ବୟଫ୍ରେଣ୍ଡ ରକିଙ୍କ ସହ ହିନାଙ୍କ ବ୍ରେକଅପକୁ ନେଇ ଉଠିଲା ପ୍ରଶ୍ନ, ଟ୍ଵିଟରରେ ହିନା ହେଲେ ଟ୍ରେଣ୍ଡ
ହିନ୍ଦୀ ଟେଲିଭିଜନ ଜଗତର ନାମିଦାମୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହିନା ଖାନ। ଅକ୍ସରାର ପଜିଟିଭ ଚରିତ୍ର ହେଉ କି କମୋଲିକା ଭଳି ନେଗେଟିଭ ଚରିତ୍ର, ସବୁଥିରେ ଦର୍ଶକଙ୍କ ମନୋରଞ୍ଜନ କରି ପ୍ରଂଶସା ସାଉଁଟି ପାରିଛନ୍ତି। ତେବେ ଏହା ସମସ୍ତେ ଜାଣିଛନ୍ତି ଯେ, ଅଭିନେତ୍ରୀ ହିନା ଖାନ୍ ଏବଂ ରକି ଜୟସବାଲ ଲମ୍ବା ସମୟ ଧରି ରିଲେସନସିପ୍ରେ ଅଛନ୍ତି। ପ୍ରାୟ ସମୟରେ ଉଭୟଙ୍କ ଏକାଠି ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଥାଏ।
କିନ୍ତୁ ଗତ ଦିନରେ ହିିନାଙ୍କ ଏକ ପୋଷ୍ଟରେ ଫାନ୍ସମାନଙ୍କର ସକିଂ ରିଆକ୍ସନ ଦେଖିବାକୁ ମିିଳିଛି। ସେ ନିଜ ଲାଟେଷ୍ଟ ଇନଷ୍ଟାଗ୍ରାମ ପୋଷ୍ଟରେ ବ୍ରେକଅପ କଥା କହିଛନ୍ତି। ଯାହାକୁ ନେଇ ଫାନ୍ସ ମାନଙ୍କର ପ୍ରଶ୍ନର ବର୍ଷା ହୋଇଛି।

ତେବେ ହିନାଙ୍କ ଏହି ପୋଷ୍ଟ ଏବେ ଟ୍ଵିଟରରେ ମଧ୍ୟ ଟ୍ରେଣ୍ଡ କରୁଛି। ତେବେ ସମସ୍ତେ ବୟଫେଣ୍ଡ ରକିଙ୍କ ସହ ତାଙ୍କର ବ୍ରେକଅପ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି।
ହିନା ଖାନ ବହୁତ ସମୟ ଧରି ରକିଙ୍କ ସହ ରହିଛନ୍ତି। ଯେବେ ହିନା ଖାନ ବିଗବସ୍ରେ ଥିଲେ ତେବେ ରକି ଆସି ତାଙ୍କୁ ସପୋର୍ଟ କରିଥିଲେ। ହିନା ଏବଂ ରକିଙ୍କ ସାକ୍ଷାତ “ୟେ ରିସ୍ତା କ୍ୟା କେହଲାତା ହେ” ସିରିୟଲ ସୁଟିଂ ସମୟରେ ହୋଇଥିଲା। ହିନା ସେତେବେଳେ ଲିଡ ରୋଲ ଅକ୍ସରା ପ୍ଲେ କରୁଥିବା ବେଳେ ରକି ସୋ’ରେ ସୁପରଭାଇଜିଂ ପ୍ରଡ୍ୟୁସର ରୂପେ କାମ କରୁଥିଲେ।