ହିନା ଖାନ୍ଙ୍କ ନୂଆ ଅବତାର, ଏବେ ଏହି ୱେବସିରିଜ୍ରେ କରିବେ ଡିଜିଟାଲ୍ ଡେବ୍ୟୁ
![hina](https://knewsodisha.com/wp-content/uploads/2019/09/hina.jpg)
ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍ ଏବେ ଏକାଧିକ ପ୍ରୋଜେକ୍ଟରେ କାମ କରୁଛନ୍ତି। ଧାରାବାହିକ ‘କସୌଟି ଜିନ୍ଦେଗୀ କୀ-୨’ ଛାଡ଼ିବା ପରେ ସେ ତାଙ୍କ ଫିଲ୍ମ କ୍ୟାରିଅରକୁ ନେଇ ବ୍ୟସ୍ତ ଅଛନ୍ତି। ସେ ଫିଲ୍ମ ‘ଲାଇନ୍ସ’, ‘ୱିଶ୍ ଲିଷ୍ଟ’ ଓ ‘ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ର ସୁଟିଂ ଶେଷ କରି ସାରିଲେଣି। ଏହା ସହିତ ସେ ମହେଶ ଭଟ୍ଟଙ୍କ ଫିଲ୍ମ ‘ହ୍ୟାକ୍ଡ’ର ସୁଟିଂ ବି ଆରମ୍ଭ କରି ସାରିଲେଣି। ସୂଚନା ଅନୁଯାୟୀ ଏହା ମଧ୍ୟରେ ତାଙ୍କୁ ଆଉ ଏକ ପ୍ରୋଜେକ୍ଟ ମଧ୍ୟ ମିଳି ସାରିଛି, ଯାହା ଦ୍ୱାରା ସେ ଡିଜିଟାଲ୍ ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି। ହଙ୍ଗାମା ପ୍ଲେ’ର ଅପ୍କମିଂ ୱେବ୍ ସିରିଜ୍ ‘ଡ୍ୟାମେଜ୍ ୨’ରେ ହିନା ଲିଡ୍ ରୋଲ୍ ରେ ଅଭିନୟ କରୁଛନ୍ତି। ଏଥିରେ ତାଙ୍କ ସହିତ ଅଭିନେତା ଅଧ୍ୟନ ସୁମନ ଅଭିନୟ କରୁଛନ୍ତି। ୪ ଦିନ ତଳେ ହିନା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୁଟିଂ ସେଟ୍ ର କିଛି ଫଟୋ ସେୟାର କରିଥିଲେ। ସେଥିରେ ତାଙ୍କ ସହିତ ସୁମନ ଓ ‘ଡ୍ୟାମେଜ୍ ୨’ର କ୍ର୍ୟୁ ମେମ୍ବରଙ୍କୁ ଦେଖିବାକୁ ମିଳିଥିଲା।
‘ଡ୍ୟାମେଜ୍’ ହଙ୍ଗାମା ପ୍ଲେର ପ୍ରଥମ ୱେବ୍ ସିରିଜ୍ ଥିଲା ଓ ଏଥିରେ ଅମୃତା ଖାନଓ୍ଵିଲକର ଜଣେ ସିରିଏଲ୍ କିଲର୍ ଭୂମିକାରେ ଅଭିନୟ କରିଥିଲେ। ଏହା ଦେଶର ପ୍ରଥମ ସାଇକୋଲୋଜିକାଲ୍ ଡ୍ରାମା ୱେବ୍ ସୋ’ ଥିଲା। ଏଥିରେ ଅମୃତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମିଳିଥିଲା। ଏବେ ହିନା ଖାନ୍ ଏହାର ସିକ୍ୱେଲ୍ ରେ କିଛି କମାଲ କରୁଛନ୍ତି କି ନାହିଁ ତାହା ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷା କରିଛନ୍ତି ।
ଏହାସହ ପଢନ୍ତୁ: ଫିଲ୍ମ ‘ଅଜନବୀ’ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ବିପାଶା, ଭାବବିହ୍ଵଳ ହୋଇ ଲେଖିଲେ ଏମିତି ପୋଷ୍ଟ
ସୂଚନାଯୋଗ୍ୟ, ହିନା ପ୍ରଥମେ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ଡେବ୍ୟୁ କରିଥିଲେ। ଏଥିରେ ସେ ୮ ବର୍ଷ କାମ କରିବା ପରେ ୨୦୧୬ରେ ସୋ’ ଛାଡ଼ି ରିଆଲିଟି ସୋ’ ‘ଖତ୍ରୋ କେ ଖିଲାଡୀ’ରେ ଭାଗ ନେଇଥିଲେ। ଏହାପରେ ୨୦୧୭ ସେ ‘ବିଗ୍ବସ୍-୧୧’ରେ ଭାଗ ନେଇଥିଲେ।