ନିଜର ୪୪ତମ ବାର୍ଷିକୀରେ ପୁଣିଥରେ ବିବାହ କଲେ କି ଧର୍ମେନ୍ଦ୍ର-ହେମା, ଫୁଲମାଳ ପିନ୍ଧିଥିବା ଫଟୋ ଭାଇରାଲ

ବଲିଉଡର ମୋଷ୍ଟ୍‍ ପପୁଲାର କପଲ୍‌ଙ୍କ ମଧ୍ୟରୁ ଧର୍ମେନ୍ଦ୍ର ଓ ହେମା ମାଳିନୀ ଅନ୍ୟତମ । ଗତକାଲି ମେ’ ୨ରେ ଧର୍ମେନ୍ଦ୍ର ଓ ହେମା ପାଳନ କରିଥିଲେ ସେମାନଙ୍କ ୪୪ତମ ବିବାହ ବାର୍ଷିକୀ । ଭେଟେରାନ ଅଭିନେତ୍ରୀ ସ୍ୱାମୀ ଧର୍ମେନ୍ଦ୍ରଙ୍କ ସହିତ ୪୪ତମ ବିବାହ ବାର୍ଷିକୀର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି ।

ବଲିଉଡର ମୋଷ୍ଟ୍‍ ପପୁଲାର କପଲ୍‌ଙ୍କ ମଧ୍ୟରୁ ଧର୍ମେନ୍ଦ୍ର ଓ ହେମା ମାଳିନୀ ଅନ୍ୟତମ । ଗତକାଲି ମେ’ ୨ରେ ଧର୍ମେନ୍ଦ୍ର ଓ ହେମା ପାଳନ କରିଥିଲେ ସେମାନଙ୍କ ୪୪ତମ ବିବାହ ବାର୍ଷିକୀ । ଭେଟେରାନ ଅଭିନେତ୍ରୀ ସ୍ୱାମୀ ଧର୍ମେନ୍ଦ୍ରଙ୍କ ସହିତ ୪୪ତମ ବିବାହ ବାର୍ଷିକୀର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି । ଏହି ଫଟୋଗୁଡ଼ିକୁ ସେମାନଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି ଏବଂ କପଲ୍‌ଙ୍କୁ ଢେର୍‌ ଭଲପାଇବା ଦେଇଛନ୍ତି ।

ହେମା ନିଜ ‘X’ ଆକାଉଣ୍ଟରେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ହିମ୍ୟାନ୍‌ଙ୍କ ସହ ଫଟୋ ପୋଜ୍‌ ଦେଉଥିବାର ନଜର ଆସିଛନ୍ତି । ଏକ ଫଟୋରେ ଏହି କିମ୍ବଦନ୍ତୀ ଦମ୍ପତି ବଡ଼ ଫୁଲମାଳ ପିନ୍ଧିଥିବାର ନଜର ଆସିଛନ୍ତି । ଦେଖିଲେ ଲାଗୁଛି, ଯେପରି ସେମାନେ ପୁଣି ଥରେ ବିବାହ କରିଛନ୍ତି ।

ନିଜ ବିବାହ ବାର୍ଷିକୀ ଫଟୋରେ ‘ଶୋଲେ’ ଅଭିନେତ୍ରୀ ହେମା ମାଳିନୀ ଗୋଲାପୀ ରଙ୍ଗର ଶାଢି, ନାଲି ଟିକିଲି ଓ ସିନ୍ଦୁରରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଲୁକ୍‌କୁ ପୂରା କରିବା ପାଇଁ ଅଭିନେତ୍ରୀ ଏକ ଭାରୀ ହାର ପିନ୍ଧିଥିବା ବେଳେ ଧର୍ମେନ୍ଦ୍ର ଡାର୍କ ପିଚ୍‌ ରଙ୍ଗର ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋଗୁଡ଼ିକରେ ଦମ୍ପତିଙ୍କର ବହୁତ ସୁନ୍ଦର ବଣ୍ଡ୍‌ ଦେଖିବାକୁ ମିଳିଛି । କେବଳ ପରଦାରେ ନୁହେଁ, ଅଫ୍‌ ସ୍କ୍ରିନ୍‌ରେ ମଧ୍ୟ ହେମା ଓ ଧର୍ମେନ୍ଦ୍ରଙ୍କ ଯୋଡି ଦର୍ଶକଙ୍କ ମଧ୍ୟରେ ଆଜି ମଧ୍ୟ ହିଟ୍ ହୋଇ ରହିଛି ।

ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ୪୪ତମ ବିବାହ ବାର୍ଷିକୀ ଉତ୍ସବରେ ଝିଅ ଈଶା ଦେଓଲ ଯୋଗ ଦେଇଥିଲେ । ସେ ମଧ୍ୟ ଉତ୍ସବରୁ କିଛି ଫଟୋ ସେୟାର କରିଛନ୍ତି । ଏହାପୂର୍ବରୁ ଈଶା ତାଙ୍କ ଇନଷ୍ଟାଗ୍ରାମରେ ବାପା, ମାଆଙ୍କର କିଛି ଅଦେଖା ଫଟୋ ସେୟାର କରିଥିଲେ ଏବଂ ସେମାନଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଥିଲେ ।

ବଲିଉଡର ଡ୍ରିମ୍‌ ଗାର୍ଲ ଓ ହିମ୍ୟାନ୍‌ ଦୁହେଁ ପରସ୍ପର ସହ ୧୯୭୦ରେ ପ୍ରଥମେ ଦେଖା ହୋଇଥିଲେ । ଏହି ସମୟରେ ସେମାନେ ନିଜ ଫିଲ୍ମ ‘ତୁମ୍ ହସିନ୍ ମେଁ ଜୱାନ୍’ର ସୁଟିଂ କରୁଥିଲେ । ଅନେକ କଠିନ ପରିସ୍ଥିତି ପରେ ଦମ୍ପତି ୧୯୮୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

You might also like