ଆଜି ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ: ୫୫ ବର୍ଷରେ ପାଦ ଥାପିଲେ ରୋମାନ୍ସ କିଙ୍ଗ୍‌, ଛୁଟୁଛି ଶୁଭେଚ୍ଛାର ସୁଅ

ଆଜି ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ। ୨ ନଭେମ୍ବର ୧୯୬୫ରେ ଶାହାରୁଖ ଜନ୍ମ ଗ୍ରହଣ କରିଥିଲେ। ଆଜି ସେ ନିଜ ୫୫ ତମ ଜନ୍ମ ଦିନ ପାଳନ କରୁଛନ୍ତି। ଶାହାରୁଖ ଖାନ୍‌ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ତାଙ୍କ ଫ୍ୟାନ୍‌ ଫଲୋୟର୍ସ କେବଳ ଭାରତରେ ନୁହେଁ, ଦୁନିଆର ପ୍ରତିଟି କୋଣରେ ମଧ୍ୟ ରହିଛନ୍ତି। ଆଜି ଶାହାରୁଖଙ୍କ ଜନ୍ମ ଦିନରେ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

୧୯୮୯ରେ ଦିଓ୍ଵାନା ଫିଲ୍ମରୁ ଡେବ୍ୟୁ କରିଥିବା ଶାହାରୁଖ ଆଜି ବଲିଉଡ୍‌ର ବାଦଶାହ ପାଲଟିଯାଇଛନ୍ତି। ତାଙ୍କ ସୁପରହିଟ୍‌ ଫିଲ୍ମ ମଧ୍ୟରେ କୁଛ କୁଛ ହୋତା ହେ, ଦିଲଓ୍ଵାଲେ ଦୁଲହନିଆଁ ଲେ ଯାଏଗେଁ, କଲ ହୋ ନା ହୋ, ମୋହାବତେଁ, ସ୍ୱଦେଶ, ଓମ୍‌ ଶାନ୍ତି ଓମ୍‌, ଚକ୍‌ଦେ ଇଣ୍ଡିଆ ଆଦି ପ୍ରମୁଖ। ଶାହାରୁଖଙ୍କ ଜନ୍ମଦିନ ପାଇଁ ରାତି ୧୨ଟା ବେଳଠୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍‌। ଏବେ ଟ୍ଵିଟରରେ #HappyBirthdaySRK ଟ୍ରେଣ୍ଡିଂରେ ରହିଛି।

ଦେଖନ୍ତୁ ଫ୍ୟାନ୍‌ଙ୍କର କେତେକ ଶୁଭେଚ୍ଛା…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.