କାହିଁକି ସୋସିଆଲ୍ ମିଡିଆରୁ ଗାୟବ ହୋଇଯାଇଥିଲେ ୟୁବରାଜ ସିଂଙ୍କ ପତ୍ନୀ ଅଭିନେତ୍ରୀ ହାଜେଲ

ଭାରତୀୟ କ୍ରିକେଟର ୟୁବରାଜ ସିଂଙ୍କ ପତ୍ନୀ ଅଭିନେତ୍ରୀ ହାଜେଲ କିଚ ସବୁବେଳେ ସୋଶିଆଲ ମିଡିଆରେ ଆକ୍ଟିଭ୍ ରହିଥାଆନ୍ତି। ହେଲେ ଗତ କିଛି ଦିନ ହେବ ସେ ସୋଶିଆଲ ମିଡିଆରୁ ପୁରପୁରି ଭାବେ ହଠାତ୍ ଗାୟବ ହୋଇଯାଇଥିଲେ। ତେବେ ବର୍ତ୍ତମାନ ସେ ଏବେ ତାଙ୍କର ଗାୟବ ପଛର ରାଜ୍ ତାଙ୍କ ଫ୍ୟାନ୍ସ ମାନଙ୍କୁ ସେୟାର କରିଛନ୍ତି । ହାଜେଲ ନିଜ ପୋଷ୍ଟରେ ସୂଚନା ଦେଇ କହିଛନ୍ତି କି ସେ ମେଡିକାଲ ଚିକିତ୍ସା ପାଇଁ ଏତେ ଦିନ ନିଜ ପ୍ରଶଂସକଙ୍କ ଗହଣରେ ନଜର ଆସି ନଥିଲେ। ଏକ ସର୍ଜରୀ ପାଇଁ ତାଙ୍କୁ କିଛି ଦିନ ଆରାମ ନେବାକୁ ପଡିଥିଲା ।

hazel-keech tweetଏହା ସହିତ ସେ ହାଜେଲ କହିଛନ୍ତି ମାସେ ଆଗରୁ ସେ ନାକର ସର୍ଜରି କରିଥିଲେ କାରଣ ତାଙ୍କୁ ନିଃଶ୍ବାସ ନେବାରେ ସମସ୍ୟା ହେଉଥିଲା। ଯାହାର ଠିକ୍ ସମୟରେ ଚିକିତ୍ସା ହୋଇଯାଇଥିଲା।ହାଜେଲ୍ ଏନେଇ ନିଜ ଶାଶୁଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି ଯେ ତାଙ୍କ ସହ ସେ ହସ୍ପିଟାଲ ଚେକଅପ୍ କରିବାକୁ ଯାଇଥିଲେ ବୋଲି ତାଙ୍କ ସମସ୍ୟା ବିଷୟରେ ଜଣା ପଡ଼ିଥିଲା। ତାଙ୍କ ନାକ ଭିତରେ ବଡ଼ କ୍ଷତି ହୋଇଥିଲା,ଏବେ ତାଙ୍କ ନାକ ପୂରାପୂରି ଠିକ୍ ହୋଇଯାଇଛି।