ବଦଳିଗଲା ହନି ସିଂହଙ୍କ ରୂପ, ଆପଣ ବି ଦେଖିଲେ ଚିହ୍ନିପାରିବେନି
ବହୁଦିନ ଧରି ଲାଇମ୍ ଲାଇଟ୍ଠାରୁ ଦୂରରେ ଥିବା ବଲିଉଡ୍ର ଜଣାଶୁଣା ରାପର ତଥା ମ୍ୟୁଜିକ୍ କମ୍ପୋଜର ହନି ସିଂହ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଫେରିଛନ୍ତି। ହନି ସିଂହ ଏବେ ଗୀତଠାରୁ ଅଧିକ ନିଜ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବହୁତ ଦିନ ପରେ ଆଇଫା ଆଓ୍ଵାର୍ଡ ନାଇଟ୍ରେ ହନି ସିଂହଙ୍କୁ ଦେଖିବାକୁ ମିଳିଛି। ତେବେ ଏଠାରେ ହନି ସିଂହଙ୍କ ଗେଟ୍ଅପ୍ ଓ ନୂଆ ଲୁକ୍କୁ ଦେଖି ତାଙ୍କ ଫ୍ୟାନ୍ମନେ ମଧ୍ୟ ତାଙ୍କୁ ଚିହ୍ନିପାରିନଥିଲେ।
କାର୍ଯ୍ୟକ୍ରମରେ ହନି ସିଂହ ତାଙ୍କ ଚିରାଚରିତ ଡ୍ରେସିଂଠାରୁ ବହୁତ ଅଲଗା ଗେଟ୍ଅପ୍ରେ ଥିଲେ। ଏଥିସହ ହନିଙ୍କ ଓଜନ ମଧ୍ୟ ପୂର୍ବାପେକ୍ଷା ବଢ଼ିଯାଇଥିବା ଦେଖିବାକୁ ମିଳିଛି। ସେ ନିଜ ହେୟାର ଷ୍ଟାଇଲ୍କୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସର୍ଟ ହେୟାର ରଖୁଥିବା ହନି ସିଂହ ଏବେ କାନ୍ଧ ପର୍ଯ୍ୟନ୍ତ ଲମ୍ବା ଚୁଟି ରଖିଛନ୍ତି। ଆଇଫା ଆଓ୍ଵାର୍ଡରେ ହନି ଏକ ପ୍ରିଣ୍ଟେଡ ଜ୍ୟାକେଟ୍ ସହ ବ୍ଲାକ୍ ଆଉଟ୍ଫିଟ୍ରେ ନଜର ଆସିଥିଲେ।
ତେବେ ହନିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଫ୍ୟାନ୍ମାନେ ମଧ୍ୟ ତାଙ୍କୁ ଚିହ୍ନିପାରିନଥିଲେ। କିଛି ଫ୍ୟାନ୍ କମେଣ୍ଟ କରି ଇଏ ହନି ସିଂହ କି ନାହିଁ ବୋଲି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି। ଆଓ୍ଵାର୍ଡ ଶୋ ପୂର୍ବରୁ ଏୟାରପୋର୍ଟରେ ମଧ୍ୟ ହନିଙ୍କୁ ସ୍ପଟ୍ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଶାହାରୁଖ ଖାନ୍ଙ୍କ ଚେନ୍ନାଇ ଏକ୍ସପ୍ରେସ୍ ଫିଲ୍ମର ଲୁଙ୍ଗି ଡ୍ୟାନ୍ସ ଗୀତ ଗାଇ ହନି ସିଂହଙ୍କ ବଲିଉଡରେ ନିଜ ପରିଚୟ ସୃଷ୍ଟି କରିଥିଲେ।
ଏହାସହ ପଢ଼ନ୍ତୁ: ବହୁବର୍ଷ ପରେ ନଜର ଆସିଲେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ, ପରିବାର ସହ ଦେଖିଲେ ନାତିର ପ୍ରଥମ ଫିଲ୍ମ