ସ୍ୱାମୀଙ୍କୁ କ୍ୟୁଟ ଅନ୍ଦାଜରେ ବିବାହ ବାର୍ଷିକୀର ଶୁଭକାମନା ଦେଲେ ହେମାମାଳିନୀ, ଦେଖନ୍ତୁ ସେୟାର କରିଥିବା ପୋଷ୍ଟ

ବିଗତ ଦିନର ଡ୍ରିମ ଗାର୍ଲ ହେମା ମାଳିନୀ ନିଜ ସ୍ୱାମୀ ଧର୍ମେନ୍ଦ୍ରଙ୍କୁ ନିଜ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି । କହିରଖିବା ଉଚିତ ହେବକି ଦୁହିଁଙ୍କ ବିବାହ ୧୯୮୦ ମସିହାରେ ହୋଇଥିବା ବେଳେ ସେମାନଙ୍କ ବିବାହକୁ ୪୨
ବର୍ଷ ପୂରି ଗଲାଣି । ବିବାହ ବାର୍ଷିକୀ ଅବସରରେ ଅଭିନେତ୍ରୀରୁ ରାଜନୀତିଜ୍ଞ ପାଲଟିଥିବା ହେମାମାଳିନୀ ଦୁହେଁ ଏକାଠି ଥିବାର ଏକ ଫଟୋ ସେୟାର କରିବା ସହିତ ଏକ ଲମ୍ବା ଚଉଡ଼ା ନୋଟ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ହେମା ଏଥିରେ ଲେଖିଛନ୍ତିକି, ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ ଆମେ ଆଜି ନିଜ ବିବାହ ବାର୍ଷିକୀ ପାଳନ କରୁଛୁ । ଏହି ବର୍ଷ ଗୁଡିକୁ ଖୁବ ଖୁସିର ସହ କାଟିଥିବାରୁ ବି ତାଙ୍କୁ ଅନେକ ଅନେକ ଧନ୍ୟବାଦ । ଆଉ ଆମକୁ ଏତେ ସୁନ୍ଦର ସୁନ୍ଦର ପିଲା, ନାତି ଦେଇଥିବାରୁ ଈଶ୍ବରଙ୍କୁ ଅନେକ ଅନେକ ଧନ୍ୟବାଦ ।”

 

ସୂଚନା ଦେବା ଉଚିତ ହେବକି ରବିବାର ଅସୁସ୍ଥତା କାରଣରୁ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୪ ଘଣ୍ଟା ରହି ଚିକିତ୍ସିତ ହେବା ପରେ ଡିସ୍ଚାର୍ଜ ହୋଇ ଫେରିଥିଲେ । ସୂଚନା ଅନୁଯାୟୀ ଏକ ବ୍ୟାୟାମ କାରଣରୁ ତାଙ୍କ ପିଠି ମାଂସପେଶୀରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଆଉ ଏହି କାରଣରୁ ତାଙ୍କୁ ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସେତେଟା ବିଗିଡି ନଥିବାରୁ ତାଙ୍କୁ ଆଇସିୟୁ ପର୍ଯ୍ୟନ୍ତ ନିଆଯାଇନାହିଁ ।

ହେମା ମଧ୍ୟ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏକ ଅପଡେଟ ଦେଇଥିଲେ । ଆଉ କହିଥିଲେକି ଈଶ୍ବର ଖୁବ ଦୟାଳୁ । ଆଉ ନିଜ ଟ୍ୱିଟରେ ଲେଖିଥିଲେକି, ଯେଉଁ ହଜାର ହଜାର ପ୍ରଶଂସଙ୍କ ମାନେ ଲଗାତାର ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝୁଛନ୍ତି ସେମାନଙ୍କୁ ମୋର କୃତଜ୍ଞତା । କାମ ଦୃଷ୍ଟିରୁ ଦେଖିଲେ ଧର୍ମେନ୍ଦ୍ର କରଣ ଜୋହରଙ୍କ ନିର୍ଦ୍ଦେଶିତ ରକି ଔର ରାଣୀଙ୍କ ପ୍ରେମ କାହାଣୀରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ତାଙ୍କ ସହ ଜୟା ବଚନ, ସାବନା ଆଜମୀ, ଆଲିଆ ଭଟ୍ଟ, ରଣବୀର ସିଂ ପ୍ରମୁଖ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.