ରାମଦେବ ବାବାଙ୍କ ଏହି କାମକୁ ଦେଖି ହସିଲେ ହେମାମାଳିନୀ

ହେମାମାଳିନୀ ହେଉଛନ୍ତି ବଲିଉଡ ଜଗତରେ ବେଶ୍ ପରିଚିତ ଅଭିନେତ୍ରୀ । ତାଙ୍କୁ ଡ୍ରିମ ଗାର୍ଲ ଭାବରେ ସମସ୍ତେ ଜାଣନ୍ତି । ନିକଟରେ ସେ ମହାକୁମ୍ଭରେ ନଜର ଆସିଛନ୍ତି । ଏଠାରେ ଏକ ମଜାଦାର ଘଟଣା ମଧ୍ୟ ଘଟିଛି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ମୌନୀ ଅମାବାସ୍ୟାର ପବିତ୍ର ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ ହେମାମାଳିନୀ ।
ଏହି ସମୟରେ ବାବା ରାମଦେବଙ୍କୁ ହେମା ମାଳିନୀଙ୍କ ସହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ହେମା ମାଳିନୀ ବାବା ରାମଦେବଙ୍କ କାମକୁ ଦେଖି ହସିବାରେ ଲାଗିଛନ୍ତି । ଉଭୟ ବାବା ରାମଦେବ ଓ ହେମାମାଳିନୀ ଅନ୍ୟମାନଙ୍କ ସହ ବୁଡ଼ ପକାଇବାକୁ ପାଣି ଭିତରେ ଥିବା ଦେଖାଯାଉଛି ।
ଯେଉଁ ସମୟରେ ରାମ ବାବାଙ୍କ ପାଳି ଆସିଛି ପ୍ରଥମେ ବାବା ରାମଦେବ ବୁଡ଼ ପକାଉଛନ୍ତି । ଏହାପରେ ପାଳି ପଡିଛି ହେମା ମାଳିନୀ ବୁଡ଼ ପକାଉଛନ୍ତି । ବାବା ରାମଦେବ ବୁଡ଼ ପକାଇ ଉଠିବା ପରେ ପଛରେ ଥିବା ଜଣେ ବ୍ୟକ୍ତି ତାଙ୍କ କେଶ ଖୋଲୁଛନ୍ତି । ଏହା ପରେ ବାବା ରାମଦେବ ନିଜ କେଶକୁ ପାଣିରେ ବୁଡ଼ାଇ ଉପରକୁ ଉଠାଉଛନ୍ତି । ଏହା ଦ୍ବାରା ପଛରେ ଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଯାଇ ରାମଦେବଙ୍କ କେଶ ପଡ଼ୁଛି । ଯାହାକୁ ଦେଖି ହେମା ହସୁ ଥିବାରେ ଦେଖିବାକୁ ମିଳିଛି ।
Also read:ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ବର ହେବା ନେଇ ବର୍ଷିଲେ ବାବା ରାମଦେବ, ଗୋଟିଏ ଦିନରେ କିଏ ବି ସନ୍ଥ ହୋଇ ପାରିବ ନାହିଁ