ରେଖା ଓ ଅମିତାଭ ବଚ୍ଚନଙ୍କୁ ମିଶେଇବାକୁ ଚାହୁଁଥିଲେ ହେମା ମାଲିନୀ, ଏହି ବଡ଼ ନେତାଙ୍କଠାରୁ ଲୋଡ଼ିଥିଲେ ସାହାଯ୍ୟ

ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ହେମା ମାଲିନୀ ପରଦା ଉପରେ ନିଜର ଆକ୍ଟିଂ ଏବଂ ସୁନ୍ଦରତା ପାଇଁ ଜଣାଯାଇ ଥାଆନ୍ତି। ପ୍ରତିବର୍ଷ ୧୬ ଅକ୍ଟୋବରରେ ନିଜର ଜନ୍ମଦିନ ପାଳୁଥିବା ହେମାଙ୍କ ଜୀବନ ବିଷୟରେ ଲୋକେ ଅନେକ କିଛି କଥା ଜାଣିଛନ୍ତି। କିନ୍ତୁ ଏହା ହୁଏତ ଜାଣି ନ ଥିବେ ଯେ ହେମା ବନ୍ଧୁତା ବଜାୟ ରଖିବାରେ ବେଶ୍‌ ପକ୍କା ହୋଇଥାଆନ୍ତି। ରେଖାଙ୍କ ସହ ହେମାଙ୍କ ବନ୍ଧୁତା ହିଁ ରେଖାଙ୍କୁ ଅମିତାଭ ବଚ୍ଚନଙ୍କ ସହ ମିଶେଇବାରେ ବହୁତ ସାହାଯ୍ୟ କରିଥିଲା।

ପ୍ରକୃତ ବନ୍ଧୁ ହେମା ମାଲିନୀ ଓ ରେଖା

ବାସ୍ତବରେ, ହେମା ମାଲିନୀ ଓ ରେଖାଙ୍କ ବନ୍ଧୁତା ବହୁତ ଗଭୀର। ଅନେକ ମଉକାରେ ଦୁହେଁ ଏକାଠି ନଜର ଆସିଥାଆନ୍ତି। ସେପଟେ ହେମାଙ୍କ ବନ୍ଧୁତା ଅମିତାଭ ଓ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହିତ ମଧ୍ୟ ବେଶ୍‌ ଭଲ ରହିଛି। ରେଖାଙ୍କ ସହ ନିଜର ବନ୍ଧୁତା ଯୋଗୁ ସେ ରେଖାଙ୍କୁ ଅମିତାଭଙ୍କ ସହ ମିଶେଇବାରେ ଦିନେ ବିରକ୍ତ ହୋଇଯାଇଥିଲେ। ଏଥିପାଇଁ ସେ ଜଣେ ରାଜନେତାଙ୍କଠାରୁ ସାହାଯ୍ୟ ଲୋଡ଼ିଥିଲେ।

ଧମେନ୍ଦ୍ରଙ୍କ ସହ ମଧ୍ୟ ରେଖାଙ୍କର ରହିଛି ଭଲ ସମ୍ପର୍କ

ହେମା ଓ ରେଖାଙ୍କ ବନ୍ଧୁତା ଏତେ ନିବିଡ଼ ଯେ ରେଖା ନିଜର ଏବଂ ମୁକେଶ ଅଗ୍ରଓ୍ଵାଲଙ୍କ ବିଷୟରେ ପ୍ରଥମେ ହେମାଙ୍କୁ ହିଁ ଜଣାଇଥିଲେ। ବିବାହ ପରେ ବି ସେ ପ୍ରଥମେ ହେମାଙ୍କ ପାଖକୁ ହିଁ ଯାଇଥିଲେ। ସେପଟେ ହେମା ମାଲିନୀଙ୍କ ସ୍ୱାମୀ ଧର୍ମେନ୍ଦ୍ରଙ୍କ ସହିତ ରେଖାଙ୍କର ଉତ୍ତମ ସମ୍ପର୍କ ରହିଛି। ରେଖା, ଧର୍ମେନ୍ଦ୍ରଙ୍କ ସହ ମିଶି ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ରେଖା, ହେମା ମାଲିନୀଙ୍କ ସହିତ ନିଜର ପ୍ରତ୍ୟେକ ଛୋଟ ବଡ଼ ଖୁସି ସେୟାର କରିଥାଆନ୍ତି।

ଅମର ସିଂଙ୍କଠାରୁ ସାହାଯ୍ୟ ଲୋଡ଼ିଥିଲେ

ୟାସିର ଉସ୍‌ମାନଙ୍କ ଦ୍ୱାରା ଲିଖିତ ରେଖାଙ୍କ ବାୟୋଗ୍ରାଫି ‘ରେଖା: କୈସୀ ପହେଲି ଜିନ୍ଦଗାନୀ’ରେ ମଧ୍ୟ ଏହି କଥା ଉଲ୍ଲେଖ ରହିଛି। ସେ ନିଜ ପୁସ୍ତକରେ ଲେଖିଛନ୍ତି କି, ଥରେ ହେମା ମାଲିନୀ, ରେଖାଙ୍କୁ ଅମିତାଭ ବଚ୍ଚନଙ୍କ ସହ ପରିଚିତ କରେଇବାରେ ବହୁତ ବିରକ୍ତ ହୋଇଯାଇଥିଲେ, ଯାହାପରେ ହେମା ଜଣେ ବଡ଼ ରାଜନେତାଙ୍କ ସହ କଥା ହୋଇଥିଲେ। ପୁସ୍ତକରେ ଏହା ଦାବି କରାଯାଇଛି ଯେ ହେମା ମାଲିନୀ ଦିବଂଗତ ଅମର ସିଂଙ୍କୁ ଅମିତାଭ ଓ ରେଖାଙ୍କ ପ୍ୟାଚ୍‌ଅପ କରେଇ ଦେବାକୁ କହିଥିଲେ। ହେମା, ଅମର ସିଂଙ୍କୁ କହିଥିଲେ, ‘ଅମିତାଭଙ୍କୁ ତ ଆପଣ ଭାଇ ବୋଲି ଭାବୁଛନ୍ତି। ତାଙ୍କ ସହିତ ରେଖାଙ୍କ ବିଷୟରେ କାହିଁକି କଥା ହେଉ ନାହାନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.