ଟିଭି ଇଣ୍ଡଷ୍ଟ୍ରୀର ସବୁଠୁ ଧନୀ ଅଭିନେତ୍ରୀ ହିନା ଖାନ୍, ଗୋଟିଏ ଏପିସୋଡ ପାଇଁ ନିଅନ୍ତି ୨ ଲକ୍ଷ ଟଙ୍କା

ଟେଲିଭିଜନ ଇଣ୍ଡଷ୍ଟ୍ରି ଅନେକ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି ।  ଟିଭି ଶୋ’ଗୁଡ଼ିକ ପ୍ରାୟତଃ ଫିଲ୍ମ ଅପେକ୍ଷା ଅଧିକ ଲୋକପ୍ରିୟ ହୋଇ ପାରୁଛି ।  ଟିଭି ଷ୍ଟାରମାନେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ଅନେକ କ୍ଷେତ୍ରରେ ଦେଖା ଯାଇଛି ଫିଲ୍ମ ସେଲିବ୍ରେଟିଙ୍କ ତୁଳନାରେ ସେମାନଙ୍କର ଅଧିକ ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ରହିଛି ।  ଟିଭି ସିରିଏଲ୍ ରିଆଲିଟି ଶୋ ଏବଂ ଡେଲି ସୋପ୍ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଜିତିଛି । ଦୈନନ୍ଦିନ ଜୀବନର ଏକ ଅଂଶ ହୋଇସାରିଛି । ବଲିଉଡ୍ ଅଭିନେତାଙ୍କ ପରି ଟିଭି ସେଲିବ୍ରେଟି ମାନେ ମଧ୍ୟ ଷ୍ଟାରଡମ୍ ଯାତ୍ରାରେ ସଂଘର୍ଷ ଏବଂ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି ।

ସେହିପରି ଜଣେ ସେଲିବ୍ରିଟି ହେଉଛନ୍ତି ହିନା ଖାନ । ଯାହାକୁ ଟେଲିଭିଜନ ଇଣ୍ଡଷ୍ଟ୍ରିର ‘ଡିଭା’ ଭାବରେ ବିବେଚନା କରାଯାଏ । ଉଲ୍ଲେଖନୀୟ ଯାତ୍ରା ପାଇଁ ସେ ବେଶ୍ ଜଣାଶୁଣା । ଅନେକ ବାଧାକୁ ଅତିକ୍ରମ କରି ଆଜି ଭାରତୀୟ ଟେଲିଭିଜନର ସବୁଠାରୁ ବଡ଼ ନାମ ହୋଇସାରିଛନ୍ତି । ସେ୨୦୦୯ମସିହାରେ ଲୋକପ୍ରିୟ ଟିଭି ଶୋ ‘ ୟେ ରିସ୍ତ କ୍ୟା କେହଲାତା ହେ’ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ଯେଉଁଠାରେ ସେ ଅକ୍ଷରା ଚରିତ୍ରରେ ଅଭିନୟ କରିଥିଲେ । ଅକ୍ଷରା ଚରିତ୍ରରେ ଅଭିନୟ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା । ସେ ଆଠ ବର୍ଷରୁ ଅଧିକ ସମୟ ଧରି ଶୋ’ର କାମ କରିଥିଲେ । ଯାହା ଫଳରେ ସେ ଅଧିକ ପରିଚୟ ପାଇଥିଲେ ।

ୟେ ରିସ୍ତ କ୍ୟା କେହଲାତା ହେ  ସଫଳତା ପାଇବା ପରେ ହିନା ଖାନ ଅନ୍ୟ ପ୍ରୋଜେକ୍ଟରେ କାମ କଲେ ଯାହା ତାଙ୍କର ବହୁମୁଖୀ ପ୍ରତିଭାକୁ ଆଗକୁ ଯିବା ପାଇଁ ପ୍ରେରଣା ଦେଇଥିଲା । ସେ କସୌଟି ଜିନ୍ଦଗୀ କେ ୨ ରେ କୋମୋଲିକାଙ୍କ ପ୍ରତିଷ୍ଠିତ ଭୂମିକାରେ ଅଭିନୟ କରିଥିଲେ । ଏହା ଆଉ ଏକ ହିଟ୍ ଶୋ ଥିଲା ଯାହା ତାଙ୍କୁ ଆହୁରି ସଫଳତା । ଅଭିନୟ ବ୍ୟତୀତ, ହିନା ବିଗ୍ ବସ୍ ୧୧ ଏବଂ ଖତରୋଁ କେ ଖିଲାଡି ୮ ଭଳି ରିଆଲିଟି ଶୋରେ ମଧ୍ୟ ଭାଗ ନେଇଥିଲେ । ଯାହାଫଳରେ ସେ ସଫଳତା ଆଡକୁ ଆଉ ପାଦେ ଯାଇପାରିଥିଲେ । ସେ ଫ୍ୟାଶନେବଲ୍ ହୋଇଥିବା ହେତୁ ଜଣେ ଷ୍ଟାଇଲ୍ ଆଇକନ୍ଏ ହୋଇପାରିଛନ୍ତି । ସେ ପ୍ରତିଷ୍ଠିତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି ।

ହିନା ଖାନ ଏବେ ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ଅଧିକ ଦରମା ପାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ତାଙ୍କର ସମ୍ପତ୍ତି ୫୨ କୋଟି ଟଙ୍କା । ତାଙ୍କର ସଫଳତାର ଯାତ୍ରା ସହଜ ନଥିଲା । ପ୍ରଥମରେ ତାଙ୍କ ପିତାମାତା ଅଭିନୟ କରିବାର ନିଷ୍ପତ୍ତିକୁ ସମର୍ଥନ କରିନଥିଲେ । କିନ୍ତୁ ସେ ଦୃଢ଼ ଥିଲେ ଏବଂ ତାଙ୍କ ସ୍ୱପ୍ନକୁ ହାସଲ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସେ ୨୦ବର୍ଷ ବୟସରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ।

ପ୍ରତି ଏପିସୋଡ୍ ପାଇଁ ୨ ଲକ୍ଷ ଟଙ୍କା ନେଉଥିବା ଜଣାଯାଏ । ସେ ପ୍ରତି ମାସରେ ପ୍ରାୟ ୩୫ ଲକ୍ଷ ଟଙ୍କା ରୋଜଗାର କରନ୍ତି ବୋଲି ମଧ୍ୟ କୁହାଯାଏ । ଦେଶର ସବୁଠାରୁ ଅଧିକ ଦରମା ପାଉଥିବା ଟିଭି ଷ୍ଟାରମାନଙ୍କ ମଧ୍ୟରୁ ଯୋଡ଼ି ହେଉଛନ୍ତି ହିନା ଖାନ । ତେବେ ହିନା ଖାନଙ୍କ କାହାଣୀ ଏକ ପ୍ରେରଣାଦାୟକ କାହାଣୀ । ଯାହା କଠିନ ପରିଶ୍ରମ, ଦୃଢ଼ ନିଷ୍ପତ୍ତି ଏବଂ କଳା ପ୍ରତି ଆଗ୍ରହ ହିଁ ତାଙ୍କୁ ସଫଳ କରିପାରିଛି ।

Also read: ହିନା ଖାନ୍‌ଙ୍କ ପାଇଁ ଦୁଃଖ ପ୍ରକାଶ କଲେ ସାମନ୍ଥା ରୁଥ ପ୍ରଭୁ, ଇନଷ୍ଟାଗ୍ରାମରେ ସେୟାର କଲେ ଷ୍ଟୋରି