ହିନ୍ଦୁସ୍ଥାନୀ ଭାଉ ଗିରଫ, ଛାତ୍ରଙ୍କୁ ବିରୋଧ ପ୍ରଦର୍ଶନ ପାଇଁ ଉସକାଉଥିଲେ

ମୁମ୍ବାଇ ପୋଲିସ ବିକାଶ ଫାଟକ ଓରଫ ହିନ୍ଦୁସ୍ଥାନୀ ଭାଉକୁ ଗିରଫ କରିଛି। ୟୁଟ୍ୟୁବରେ ଭିଡିଓ କରୁଥିବା ପପୁଲାର୍ ବ୍ଲଗର ହିନ୍ଦୁସ୍ଥାନୀ ଭାଉଙ୍କୁ ଧାରାବୀ ପୋଲିସ ଗିରଫ କରିଛି । ହିନ୍ଦୁସ୍ଥାନୀ ଭାଉ ସୋମବାର ଦିନ ଶିକ୍ଷା ମନ୍ତ୍ରୀ ବର୍ଷା ଗାୟକଓ୍ଵାଡଙ୍କ ଘରେ ପାଖରେ ହେଉଥିବା ଛାତ୍ରକୁ ଉସକାଉବା ଆରୋପ ରହିଛି। ବିକାଶ ଫାଟକଙ୍କ ବ୍ୟତୀତ ଅନ୍ୟ କିଛି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ପୂର୍ବରୁ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଥିଲା । କିନ୍ତୁ ଏମାନେ ଖାତିର ନ କରି ପ୍ରଦର୍ଶନ କରୁଥିଲେ।

ସୂଚନା ମୁତାବକ, ହିନ୍ଦୁସ୍ଥାନୀ ଭାଉ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ଅଫଲାଇନ୍ ପରୀକ୍ଷା ରବ୍ଦ କରିବା ମାମଲାରେ ସମର୍ଥନ କରିଥିଲେ । ପରୀକ୍ଷା ରବ୍ଦ କରିବା ପାଇଁ ହେଲେ ଆନ୍ଦୋଳନ କରିବା ପାଇଁ ଜରୁରୀ ବୋଲି କହିଥିଲେ ଭାଉ । ଏହାସହ ବିରୋଧ ପ୍ରଦର୍ଶନ ପାଇଁ ଉସକାଇଥିଲେ । ହିନ୍ଦୁସ୍ଥାନୀ ଭାଉ ଛାତ୍ରଙ୍କୁ ଧରାବୀ ଅଞ୍ଚଳରେ ଏକଜୁଟ ହେବାକୁ କହିଥିଲେ । ପୋଲିସ ଭାଉଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲା ।

ବିଦ୍ୟାର୍ଥୀଙ୍କୁ ଉସକାଉଥିବା କାହାକୁ ହେଲେ ଛଡାଯିବ ନାହିଁ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି । ଏପରି ଆଚରଣ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.