ପ୍ରଥମ ଦିନରେ ବକ୍ସ ଅଫିସ ରେ ଧମାଲ କଲା,ସ୍ପାଇଡରମ୍ୟାନ ନୋ ୱେ ହୋମ

ମାର୍ବଲ ସିନେମାଟିକ ୟୁନିଭର୍ସ ର ନୂଆ ଫିଲ୍ମ ସ୍ପାଇଡରମ୍ୟାନ ନୋ ୱେ ହୋମ, ହଲିଉଡ ଫିଲ୍ମ ବକ୍ସ ଅଫିସରେ ଏମିତି ଧମାଲ କରିଛି ଯେ ଏହି ବର୍ଷ ବଡ ବଡ ଷ୍ଟାର ଙ୍କ ଫିଲ୍ମ ମଧ୍ୟ କରି ପାରିନାହିଁ । ଏହି ଫିଲ୍ମ ପ୍ରଥମ ଦିନରେ ହିଁ ଦେଶ ରେ ସବୁଠାରୁ ଅଧିକ ଇନକମ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଫିଲ୍ମ ସ୍ପାଇଡର ମ୍ୟାନ ପ୍ରଥମ ଦିନରେ ବକ୍ସ ଅଫିସରେ ଇନକମ କରିଛି ୩୫ କାଟି ଟଙ୍କା। ଏମିତିକି ଏହି ସପ୍ତାହରେ ରିଲିଜ ହୋଇଥିବା ସାଉଥ ଷ୍ଟାର ଅଲ୍ସୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ସହ ଟକ୍କର ଦେଇ ଆଗେଯାଇଛି ସ୍ପାଇଡରମ୍ୟାନ: ନୋ ୱେ ହୋମ। ଏମିତିକି କ୍ରିକେଟ ଉପରେ ଆଗକୁ ରିଲିଜ ହେବାକୁ ଖିବା ହାଇ ବଜେଟ ଫିଲ୍ମ ‘୮୩ ଓ ଜର୍ସି’କୁ ମଧ୍ୟ ଏହା ପଛରେ ପକାଇବ ବୋଲି କୁହାଯାଉଛି ।

ଫିଲ୍ମ ୩୮ ରିଲିଜ ହେବା ପୂର୍ବରୁ ସ୍ପାଇଡରମ୍ୟାନ ରିଲିଜ ହୋଇଛି , ଯାହାକି ଭାରତରେ ଫିଲ୍ମ ବଜେଟ ର ମାର୍କେଟକୁ ବଦଳାଇ ଦେଇଛି । ଏବେ ପର୍ଯ୍ୟନ୍ତ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ମଧ୍ୟରୁ ଏହା ଅଧିକ ହଲ ରେ ରିଲିଜ ହୋଇଥିବା ଫିଲ୍ମ । ଗତ ଗୁରୁବାର ପର୍ଯ୍ୟନ୍ତ ଏହି ଫିଲ୍ମ ଦେଶର ୩୨୬୧ ଟି ଫିଲ୍ମ ହଲରେ ସ୍କ୍ରିନ ରେ ଦେଖାଯାଇଛି ଓ ଆସନ୍ତା ରବିବାର ଦିନ ପର୍ଯ୍ୟନ୍ତ ଏହା ଆହୁରି ଅଧିକ ହଲରେ ରିଲିଜ ହେବ ବୋଲି ଆଶା କରାଯାଉଛି । କହିବାକୁ ଗଲେ ଗୋଟେ ପଟେ ହିନ୍ଦୀ ଫିଲ୍ମ ଡାଇରେକ୍ଟରଙ୍କ ନିଦ ହଜେଇ ଦେଇଛି ସ୍ପାଇଡରମ୍ୟାନ – ନୋ ୱେ ହୋମ।

spider-man-no-way-home
Picture Credit – DetikHot

ଏହି ଫିଲ୍ମ ଗୁରୁବାର ପର୍ଯ୍ୟନ୍ତ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ମାନଙ୍କ ମଧ୍ୟରୁ ପ୍ରଥମ ଦିନରେ ହିଁ ଅଧିକ ଇନକମ କରିଥିବା ବେଳେ ଏହାର ବକ୍ସ ଅଫିସ ରେଟିଙ୍ଗ ମଧ୍ୟ ଅଧିକ ରହିଛି । ଦେଶରେ ପୂର୍ବରୁ ରିଲିଜ୍ ହୋଇଥିବା ଟମ୍ ହଲାଣ୍ଡ ଙ୍କର ଫିଲ୍ମ ସ୍ପାଇଡରମ୍ୟାନ ଭଲ ବ୍ୟବସାୟ କରିଥିଲା କିନ୍ତୁ ଏହି ଫିଲ୍ମ ‘ସ୍ପାଇଡରମ୍ୟାନ୍: ନୋ ୱେ ହୋମ୍’ କ୍ରସ କରିଛି ସବୁ ଲିମିଟ । ସବୁ ଫିଲ୍ମ କୁ ଏହି ଫିଲ୍ମ ପଛରେ ପକାଇଛି । ଚାରି ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସ୍ପାଇଡରମ୍ୟାନ୍ ହୋମକିମିଂ’ ଭାରତରେ ପ୍ରଥମ ଦିନରେ ୯.୩୬ କୋଟି ଟଙ୍କା ଆୟ କରିଥିଲା। କିନ୍ତୁ ଏହା ପୂର୍ବରୁ ରିଲିଜ ହୋଥିବା ଫିଲ୍ମ ‘ସ୍ପାଇଡରମ୍ୟାନ୍ – ଫାର ଫ୍ରମ ହୋମ ‘ ବକ୍ସ ଅଫିସ ରେ ଏତେ ଭଲ ପ୍ରଦର୍ଶନ କରିପାରିଲା ନାହିଁ ।

ହେଲେ ବର୍ତ୍ତାମାନ ରିଲିଜ ହୋଇଥିବା ଫିଲ୍ମ ”ସ୍ପାଇଡରମ୍ୟାନ୍: ନୋ ୱେ ହୋମ୍’ ସିଧାସଳଖ,ରିଲିଜ ହୋଇଥିବା ୧୦ ଟି ଟପ ଟେନ ଫିଲ୍ମ ମଧ୍ୟରୁ ଟପ ୨ରେ ରହିଲା। ଭାରତରେ ମୁକ୍ତିଲାଭ କରିଥିବା ହଲିଉଡ ଚଳଚ୍ଚିତ୍ର ମଧ୍ୟରେ ସବୁଠାରୁ ବଡ ଓପେନିଙ୍ଗ କରିବାର ରେକର୍ଡ ଏବେ ପର୍ଯ୍ୟନ୍ତ ମାର୍ଭେଲ ର ହିଁ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ’ରେ ରହିଛି, ଯାହା ୨୦୧୯ ମସିହାରେ ରିଲିଜ ହେବାର ପ୍ରଥମ ଦିନରେ ହିଁ ୫୩.୧୦ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମ ‘ଆଭେଞ୍ଜର୍ସ ଇନଫିନିଟି ୱାର୍’ ବକ୍ସ ଅଫିସରେ ରିଲିଜ୍ ହେବାର ପ୍ରଥମ ଦିନରେ ଏକ ବର୍ଷ ପୂର୍ବରୁ ୩୧.୩୦କୋଟି ଟଙ୍କା ଆୟ କରିଥିଲା ।
ତେବେ ଏହି ଲିଷ୍ଟରେ ତୃତୀୟ ନମ୍ବରରେ ଏବେ ପର୍ଯ୍ୟନ୍ତ ୨୦୧୯ ରେ ରିଲିଜ ହୋଥିବା ଫିଲ୍ମ ଫାଷ୍ଟ ଆଣ୍ଡ ଫ୍ୟୁରିୟସ – ‘ହବ୍ସ ଆଣ୍ଡ ସ’ ଭାରତରେ ୧୩ . ୧୫ କୋଟି ର ଓପେନିଙ୍ଗ କରିଥିଲା ।
ତେବେ ବର୍ତ୍ତମାନ ସ୍ପାଇଡର ମ୍ୟାନ ନୋ- ୱେ ହୋମ ଫିଲ୍ମ ସବୁଠାରୁ ଫେମସ ଫିଲ୍ମ ଫାଷ୍ଟ ଆଣ୍ଡ୍‌ ଫ୍ୟୁରିୟସ କୁ ବି ମାତ୍‌ ଦେଇଛି । ସ୍ପାଇଡରମ୍ୟାନ ନୋ- ୱେ ହୋମ ଏବେ ପର୍ଯ୍ୟନ୍ତ ୩୫ କୋଟି ଟଙ୍କା କମେଇ ସାରିଲାଣି । ତେବେ ଏହି ଫିଲ୍ମ ଏବେ ପର୍ଯ୍ୟନ୍ତ ସବୁଠାରୁ ଭଲ ଇନକମ କରିଥିବା ବେଳେ ଆଗକୁ ମଧ୍ୟ ରିଲିଜ ହେବାକୁ ଥିବା ସବୁ ବଲିଉଡ ଓ ସବୁ ହଲିଉଡ ଫିଲ୍ମ କୁ ଟକ୍କ୍କର ଦେବ ବୋଲି ଆଶା କରାଯାଉଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.