯଦିଓ ବିବାହ ରୀତିନୀତି ବିନା କୌଣସି ବାଧାବିଘ୍ନରେ କରାଯାଇଥିଲା, କିନ୍ତୁ ହନସିକାଙ୍କ ମା ସୋହେଲଙ୍କ ପରିବାର ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ସେମାନଙ୍କ ବିଷୟରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଥିଲା। ସେ କହୁଥିଲେ “ମୋର ଏକ ନମ୍ର ଅନୁରୋଧ ଅଛି। କାଥୁରିଆସ୍ ଏପରି ଲୋକ ଯେଉଁମାନେ ବହୁତ ଡେରି କରନ୍ତି ଏବଂ ମୋଟୱାନୀସ୍ ବହୁତ ସମୟାନୁବର୍ତ୍ତୀ। ଯଦି ଆଜି ବିଳମ୍ବରେ ଆସନ୍ତି, ତେବେ ପ୍ରତି ମିନିଟ୍ ବିଳମ୍ବ ପାଇଁ ୫ ଲକ୍ଷ ଟଙ୍କା ଦେବାକୁ ପଡିବ। ସେ ଏହି ଅନୁରୋଧ କରୁଥିଲେ କାରଣ ବିବାହ ଆରମ୍ଭ ସମୟ ଅପରାହ୍ନ ୪ଟା୩୦ ରୁ ୬ ଟା ମଧ୍ୟରେ ଥିଲା। ତେଣୁ ସେ ଅନୁରୋଧ କରି ସେମାନଙ୍କୁ ଶୀଘ୍ର ଆସିବାକୁ କହିଥିଲେ ।

ପରେ, ହନସିକା ସୋହେଲଙ୍କୁ ମଣ୍ଡପରେ ଅପେକ୍ଷା କରିଥିବା ଦେଖି ତାଙ୍କ ଅନୁଭବକୁ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଏହା ଏକ ସରପ୍ରାଇଜ୍ ମୁହୂର୍ତ୍ତ ଥିଲା। ଯାହା ତାଙ୍କୁ ବହୁତ କଷ୍ଟ ଦେଇଥିଲା ଏବଂ ସେ ‘ତାଙ୍କ ପ୍ରେମକୁ ବିବାହ କରୁଥିଲେ। ଏହା ତାଙ୍କର ସର୍ବୋତ୍ତମ ଅନୁଭବ ଥିଲା। ସବୁ କିଛି ବାସ୍ତବ ରୂପ ନେଉଥିଲା। ସେ ଏହି ବିବାହକୁ କିପରି ବ୍ୟାଖ୍ୟା କରିବେ ବୋଲି ଜାଣିପାରୁନଥିଲେ। ଆଉ ଏହା କିଛି ଅଲଗା ଭାବନା ଥିଲା ଯାହାଦ୍ବାରା ସେ କିଛି ସମୟ ପାଇଁ ଭାଙ୍ଗି ପଡିଥିବା ମଧ୍ଯ କହିଥିଲେ।

ଏପଟେ ସୋହେଲ ମୁମ୍ବାଇର ଜଣେ ବ୍ୟବସାୟୀ ଯିଏ ହାନସିକାଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ପାଇଁ ଏକ ନିର୍ଦ୍ଦିଷ୍ଟ ଅଂଶୀଦାର ଭାବରେ କାର୍ଯ୍ୟ କରନ୍ତି। ସେ ଜଣେ ଉଦ୍ୟୋଗୀ, ଏବଂ ଏକ ଟେକ୍ସଟାଇଲ୍ ଫାର୍ମର ମାଲିକ ମଧ୍ୟ। ଯାହା ୧୯୮୫ ମସିହାରୁ ସର୍ବଭାରତୀୟ ସ୍ତରରେ ପୋଷାକ ରପ୍ତାନି କରୁଛି।

paris pic

ଗତ ବର୍ଷ ନଭେମ୍ବରରେ ସୋହେଲ ଓ ହନସିକା ନିର୍ବନ୍ଧ କରିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେ ପ୍ୟାରିସର ଇଫେଲ ଟାୱାରରେ ତାଙ୍କର ସ୍ବପ୍ନର ନାୟକଙ୍କସହ କିଛି ଫଟୋ ସେୟାର କରିଥିଲେ ଏବଂ ତାଙ୍କ ବିବାହ ପାଇଁ ତାଙ୍କ ପ୍ରଶଂସକ ଖୁବ୍ ଉତ୍ସାହିତ ଥିଲେ ।

ହନସିକାଙ୍କ ୱେବ୍ ସିରିଜ୍ ‘ଲଭ୍ ସାଦୀ ଡ୍ରାମା’ର ଶେଷ ଏପିସୋଡରେ ଅଭିନେତ୍ରୀ ବିବାହ ସମାରୋହରର କିଛି ମଜାଦାର ବ୍ୟାନର ଦେଖାଇଥିଲେ। ଯେତେବେଳେ ପୁରୋହିତ ହନସିକାଙ୍କୁ କହିଥିଲେ, “ତୁମେ ନିଶ୍ଚୟ ଉପବାସ ପାଳନ କରିବ । ଉଦାହରଣ ସ୍ୱରୂପ କରୱା ଚଉଥ ପଞ୍ଜାବୀମାନଙ୍କର ଏକ ଲୋକପ୍ରିୟ ପର୍ବ …” ଅଭିନେତ୍ରୀ ପୁରୋହିତଙ୍କୁ ବାଧା ଦେଇ ଉତ୍ତର ଦେଇଥିଲେ, ତାଙ୍କର ବି ଗୋଟିଏ ସର୍ତ୍ତ ଅଛି। ସୋହେଲ ମଧ୍ୟ ତାଙ୍କ ସହିତ ଉପବାସ ପାଳନ କରିବା ଉଚିତ୍। ” ପାଖରେ ଥିବା ଲୋକେ ହନସିକାଙ୍କ କଥାରେ ହସିବା ହେବା ଆରମ୍ଭ କରିଥିଲେ , ଏପଟେ ସୋହେଲ କହିଥିଲେ ଯେ ସେ ତାଙ୍କ ସର୍ତ୍ତକୁ ଗ୍ରହଣ କରୁଛନ୍ତି ବୋଲି।