ହିନା ଖୋଲିଲେ ବଲିଉଡରେ ଗୁମର, କହିଲେ ‘ଏଠାରେ ଟିଭି ଅଭିନେତ୍ରୀଙ୍କ ସହିତ ହୁଏ ଭେଦଭାବ’

ଟିଭି ଅଭିନେତ୍ରୀ ହିନା ଖାନ୍ ଏବେ ଫିଲ୍ମ ‘ହ୍ୟାକଡ’କୁ ନେଇ ଏବେ ଚର୍ଚ୍ଚାରେ। ଏହି ଫିଲ୍ମର ପ୍ରମୋଶନକୁ ନେଇ ଏବେ ହିନା ବେଶ୍ ପରିଶ୍ରମ କରୁଛନ୍ତି। ଫିଲ୍ମର ପ୍ରମୋସନ ବେଳେ କଥା ହେବା ସମୟରେ ହିନା ବଲିଉଡ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅନେକ ଗୁମର ଖୋଲିଥିଲେ। ହିନା କହିଥିଲେ, ଟିଭି ଅଭିନେତ୍ରୀମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀରେ କିଭଳି କ୍ଲାସ ସିଷ୍ଟମ ସହିତ ଲଢିବାକୁ ପଡିଥାଏ। ଏହା ସହିତ ବଡ ପ୍ରଡକ୍ସନ ହାଉସ କିମ୍ବା ଜଣାଶୁଣା ଡିଜାଇନର କାମ କରିବାକୁ ପଛଘୁଞ୍ଚା ଦିଅନ୍ତି। ଟିଭି ଅଭିନେତ୍ରୀମାନେ ବହୁତ ଟ୍ୟାଲେଣ୍ଟଡ୍ ହୋଇଥିବା ସତ୍ତ୍ୱେ ସେମାନଙ୍କ ସହିତ ଭେଦଭାବ କରାଯାଏ। ବଲିଉଡରେ ଟିଭି ଅଭିନେତ୍ରୀମାନେ କୁଆଡେ ଫିଲ୍ମର ଚରିତ୍ରକୁ ଭଲ ଭାବେ ନିଭାଇ ପାରିବେ ନାହିଁ ବୋଲି ବଲିଉଡରେ ଧାରଣା ରହିଛି।
ସୂଚନାଯୋଗ୍ୟ, ହିନାଙ୍କ ଫିଲ୍ମ ‘ହ୍ୟାକଡ’ରେ ରୋହନ ଶାହ, ମୋହିତ ମଲହୋତ୍ରା ଏବଂ ସିଦ୍ଧାର୍ଥ ମକ୍କର ଭଳି କଳାକାର ରହିଛନ୍ତି। ଫିଲ୍ମଟି ୭ ଫେବୃଆରୀରେ ରିଲିଜ ହୋଇଛି। ଏପଟେ ଆଦିତ୍ୟ ଏବଂ ଦିଶାଙ୍କ ଫିଲ୍ମ ‘ମଲଙ୍ଗ’ ରିଲିଜ ହୋଇଥିବା ବେଳେ ହିନାଙ୍କ ଫିଲ୍ମ ‘ହ୍ୟାକଡ’ ଦର୍ଶକଙ୍କୁ କିଭଳି ପସନ୍ଦ ଆସୁଛି ତାହା ଦେଖିବାକୁ ବାକି ରହିଲା।