ବିବାହର କିଛିସମୟ ପରେ ଚାଲିଗଲେ ୩୭ ବର୍ଷୀୟ ଲୋକପ୍ରିୟ ଗାୟକ, ସ୍ୱାମୀଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି ପତ୍ନୀ

ହଲିଉଡର ଲୋକପ୍ରିୟ ଗାୟକ ଜେକ୍ ଫ୍ଲିଣ୍ଟଙ୍କ ପରଲୋକ ହୋଇଛି। ସେ ୨୬ ନଭେମ୍ବରରେ ବିବାହ କରିଥିଲେ । ବିବାହର କିଛି ଘଣ୍ଟା ପରେ ଦୁନିଆ ଛାଡି ଚାଲିଗଲେ । ଜେକଙ୍କ ମୃତ୍ୟୁରେ ତାଙ୍କ ପତ୍ନୀ ବ୍ରେଣ୍ଡା ଏବଂ ପରିଜନ ଦୁଃଖରେ ଭାଙ୍ଗିପଡିଛନ୍ତି । ମୃତ୍ୟୁବେଳକୁ ଜେକଙ୍କୁ ୩୭ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଫ୍ୟାନ୍ସ ସୋସିଆଲ ମିଡିଆରେ ଜେକ ଫ୍ଲିଣ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
ଜେକ ଫ୍ଲିଣ୍ଟଙ୍କ ପତ୍ନୀ ବ୍ରେଣ୍ଡା ଫେସବୁକରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ଦୁଃଖ ସେୟାର କରିଛନ୍ତି। ବ୍ରେଣ୍ଡା ଲେଖିଛନ୍ତି, ‘ବର୍ତ୍ତମାନ ଆମେ ବିବାହର ଫଟୋ ଦେଖିଥାନ୍ତୁ, କିନ୍ତୁ ଏବେ ମୋତେ ସେହି ପୋଷାକ ବାଛିବାକୁ ପଡିବ ଯେଉଁଥିରେ ମୋ ସ୍ୱାମୀଙ୍କୁ କବର ଦିଆଯିବ। ଏତେ କଷ୍ଟ ମିଳିବା ଉଚିତ୍ ନୁହେଁ। ମୋର ହୃଦୟ ଭାଙ୍ଗିଯାଇଛି। ମୁଁ ଚାହୁଁଛି ସେ ଫେରି ଆସନ୍ତୁ। ମୁଁ ଆଉ ସହି ପାରିବି ନାହିଁ। ସ୍ୱାମୀଙ୍କ ହଠାତ୍ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ନବବିବାହିତା ବ୍ରେଣ୍ଡା।
କେହି ବିଶ୍ୱାସ କରିପାରୁନାହାଁନ୍ତି କିଛି ଘଣ୍ଟା ପୂର୍ବରୁ ବିବାହ କରିଥିବା ଜେକ ଫ୍ଲିଣ୍ଟ ଆଉ ନାହାଁନ୍ତି। ଜେକ ଫ୍ଲିଣ୍ଟଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ। କିନ୍ତୁ କୁହାଯାଉଛି ଯେ, ସେ ତାଙ୍କ ନିଦ୍ରାରେ ମୃତ୍ୟୁ ବରଣ କରିଛନ୍ତି। ଜେକ ଶନିବାର (ନଭେମ୍ବର ୨୬) ରେ ବ୍ରେଣ୍ଡାଙ୍କୁ ବିବାହ କରିଥିଲେ ଏବଂ କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଛି।
The Red Dirt world lost a good one.
Send a prayer up for Jake Flint, his family and friends today.
We’ll miss ya bud. pic.twitter.com/HAuBNJ3GIV
— Oklahoma State Probs 🍊 (@OKSTProbs) November 28, 2022
ଜେକ୍ ଓକଲହୋମାରେ ରହୁଥିଲେ । ଜେକ୍ ଓହଲହୋମାର ରେଡ ଡର୍ଟ ମ୍ୟୁଜିନ ସିନର ଆମ୍ବାସାଡର ଥିଲେ। ସେ ଜଣେ ଲୋକପ୍ରିୟ ଗାୟକ, ରେକଡିଂ ଆର୍ଟିଷ୍ଟ ଏବଂ ଲାଇଭ ପରଫର୍ମର ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ଦୟାଳୁ ସ୍ୱଭାବ ସମସ୍ତଙ୍କ ମନ ଜିଣିଥିଲା। ସମସ୍ତଙ୍କ ପାଇଁ ସହଯୋଗର ହାତ ବଢାନ୍ତି ଜେକ୍। ୨୦୧୬ରେ ଗାୟକ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ଆଲବମଙ୍କ ନାମ I’ am Not OK ରହିଥିଲା। ୨୦୨୦ରେ ଦ୍ୱିତୀୟ ଆଲବମ୍ ଆସିଥିଲା, ଯାହା ତାଙ୍କ ନାମରେ ରହିଥିଲା । ସେ ଫାୟରଲାଇନ, ହ୍ଵାଟସ ୟୋର ନେମ୍ ଭଳି ଅନେକ ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା ।