ଯେତେବେଳେ ବି ବଲିଉଡର ଫେମସ୍ କମେଡି ଫିଲ୍ମ କଥା ଆସେ, ଲୋକଙ୍କ ମନରେ ପ୍ରଥମେ କେବଳ ଗୋଟିଏ ନାମ ଆସେ ଏବଂ ତାହା ହେଉଛି ‘ହେରା ଫେରି’ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର ଦୁଇଟି ପାର୍ଟ ରିଲିଜ୍ ହୋଇଛି ଏବଂ ଉଭୟ ବହୁତ ସଫଳ ହୋଇଛି । ଏହା କୁହାଯାଇପାରେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଜ ହାଇଥିବା ଏହା ହେଉଛି ଏକମାତ୍ର ଫିଲ୍ମ ଯାହାର ସେକେଣ୍ଡ ପାର୍ଟ ଦର୍ଶକଙ୍କୁ ନିରାଶ କରିନଥିଲା ଏବଂ ସେମାନଙ୍କୁ ତୃତୀୟ ଭାଗ ପାଇଁ ଉତ୍ସାହିତ କରିଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀ- ବାବୁ ରାଓ, ରାଜୁ ଏବଂ ଘନଶ୍ୟାମ ଭୂମିକାରେ ଅଭିନୟ କରିଥିଲେ ।
ସେହି ସମୟରେ ଏହି ତିନୋଟି ଚରିତ୍ର ଚଳଚ୍ଚିତ୍ର ଜଗତର ଆଇକନିକ୍ ଚରିତ୍ର ହୋଇଯାଇଥିଲା । ଏପରିକି ଫିଲ୍ମରେ ନଜର ଆସିଥିବା ସପୋର୍ଟିଙ୍ଗ ଆକ୍ଟରମାନେ ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେମାନଙ୍କର ମେମ୍ ତିଆରି ହେଉଛି । ଏବେ ଏହି ଫିଲ୍ମ ପୁଣି ଥରେ ବଡ଼ ପରଦାକୁ ଫେରିବାକୁ ପ୍ରସ୍ତୁତ ହେଉଛି । ଫିଲ୍ମର ତୃତୀୟ ଭାଗ ପୂର୍ବରୁ ଘୋଷଣା ହୋଇସାରିଛି ଏବଂ ବର୍ତ୍ତମାନ ଏହାର ତିନିଜଣ ଲିଡ୍ ଆକ୍ଟରଙ୍କୁ ଏକାଠି ଦେଖିବାକୁ ମିଳିଛି । ଏବେ ଏହି ଫିଲ୍ମର ତିନିଜଣ ଲିଡ୍ ଆକ୍ଟର ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀ ଏକ ରିୟୁନିୟନ୍ କରିଛନ୍ତି ।
ନିକଟରେ ଅକ୍ଷୟ କୁମାରଙ୍କୁ ତାଙ୍କ ‘ହେରା ଫେରି’ କୋ-ଷ୍ଟାର୍ ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସହ ମୁମ୍ବାଇର କାଲିନା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ସୁରଟକୁ ବିମାନରେ ଯିବା ପୂର୍ବରୁ ତିନିଜଣ ଅଭିନେତା ପାପାରାଜିଙ୍କ ପାଇଁ ପୋଜ୍ ଦେଉଥିବାର ନଜର ଆସିଥିଲା । ଯାହା ‘ହେରା ଫେରି’ ର ତୃତୀୟ ଭାଗ ବିଷୟରେ ଫ୍ୟାନ୍ସଙ୍କ ମଧ୍ୟରେ କଳ୍ପନା ଜଳ୍ପନାର କାରଣ ହୋଇଥିଲା । ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲ ଅକ୍ଷୟ କୁମାରଙ୍କ ସହ ସୁରଟକୁ ଯାଇଥିଲେ, ଯେଉଁଠାରେ ଅକ୍ଷୟ ତାଙ୍କ କୋ-ଷ୍ଟାର୍ମାନଙ୍କୁ ତାଙ୍କ ମାର୍ଶଲ ଆର୍ଟ ଏକାଡେମୀ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଥିଲେ ।
ତେଣୁ ଲୋକମାନେ ଅନୁମାନ କରୁଛନ୍ତି ଯେ ବୋଧହୁଏ ଫିଲ୍ମର ସୁଟିଂ ଆରମ୍ଭ ହେବ । ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ‘ହେରା ଫେରି’ ଫ୍ରାଞ୍ଚାଇଜି ଏବଂ ନୀରଜ ଭୋରାଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ଫିଲ୍ମରେ ଏକାଠି କାମ କରିଥିବା ଏହି ତିନିଜଣ କଳାକାର ସମସ୍ତଙ୍କ ଫେବରେଟ୍ ଟ୍ରିଓ । ସୁନୀଲ ଶେଟ୍ଟୀ ଏହା ସହ ଜଡିତ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମଧ୍ୟ କରିଥିଲେ ଯେଉଁଥିରେ ସେ ଅନେକ ଫଟୋରେ ସଜାଯାଇଥିବା ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ଧୁମ ଧଡାକା ଅର୍କେଷ୍ଟ୍ରା ଫେରିଆସିଛି !!! କିନ୍ତୁ ଏଥର କୌଣସି ‘ହେରା ଫେରି’ ନୁହେଁ… କେବଳ କୁଡୋ ଆକ୍ସନ୍! ଅକ୍ଷୟ କୁମାର ୧୬ ତମ କୁଡୋ ଇଣ୍ଟରନ୍ୟାସନାଲ୍ ଟୁର୍ନାମେଣ୍ଟ ଯାଉଛନ୍ତି !
ତେବେ ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଫ୍ୟାନ୍ସମାନେ ଉତ୍ସାହିତ ହୋଇ ଅନୁମାନ କରିବାକୁ ଲାଗିଲେ ଯେ ପୁଣିଥରେ ଫିଲ୍ମ ‘ହେରା ଫେରି’ ଆସିବାକୁ ଯାଉଛି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ୍ ହେବାକୁ ଯାଉଛି ଏବଂ ଏଥିରେ ଫ୍ୟାନ୍ସମାନେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।