ସମୁଦ୍ର କୂଳରେ ହ୍ଵାଇଟ୍ ଗାଉନ୍ ପିନ୍ଧି ମସ୍ତି କରୁଥିବାର ନଜର ଆସିଲେ ହିନା ଖାନ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଟିଭି ଠାରୁ ଆରମ୍ଭ କରି ‘କାନ ଫିଲ୍ମ ଫେଷ୍ଟିଭାଲ’ ରେ ନିଜ ଷ୍ଟାଇଲ୍ କୁ ବଜାୟ ରଖିଛନ୍ତି ହୀନା ଖାନ୍‌ । ସୂଚନା ମୁତାବକ, ହିନା ଖାନ୍ ବର୍ତ୍ତମାନ ନିଜର ପୁରା ପରିବାର ସହ ମାଳଦ୍ୱୀପରେ ଛୁଟି ମନାଇବା ସହ ମସ୍ତି କରୁଥିବାର କିଛି ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କିଛି ଦିନ ତଳେ ହିନା ଖାନ୍ ହ୍ଵାଇଟ୍ କଲର୍ ର ଏକ ଗାଉନ୍ ପିନ୍ଧିଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋରେ ସେ ସମୁଦ୍ର କୂଳରେ ଖୁବ୍ ମସ୍ତି କରୁଥିବାର ନଜର ଆସିଥିଲେ। ହିନାଙ୍କ ଏହି ଷ୍ଟାଇଲିସ୍ ଅନ୍ଦାଜ୍ ଫ୍ୟାନ୍ସଙ୍କୁ ଖୁବ୍ ଭଲ ଲାଗିବା ସହ ସୋସିଆଲ ମିଡିଆରେ ଧମାଲ୍ ସୃଷ୍ଟି କରିଛି।

hina khan picହିନାଙ୍କ ଓ୍ଵାର୍କଫ୍ରଣ୍ଟ କଥା କହିବାକୁ ଗଲେ ସେ ସିଦ୍ଧାର୍ଥ ଶୁକ୍ଳା ଏବଂ ଗୌହର ଖାନଙ୍କ ସହ ବିଗବସ୍ ୧୪ ରେ ନଜର ଆସିଥିଲେ। ଅନ୍ୟପଟେ, ଚଳିତ ବର୍ଷ ହିନା ଖାନଙ୍କ େଓ୍ଵବ ସିରିଜ୍ ‘Damaged 2’ ମଧ୍ୟ ରିଲିଜ୍ ହୋଇସାରିଛି। ଏହା ବ୍ୟତୀତ ସେ ନାଗିନ୍ ସିରିଏଲ୍ ସିଜିନ୍ ୪ରେ ନାଗେଶ୍ୱରୀ ଭୂମିକାରେ ଅଭିନୟ କରିଥିଲେ। ସେହିଭଳି ହିନା ଟିଭି ପରଦାରେ ‘ୟେ ରିସ୍ତା କ୍ୟା କେହେଲାତା ହେ’ ସିରିଏଲ୍ ରୁ ଖୁବ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏହାବ୍ୟତୀତ ହିନା ବଲିଉଡ୍ ଫିଲ୍ମ ‘Hacked’ ରେ ମଧ୍ୟ କାମ କରିସାରିଛନ୍ତି।

Leave A Reply

Your email address will not be published.