ଲକଡାଉନରେ ଏପରି କିଛି ଦେଖିବା ପରେ କାନ୍ଦିବାକୁ ଲାଗିଲେ ହିନା ଖାନ, ଦେଖନ୍ତୁ ଭିଡ଼ିଓ

ଦେଶରେ କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ଲକଡାଉନ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ କାହାକୁ ମଧ୍ୟ କୁଆଡେ ଯିବା ଆସିବା ପାଇଁ ବାରଣ କରାଯାଇଛି। ଏଥିପାଇଁ ସମସ୍ତ ଲୋକମାନେ କ୍ବାରେଣ୍ଟାଇନ ଜୀବନ ବିତାଉଛନ୍ତି। ଏଥିରେ ଅଭିନେତ୍ରୀ ହିନା ଖାନ ଲକଡାଉନରେ ଖୁବ ଚିନ୍ତିତ ହେବା ସହ କାନ୍ଦିବାକୁ ଲାଗିଛନ୍ତି। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

hina

ସୂଚନା ମୁତାବକ ଅଭିନେତ୍ରୀ ହିନା ଖାନ ନିଜ ଘର ସଫା କରିବା ସମୟରେ ବ୍ୟାଗରୁ କିଛି ଜିନିଷ ବାହାର କରିଥିଲେ, ଯାହାକୁ ଦେଖି ପ୍ରଥମେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ହିନା ବ୍ୟାଗରୁ ଜିନିଷ କାଢ଼ିବା ସମୟରେ ତାଙ୍କ ନଜର ଫ୍ଲାଇଟର ପୁରୁଣା ଟିକେଟ ଉପରେ ପଡିଥିଲା, ଯାହାକୁ ଦେଖି ସେ ପଛରେ ବହୁତ ଜୋରରେ କାନ୍ଦିବାକୁ ଲାଗିଥିଲେ।

ଭିଡ଼ିଓ ଦେଖି ଏପରି ଲାଗୁଛି ଯେପରି ହିନାଙ୍କୁ ତାଙ୍କର ପୁରୁଣା ଦିନ ମନେ ପଡିଯାଇଛି। କାରଣ ଯେତେବେଳେ ସେ କାମରୁ ଫ୍ରି ହେଉଥିଲେ ସେତେବେଳେ ବୁଲିବାକୁ ବାହାରକୁ ଯାଉଥିଲେ କିନ୍ତୁ ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ତାଙ୍କୁ ଏବେ ଘରେ ରହିବାକୁ ପଡିଛି।

Leave A Reply

Your email address will not be published.