ଆଜି ହେଉଛି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ! ୭୯ ବର୍ଷ ବୟସରେ ଉପନିତ ହେଲେ ବଲିଉଡ୍ ବିଗ୍ ବି

ଆଜି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଦେଶର ଜନତାଙ୍କ ହୃଦୟରେ ରାଜ କରୁଥିବା ବିଗ ବି ଆଜି ପାଳୁଛନ୍ତି ୭୯ତମ ଜନ୍ମଦିବସ। ଜନ୍ମଦିନ ଅବସରରେ ଫ୍ୟାନ୍ସ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି। ୧୯୪୨ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଅମିତାଭ। ବଲିଉଡର ଅନୁଶାସିତ କଳାକାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅମିତାଭ। ସବୁବେଳେ ସମୟ ପୂର୍ବରୁ ଫିଲ୍ମ ସେଟ୍‌ରେ ପହଞ୍ଚନ୍ତି। ଏତେ ବୟସରେ ମଧ୍ୟ ସେ ଖୁବ୍‌ ଆକ୍ଟିଭ। ପାଞ୍ଚ ଦଶକ ଧରି ବଲିଉଡରେ ଇଣ୍ଡଷ୍ଟ୍ରୀରେ ନିଜ ଦବଦବା ବଜାୟ ରଖିଛନ୍ତି ବିଗ ବି।

୧୯୪୨ ଅକ୍ଟୋବର ୧୧ ତାରିଖରେ ଅମିତାଭ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ ସୃଷ୍ଟି କରିପାରିଛନ୍ତି। ଜଞ୍ଜିର, ଦିୱାର, ଶୋଲେ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ। ବଲିଉଡ଼ର ଆଙ୍ଗ୍ରି ୟଙ୍ଗମ୍ୟାନ୍‌, ଶେହନ୍‌ଶାହା, ବିଗ୍‌ବି, ଷ୍ଟାର୍‌ଅଫ୍‌ଦି ମିଲେନିୟମ୍‌ଆଦି ଅନେକ ନାମରେ ସେ ପରିଚିତ।

ସେହିପରି ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅମିତାଭ ଏକ ଶ୍ରଦ୍ଧାଶୀଳ ନାମ। କୌନ୍‌ବନେଗା କରୋଡ଼ପତି କାର୍ଯ୍ୟ କ୍ରମ ଜରିଆରେ ସେ ସବୁଠୁ ଅଧିକ ‌ଲୋକପ୍ରିୟ ହୋଇପାରିଥିଲେ। ନିଜର ଦୀର୍ଘ ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଫିଲ୍ମ ଫେୟାର୍‌ଆୱାର୍ଡ ମଧ୍ୟ ଲାଭ କରିଛନ୍ତି। କେବଳ ସେତିକି ନୁହେଁ ଅମିତାଭଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମ ବିଭୁଷଣ ଆଦି ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.