ମୁମ୍ବାଇ : ଟେଲିଭିଜିନ ଅଭିନେତ୍ରୀ ହିନା ଖାନ ତାଙ୍କ ଅଭିନୟ ନେଇ ଲୋକଙ୍କ ମଧ୍ୟରେ ଖୁବ ଚର୍ଚ୍ଚିତ। ତେବେ ଟେଲିଭିଜନ ପରେ ଏବେ ବଡ଼ ପରଦାରେ ଖୁବ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି ହିନା ଖାନ। ଆଜ୍ଞା ହଁ, ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ ହିନା ଖାନ। ଏନେଇ ଏବେ ନିଜ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରିଛନ୍ତି ଅଭିନେତ୍ରୀ।
ହିନା ଡେବ୍ୟୁ କରିବାକୁ ଯାଉଥିବା ଫିଲ୍ମର ନା ଲାଇନ୍ସ ରହିଥିବା ବେଳେ ଏହାର ପ୍ରଥମ ପୋଷ୍ଟର ଫିଲ୍ମ ଫେଷ୍ଟିଭାଲରେ ଜାରି କରାଯାଇଥିଲା। ଏପରିକି ସେଠାରେ ତାଙ୍କ ଫିଲ୍ମର ସ୍କ୍ରିନିଂ ମଧ୍ୟ କରାଯାଇଥିଲା। ପୋଷ୍ଟରରେ ହିନାଙ୍କ ଏକ ଭିନ୍ନ ରୁପ ଦେଖିବାକୁ ମିଳିଥିଲା। ଏଥିରେ ସେ ତାଙ୍କ ମୁଣ୍ଡରେ ଟ୍ରାଡିସନାଲ ଅଳଙ୍କାର ପିନ୍ଧିଥିବାର ଦେଖିବାକୁ ମିଳିଛି। ତେବେ ଫିଲ୍ମଟି ଦେଶାତ୍ମକ ବୋଧକ ହୋଇଥିବ ବୋଲି ଆଶା କରାଯାଉଛି। କାରଣ ପୋଷ୍ଟରରେ ହିନାଙ୍କ ସହ ଭାରତ ଏବଂ ପାକିସ୍ତାନର ମାନଚିତ୍ର ମଧ୍ୟ ଦେଖିବାକୁ ମିଳିଛି।
ଫିଲ୍ମ ପୋଷ୍ଟର ଶେୟାର କରିବା ସହ ହିନା କ୍ୟାପସନରେ ଲେଖିଛନ୍ତି, “ମଝିରେ ସୀମା ରେଖା ପାଇଁ କାହାର ଭାବନା ବଦଳିନଥାଏ। ନାଜିଆର ଜୀବନ ଏପରି ଏକ ଝିଅର ଚରିତ୍ର ଯିଏ ସାଧାରଣ ଜୀବନରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଛି। ଏବେ ଦେଖିବା ବାକି ରହିଲା ଛୋଟ ପରଦା ଭଳି ହିନା ବଡ଼ ପରଦାରେ ତାଙ୍କ ଅଭିନୟର ଜଲୱା ଦେଖାଇ ପାରୁଛନ୍ତି କି ନାହିଁ “।