ହାପି ବର୍ଥ ଡେ ସିଦ୍ଧାର୍ଥ ମାଲହୋତ୍ରା, ଜାଣନ୍ତୁ ଶେରଶାହ ଷ୍ଟାରଙ୍କ ଅପକମିଙ୍ଗ ଫିଲ୍ମ ବିଷୟରେ

ଏବେ ବଲିଉଡର ଶେରଶାହ ହୋଇଯାଇଛନ୍ତି ସିଦ୍ଧାର୍ଥ ମାଲହୋତ୍ରା । ଆଜି ସେ ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ।
ସମସ୍ତେ ଜାଣନ୍ତି ସିଦ୍ଧାର୍ଥ ମଲହୋତ୍ରା ଜଣେ ଭାରତୀୟ ଅଭିନେତା ଏବଂ ମଡେଲ ଯିଏ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଖୁବ୍ କମ ମାତ୍ର ୧୮ ବର୍ଷ ବୟସରେ ସେ ତାଙ୍କର ମଡେଲିଂ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପରେ ୨୦୧୦ ମସିହାରେ ଚଳଚ୍ଚିତ୍ର ‘ମାଇଁ ନେମ ଇଜ୍ ଖାନ୍’ରେ କରନ ଜୋହାରଙ୍କ ଟ୍ରେନି ଆସିଷ୍ଟାଣ୍ଟ ଡିରେକ୍ଟର ଭାବରେ କାର୍ଯ୍ୟ କରୁଥିଲେ। କରନ ଜୋହରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ରେ ଡେବ୍ୟୁ କରିବା ପରେ ସିଦ୍ଧାର୍ଥଙ୍କୁ ସମସ୍ତେ ଚିହ୍ନିଲେ।
ଏହାପରେ ସେ ଏକ ଭିଲିଆନ୍, ଶେରଶାହା ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରିଥିଲେ। ତାଙ୍କୁ ଅଧିକ ପ୍ରଶଂସା ମିଳିଥିଲା କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ଶେରଶାହା। ତେବେ ଆଗକୁ ମଧ୍ୟ ତାଙ୍କର ଅନେକ ଫିଲ୍ମ ଆସିବାର ଅଛି ।

୨୦୨୨ ମସିହାରେ ଆସିବାକୁ ଥିବା ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକ ହେଉଛି ଯୋଦ୍ଧା, ଯାହାକି ଧର୍ମା ପ୍ରଡକ୍ସନର ।ତେବେ ଏହି ଚଳଚ୍ଚିତ୍ରଟି ନଭେମ୍ବର ୧୧ ରେ ରିଲିଜ୍ ହେବ । ସିଦ୍ଧାର୍ଥଙ୍କର ଦ୍ୱିତୀୟ ଅପକମିଙ୍ଗ ଫିଲ୍ମ ହେଉଛି ମିଶନ ମଞ୍ଜୁ, ଯାହା ଏକ ଆକ୍ସନ ଡ୍ରାମା ଚଳଚ୍ଚିତ୍ର । ଏହି ଫିଲ୍ମରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଟଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର କାହାଣୀ ପାକିସ୍ତାନ ଓ ଭାରତର ଏକ ମିଶନ ଉପରେ ଆଧାରିତ ।

ତାଙ୍କର ପରବର୍ତ୍ତୀ ଫିଲ୍ମ ହେଉଛି ଆଶିକି-୩,ଏହି ସିନେମାରେ ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟଙ୍କ ସହ ସିଦ୍ଧାର୍ଥ ରହିବେ। ଏହି ସିନେମାର ନିର୍ଦ୍ଦେଶନା ଦେବେ ମୋହିତ ସୁରୀ। ପୁଣି ଅନ୍ୟ ଏକ ଫିଲ୍ମ ହେଉଛି ଥ୍ୟାଙ୍କ ଗଡ଼। ଏହା ଏକ ହିନ୍ଦୀ କମେଡି ଓ ମଲ୍ଟି ଷ୍ଟାରର ଚଳଚ୍ଚିତ୍ର ଏବଂ ଏଥିରେ ଅଜୟ ଦେବଗନ୍ ଏବଂ ରକୁଲ ପ୍ରୀତ ସିଂ ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିପାରନ୍ତି । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ୨୯ ଜୁଲାଇରେ ମୁକ୍ତିଲାଭ କରିବା।