ହିରୋ ସାଜିଲେ ହରଭଜନ, ଡେବ୍ଯୁ ଫିଲ୍ମର ଟ୍ରେଲରେ ଦେଖିବାକୁ ମିଳିଲା ଭଜିଙ୍କ ଲୁଙ୍ଗି ଡ୍ଯାନ୍ସ
କ୍ରିକେଟ ଏବଂ ସିନେମାରେ ରୋମାନ୍ସ ନୂଆ ନୁହେଁ। ଖେଳ ମଇଦାନରୁ ଆରମ୍ଭ କରି ସିନେମା ପରଦା ପର୍ଯ୍ଯନ୍ତ ଅନେକ କ୍ରିକେଟର ନିଜର ପ୍ରତିଭାକୁ ଦେଖାଇସାରିଛନ୍ତି। ଏବେ ଏହି ଲିଷ୍ଟରେ ହରଭଜନ ସିଂଙ୍କ ନାମ ଯୋଡି ହୋଇଯାଇଛି। ହରଭଜନଙ୍କ ଫିଲ୍ମ ‘ଫ୍ରେଣ୍ଡସିପ’ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମ ମୂଳ ରୂପେ ତାମିଲ ଭାଷାରେ ନିର୍ମାଣ କରାଯାଇଛି। ଯାହାକୁ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ କରାଯିବ। ହରଭଜନ ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଫ୍ରେଣ୍ଡସିପ ଏକ ରୋମାଣ୍ଟିକ ଏବଂ ସ୍ପୋଟର୍ସ ଫିଲ୍ମ। ଯେଉଁଥିରେ ହରଭଜନ ସିଂ ଫିଲ୍ମର ହିରୋ ଭଳି ରୋମାନ୍ସ, ଡ୍ଯାନ୍ସ, ଆକ୍ସନ ଏବଂ କମେଡି କରୁଥିବାର ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଜନ ପଲ ରାଜ ଏବଂ ଶାମ ସୂର୍ଯ୍ଯା କରିଛନ୍ତି। ଫିଲ୍ମରେ ହରଭଜନଙ୍କ ସହିତ ଅର୍ଜୁନ, ଲେସାଲିଆ ଏବଂ ସତୀଶ ମୁଖ୍ଯ ଭୂମିକାରେ ଦେଖିବାକୁ ମିଳିବେ। ହରଭଜନ ଏଥିରେ ଡେବ୍ଯୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ହରଭଜନ କିଛି ଫିଲ୍ମରେ ନଜର ଆସିଛନ୍ତି କିନ୍ତୁ ତାହା କେବଳ ଅତିଥି ଭୂମିକାରେ।
Sharp,Crisp,Intense #FriendShipMovieTeaser of my Movie is Here.Enjoy it,Guys!
Tamil –https://t.co/LSUImD7xUG
Telugu-https://t.co/unECTwvJK5
Hindi-https://t.co/BSzIWz05iG@JPRJOHN1 @akarjunofficial @shamsuryastepup #Losliya @actorsathish @JSKfilmcorp @ImSaravanan_P
— Harbhajan Turbanator (@harbhajan_singh) March 1, 2021
ହରଭଜନଙ୍କ ଏହି ଫିଲ୍ମର ଟ୍ରେଲର ଦେଖି ସମସ୍ତ କ୍ରିକେଟର ଖେଳାଳି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁରେଶ ରାଇନା, ଭିଭିଏସ ଲକ୍ଷ୍ମଣ ଟ୍ରେଲରକୁ ସେୟାର କରି ହରଭଜନଙ୍କ ମନୋବଳକୁ ବଢାଇଛନ୍ତି। ପୂର୍ବରୁ ହରଭଜନ ୨୦୦୪ରେ ଅକ୍ଷୟ କୁମାର, ସଲମାନଙ୍କ ସହିତ ଫିଲ୍ମ ‘ମୁଝସେ ଶାଦି କରୋଗୀ’ ଫିଲ୍ମରେ କେମିଓ ଭାବେ ନଜର ଆସିଛନ୍ତି।