ପୁଷ୍ପା ଫିଲ୍ମର ଗୀତରେ ନିଜ ଜେଜେମାଙ୍କ ସହ ଡ଼ାନ୍ସ କଲେ ହାର୍ଦ୍ଦିକ ପାଣ୍ଡ୍ୟା
ବର୍ତ୍ତମାନ ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଧମାଲ କରିଛି। ତେଣୁ ଏହି ଫିଲ୍ମ ସହ ଏହାର ଗୀତକୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ପୁଷ୍ପା: ଦ ରାଇଜର ସୁପରହିଟ ଡାଇଲଗରରେ ଆକ୍ଟିଂ କରି ପୁଣି ରିଲ୍ସ କରି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଅନେକ ଫେମସ୍ ହେଉଛନ୍ତି ।
View this post on Instagram
ଏମିତି ବଡ଼ ବଡ଼ କ୍ରିକେଟର ମଧ୍ୟ ପୁଷ୍ପା ଫିଲ୍ମର ଡାଇଲଗ ଓ ଗୀତରେ ରିଲ୍ସ କରୁଛନ୍ତି। ଗୀତର ହୁକ୍ ଷ୍ଟେପ କରୁଛନ୍ତି । ତେଣୁ ଆଜି କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା ମଧ୍ୟ ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୁଷ୍ପାର ଏହି ହୁକ୍ ଷ୍ଟେପ ନିଜ ଜେଜେମାଙ୍କ ସହ କରିଛନ୍ତି ଯାହାକି ବର୍ତ୍ତମାନ ଭାଇରାଲ ହୋଇଛି । ପୁଣି ଏଇ ବିଡ଼ିଓକୁ ଦେଖି ଅନେକ କମଣ୍ଟ ମଧ୍ୟ କରିଛନ୍ତି । ଏହାକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହାପରେ ଭିଓର୍ସଙ୍କ ତରଫରୁ ତାଙ୍କୁ ପ୍ରଂଶସା ମିଳିଛି। ସେ ପ୍ରାୟତଃ ସବୁ ସମୟରେ ବଲିଉଡ ଗୀତରେ ରିଲ୍ସ କରୁଥିବାର ଦେଖିବାକୁ ମିଳିଛି।