ହିନା ଖାନ କରୋନା ସଂକ୍ରମିତ, ଗତ କିଛିଦିନ ତଳେ ପିତାଙ୍କର ହୃଦଘାତରେ ହୋଇଥିଲା ପରଲୋକ

ଟିଭି ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ପାଇଁ ବେଶ୍ ଘଡିସନ୍ଧି ମୁହୂର୍ତ୍ତ। ପ୍ରଥମେ ବାପାଙ୍କୁ ହରାଇବା ପରେ ଏବେ କରୋନା ସଂକ୍ରମିତ ହୋଇଛନ୍ତି ହିନା । ସୋସିଆଲ ମିଡିଆରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ହିନା । ଏହାସହ ସେ କହିଛନ୍ତି, ଯେଉଁମାନେ ମୋ ସଂପର୍କରେ ଆସିଛନ୍ତି ଦୟାକରି ନିଜର ପରୀକ୍ଷା କରାଇ ନିଅନ୍ତୁ ।

 

View this post on Instagram

 

A post shared by HK (@realhinakhan)

ହିନା କହିଛନ୍ତି, ଏହି ସମୟ ବହୁତ କଠିନ ମୋ ପାଇଁ । ମୋ ପିତାଙ୍କୁ ହରାଇବା ପରେ ମୁଁ ବହୁତ ଭାଙ୍ଗିପଡିଥିଲି । ତଥାପି ମୁଁ ନିଜ ମନୋବଳ ଦୃଢ କରି ଚାଲିଛି । ବର୍ତ୍ତମାନ ମୁଁ ନିଜେ ନିଜକୁ ଆଇସୋଲେସନରେ ରହିଛି। ଡାକ୍ତରଙ୍କ କହିବା ମୁତାବକ, ମୁଁ ଔଷଧ ଠାରୁ ଆରମ୍ଭ କରି ସବୁ କିଛି ମାନି ଚଳୁଛି । ଆପଣମାନଙ୍କ ପ୍ରାର୍ଥନା ମୋ ପାଇଁ ଏକାନ୍ତ କାମ୍ୟ । ମୋତେ ଭୂତାଣୁ ଯୁଦ୍ଧରେ ଲଢିବାକୁ ପ୍ରେରଣା ଦେଇଥିବାରୁ ମୋ ନିକଟତର ବନ୍ଧୁମାନଙ୍କୁ ମୋର ଅଶେଷ ଧନ୍ୟବାଦ । ଗତ କିଛି ଦିନ ତଳେ ତାଙ୍କ ପିତାଙ୍କର ହୃଦଘାତରେ ପରଲୋକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.