ଗମ୍ଭୀର ରୋଗରେ ପୀଡିତ ‘ଥର’, ଆକ୍ଟିଂରୁ ବ୍ରେକ ନେଇ କରିବେ ଚିକିତ୍ସା

ହଲିଉଡ ଅଭିନେତା କ୍ରିସ ହେମସୱର୍ଥ ଗମ୍ଭୀର ରୋଗରେ ପୀଡିତ । ଏହି ଅଭିନେତା ଜେନେଟିକ୍ ଭାବରେ ଅଲଜାଇମର ରୋଗରେ ପୀଡିତ। ଏହାକୁ ନେଇ ଡାକ୍ତର ତାଙ୍କୁ ସତର୍କ ରହିବାକୁ କହିଛନ୍ତି। ନ୍ୟାସନାଲ ଜିଓଗ୍ରାଫିକ ସହିତ ନୂଆ ଡକ୍ୟୁମେଣ୍ଟାରୀ ‘ଲିମିଟଲେସ’ର ସୁଟିଂ କରୁଥିବା ସମୟରେ ଏହା ବିଷୟରେ ଜାଣିବାକୁ ପାଇଥିଲେ। ଆଉ ଡାକ୍ତରଙ୍କୁ ଏହି ରୋଗ ସମ୍ବନ୍ଧରେ ସେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ତାଙ୍କର ରୋଗ ବଢିବାର ସମ୍ଭାବନା ଅଧିକ ଅଛି ବୋଲି ଡାକ୍ତର କହିଛନ୍ତି। ଆଉ ଏହି ରୋଗ ତାଙ୍କ ବାପା ମା’ଙ୍କ ଠାରୁ ଆସିଛି ବୋଲି ସେ କହିଛନ୍ତି ।

ଏହି ରୋଗ ବିଷୟରେ ସୂଚନା ପାଇବା ପରେ ଅଭିନେତା କ୍ରିସ୍ ହେମସୱର୍ଥ ବହୁତ ନର୍ଭସ ହୋଇଯାଇଥିଲେ। ବର୍ତ୍ତମାନ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସେ ତାଙ୍କ କାମରୁ ବ୍ରେକ୍ ନେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି, ‘ମୋର ଏକମାତ୍ର ଚିନ୍ତା ହେଉଛି ଯେ ମୁଁ ଏହାକୁ ବଡ କରିବାକୁ ଚାହୁଁନି କି ଅଧିକ ଡ୍ରାମା କରିବାକୁ ଚାହୁଁନାହିଁ। ମୁଁ କାହାର ସହାନୁଭୂତି ଚାହୁଁନାହିଁ । ଆଉ ହଁ ମୁଁ ମୋର କାମକୁ ସଂପୂର୍ଣ୍ଣ ଭାବେ ଛାଡୁନାହିଁ ।

ଏହା ସହିତ ସେ ଆହୁରି କହିଛନ୍ତି, ‘ମୋ ମନରେ କିଛି ଜିନିଷ ସୃଷ୍ଟି ହୋଇଛି ଯାହା ପାଇଁ ମୁଁ କିଛି ସମୟ ବିଶ୍ରାମ ନେବାକୁ ଚାହୁଁଛି । ଘରକୁ ଯାଇ ଶାନ୍ତିରେ କିଛି ସମୟ ବିତାଇବି । ସେହି ସମୟ ମୁଁ ମୋ ପିଲା ଏବଂ ପତ୍ନୀଙ୍କ ସହିତ ବିତାଇବି । ଫ୍ୟାନ୍ସ ଏବେ ଉତ୍ସାହର ସହିତ କ୍ରିସଙ୍କ ଆଗାମୀ ଚଳଚ୍ଚିତ୍ର ‘ଏକ୍ସଟ୍ରାକସନ୍-୨’ କୁ ଅପେକ୍ଷା କରିଛନ୍ତି। ଯାହା ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ ।

Leave A Reply

Your email address will not be published.