ହଲିଉଡ ଫିଲ୍ମ “ହ୍ୟାରୀ ପୋଟର”ର ଅଭିନେତାଙ୍କ ପରଲୋକ, ସାଇମନଙ୍କ ପାଇଁ ଶୋକ ପ୍ରକାଶ କଲେ ଫ୍ୟାନ୍ସ

ହଲିଉଡ ଜଗତକୁ ନେଇ ଏକ ଦୁଃଖଦ ଖବର ଆସିଛି । ଯାହା ପୁରା ହଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । “ହ୍ୟାରୀ ପୋଟର”ଫିଲ୍ମର ପ୍ରସିଦ୍ଧ ଅଭିନେତା ସାଇମନ୍ ଫିଶରଙ୍କର ୬୩ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି । ସେ ଭେଟି ଦେଇଥିବା ଫିଲ୍ମକୁ ମନେ ପକାଇ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି ଲୋକେ।

ସାଇମନ ଫିଶରଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର । ବିଦାୟ ଖବର ତାଙ୍କ ପରିବାର ଲୋକଙ୍କୁ ଝଟକା ଦେଇଛି । ତାଙ୍କ ପତ୍ନୀ, ପିଆର୍ ଟିମ୍, ଜାଫ୍ରୀ ମ୍ୟାନେଜର ଏବଂ କିମ୍ ବେରୀଙ୍କ ପକ୍ଷରୁ ତାଙ୍କ ଦେହାନ୍ତ ସୂଚନା ମିଳିଛି ବୋଲି ଜଣାପଡିଛି । କିମ୍ ବେରୀ ଶୋକ ପ୍ରକାଶ କରି ତାଙ୍କର ୧୫ବର୍ଷ ତଳ ପୁରୁଣା ଗୋଟିଏ ଭଲ ବନ୍ଧୁଙ୍କୁ ହରାଇଛନ୍ତି ବୋଲି କହିଛନ୍ତି । ଏଭଳି ଅଭିନେତାଙ୍କ ବିୟୋଗ ହଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି କିମ୍ ବେରୀ ।  ଅଭିନେତାଙ୍କ ସାହାଯ୍ୟ, ସହଯୋଗ ଓ ତାଙ୍କ ଦୟାଳୁପଣର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ବେରୀ । ପୁରୁଣା ସ୍ମୁତିର ପୁରୁଣା ବନ୍ଧୁକୁ ମନେପକାଇ ଝୁରିହେଉଛନ୍ତି ବେରୀ ।

ଅଭିନେତା ସାଇମନ୍ ଫିଶର ମାର୍ଚ୍ଚ ୯ ତାରିଖରେ ଆରପାରିକୁ ଚାଲିଯାଇଥିଲେ । ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଦେହାନ୍ତ ଖବର ସେୟାର କରାଯାଇଥିଲା । ଦିନ ୨.୫୦ମିନିଟ୍ ରେ ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ଦେହାନ୍ତ ଫଟୋ ପୋଷ୍ଟ ହୋଇଥିବାର ଦେଖିବାକୁ ମିଳୁଛି । ଏହା ସହିତ ତାଙ୍କ ଆକାଉଣ୍ଟ ଚାଲୁ ରହିବ ବୋଲି ମଧ୍ୟ ଜଣାଯାଇଥିଲା ।

ଫିଲ୍ମ ବ୍ୟତୀତ ସାଇମନ୍ ଟେଲିଭିଜନ୍, ଥିଏଟର ଆର୍ଟିଷ୍ଟ ଭାବେ କାମ କରିଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ କ୍ଷେତ୍ରରେ ଅଭିନୟରେ ଦର୍ଶକଙ୍କ ମନକୁ ସହଜରେ ଜିତି ପାରିଥିଲେ ସାଇମନ୍ ।

Also Read : IIFA ଆୱାର୍ଡରେ କାର୍ତ୍ତିକ-କ୍ୟାଟ୍ରିନାଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ