ଦିନେ ସାରା ଦିନ ରହୁଥିଲେ ଭୋକିଲା, ଆଜି ସେ କୋଟି କୋଟି ଟଙ୍କାର ମାଲିକ

ବଲିଉଡ଼ ଅଭିନେତା ମନୋଜ ବାଜପେୟୀ । ଆଜି ଇଣ୍ଡଷ୍ଟ୍ରିର ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ସେ ଜଣେ । ଅନେକ ଭଲ ଫିଲ୍ମରେ କାମ କରିଛନ୍ତି । ମନୋଜ ତାଙ୍କ ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କିନ୍ତୁ ମନୋଜଙ୍କ ପାଇଁ ଏସବୁ ଏତେ ସହଜ ନଥିଲା । ପ୍ରାରମ୍ଭିକ ଦିନଗୁଡ଼ିକରେ ସେ ବହୁତ ସଂଘର୍ଷ ଦେଖିଛନ୍ତି । ମନୋଜ କହିଥିଲେ ଯେ ତାଙ୍କ ସଂଘର୍ଷପୂର୍ଣ୍ଣ ଦିନଗୁଡ଼ିକରେ ସେ ସାରା ଦିନ ଭୋକିଲା ରହୁଥିଲେ । କିନ୍ତୁ ଆଜି ସେ କୋଟି କୋଟି ଟଙ୍କାର ମାଲିକ । ଜଣେ ପ୍ରସିଦ୍ଧ ଅଭିନେତା ଭାବରେ ବଲିଉଡରେ ସେ ରାଜ୍ କରୁଛନ୍ତି । ତେବେ ଆଜି ମନୋଜ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କର କିଛି ରୋଚକ କାହାଣୀ ବିଷୟରେ ଜାଣିବା ।

ଏକ ଇଣ୍ଟରଭ୍ୟୁରେ ମନୋଜ ତାଙ୍କର ସଂଘର୍ଷପୂର୍ଣ୍ଣ ଦିନଗୁଡ଼ିକ ବିଷୟରେ କହିଥିଲେ । ମନୋଜ କହିଥିଲେ ଯେ ଯେତେବେଳେ ସେ ଦିଲ୍ଲୀରେ ରହୁଥିଲେ, ସେ ବର୍ଷାରେ ବି ବାହାରେ ରହିଛନ୍ତି । ମନୋଜ କହିଥିଲେ ଯେ ଯେତେବେଳେ ସେ ସେହି ସମୟକୁ ମନେ ପକାନ୍ତି ଥରିବାକୁ ଲାଗନ୍ତି । ଏମିତିକି ଦିନ ଦିନ ଭୋକିଲା ବି ରହିଛନ୍ତି । ପିଲାଦିନରୁ ତାଙ୍କର ଅଭିନେତା ହେବାକୁ ତାଙ୍କର ବହୁତ ଆଗ୍ରହ ଥିଲା । ଯେତେବେଳେ ମନୋଜ ତାଙ୍କ ଘରେ କହିଥିଲେ ଯେ ସେ ଜଣେ ଅଭିନେତା ହେବାକୁ ଚାହୁଁଛନ୍ତି, ସମସ୍ତେ ତାଙ୍କୁ ପରିହାସ କରିଥିଲେ ଏବଂ ତାଙ୍କର ମଜାକ୍ ଉଡାଇଥିଲେ । କିନ୍ତୁ ଏସବୁରେ ହାରି ନଥିଲେ ସେ ଏବଂ ପାଠପଢା ସାରିବା ପରେ ମାତ୍ର ୧୭ ବର୍ଷ ବୟସରେ ଦିଲ୍ଲୀ ଆସିଥିଲେ ।

ଜୀବନରେ ଅନେକ ସଂଘର୍ଷର ସାମ୍ନା କରିଛନ୍ତି ମନୋଜ । କିନ୍ତୁ ଆଜି ସମୟ ବଦଳିଛି ଏବେ ମନୋଜ ବାଜପେୟୀ କୋଟି କୋଟି ଟଙ୍କାର ମାଲିକ । ଏବେ ମନୋଜ ବାଜପେୟୀ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ସେ ୨୦୨୪ ମସିହାରେ ତାଙ୍କର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟକୁ ୯ କୋଟି ଟଙ୍କାରେ ବିକ୍ରି କରିଥିଲେ । ରିପୋର୍ଟ ଅଛି ଯେ ସେ ଏକ ଫିଲ୍ମ ପାଇଁ ୬ କୋଟି ଟଙ୍କା ନିଅନ୍ତି । ସେହି ସମୟରେ, ସେ ଲୋକପ୍ରିୟ ୱେବ୍ ସିରିଜ୍ “ଦି ଫ୍ୟାମିଲି ମ୍ୟାନ୍” ପାଇଁ ୨୦ କୋଟି ଟଙ୍କା ନେଇଥିଲେ । ମନୋଜ ବାଜପେୟୀଙ୍କ ସମ୍ପତ୍ତି ୧୭୦ କୋଟି ଟଙ୍କା ବୋଲି ରିପୋର୍ଟ ଆସିଥିଲା ।

Also read: କତାରରେ ଲଗଜରୀ ଘର କିଣିଛନ୍ତି ସୈଫ ଅଲ୍ଲୀ ଖାନ, ନିଜେ କହିଲେ ଘରର ସ୍ୱତନ୍ତ୍ରତା