ହ୍ୟାରୀ ପୋଟର ଷ୍ଟାର ଲେସଲି ଫିଲିପ୍ସଙ୍କ ପରଲୋକ, ଦୀର୍ଘ ଦିନ ହେଲାଣି ରୋଗରେ ପୀଡିତ ଥିଲେ

ଲୋକପ୍ରିୟ ଫିଲ୍ମ ହ୍ୟାରୀ ପୋଟର ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିବା ବ୍ରିଟିଶ ଅଭିନେତା ଲେସଲି ଫିଲିପ୍ସଙ୍କ ପରଲୋକ ହୋଇଛି । ୯୮ ବର୍ଷ ବୟସରେ ଲେସଲିଙ୍କ ନିଧନ ହୋଇଛି । ସେ ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥିଲେ ଓ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ହ୍ୟାରୀ ପୋଟର ସିରିଜର ମୁଖ୍ୟ ଅଭିନେତା ହ୍ୟାରି ପୋଟରଙ୍କ ହିଟ୍ ଆୱାଜ ‘ଦି ସର୍ଟିଂ ହ୍ୟାଟ’ ଲେସଲି ଦେଇଥିଲେ ।

ସୋମବାର ଦିନ ରାତିରେ ଲେସଲିଙ୍କ ଦେହାନ୍ତ ହୋଇଥିଲା । ଲେସଲିଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କର ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି । ଗତ ୧୯୨୪ ମସିହା ଏପ୍ରିଲ ୨୦ ତାରିଖରେ ଲେସଲି ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର କ୍ୟାରିୟରରେ ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ । ଫିଲ୍ମ ବ୍ୟତୀତ ଲେସଲି ଟିଭି ଓ ରେଡିଓରେ ମଧ୍ୟ ନିଜ କଳା ପ୍ରଦର୍ଶନ କରିସାରିଛନ୍ତି।

ହ୍ୟାରି ପୋଟର ସିରିଜର ମୁଖ୍ୟ ଅଭିନେତା ହ୍ୟାରି ପୋଟରଙ୍କ ହିଟ୍ ଆୱାଜ ‘ଦି ସର୍ଟିଂ ହ୍ୟାଟ’ ଲେସଲି ଦେଇଥିଲେ । ହ୍ୟାରି ପୋଟର କାରଣରୁ ଲେସଲି ଯୁବପିଢ଼ିଙ୍କ ମଧ୍ୟରେ ନିଜର ପରିଚିତି ହାସଲ କରିପାରିଥିଲେ । ହ୍ୟାରି ପୋଟର ବ୍ୟତୀତ ଲେସଲି ‘କ୍ୟାରୀ ଅନ’ ଫିଲ୍ମ ପାଇଁ ମଧ୍ୟ ଜଣାଶୁଣା ଥିଲେ । କ୍ୟାରି ଅନ ଫିଲ୍ମରେ ଲେସଲିଙ୍କ କ୍ରେଜକ ଦର୍ଶକ ବହୁତ ପସନ୍ଦ କରିଥିଲେ । ଲେସଲିଙ୍କ ମୃତ୍ୟୁ ତାଙ୍କ ପତ୍ନୀଙ୍କୁ ଗଭୀର ଆଘାତ ଦେଇଛି । ମୁଁ ଜଣେ ସଚ୍ଚୋଟ ମଣିଷଙ୍କୁ ହରାଇଲି ବୋଲି ତାଙ୍କର ଧର୍ମପତ୍ନୀ କହିଛନ୍ତି ।

Also Read : ଅରବାଜ ଏବଂ ମଲାଇକାଙ୍କ ପୁଅ ଅରହାନ କରିବେ ବଲିଉଡ ଡେବ୍ୟୁ, ପୂର୍ବରୁ କରିସାରିଛନ୍ତି ଆସିଷ୍ଟାଣ୍ଟ ନିର୍ଦ୍ଦେଶକ କାମ

Leave A Reply

Your email address will not be published.